ସ୍ୱାସ୍ଥ୍ୟ

ଆପଣ ବି ରକ୍ତ ହୀନତାର ଶିକାର କି ? ଜାଣନ୍ତୁ ଶରୀରରେ ରକ୍ତ ବୃଦ୍ଧି କରିବାର ସହଜ ଉପାୟ

ଆମ ଶରୀରରେ ଦୁଇ ପ୍ରକାରର ରକ୍ତ କୋଶିକା ଥାଏ ଧଳା ଏବଂ ଲାଲ। ଯେତେବେଳେ ଶରୀରରେ ଲାଳ ରକ୍ତ କୋଶିକା କମ୍ ହୋଇଯାଇଥାଏ ତେବେ ଏହାକୁ ରକ୍ତ ହୀନତା ବୋଲି କୁହାଯାଏ, ଏହାକୁ ଏନିମିଆ ମଧ୍ୟ କୁହାଯାଏ। ରକ୍ତ କମ୍ ହେବା କାରଣରୁ ଶରୀରରେ ରୋଗ ଠାରୁ ଲଢ଼ିବାର କ୍ଷମତା କମ୍ ହୋଇଯାଏ। ଯାହା ଦ୍ବାରା ଶରୀରରେ ଅନେକ ପ୍ରକାରର ନୂଆ ରୋଗ ବଢ଼ିବାର ସମ୍ଭାବନା ବଢ଼ିଯାଏ।

ଛୋଟ ଛୁଆ ମାନଙ୍କ ଠାରେ ରକ୍ତର ଅଭାବ ହେବା କାରଣରୁ ତାଙ୍କ ଶରୀରିକ ବିକାଶ ବନ୍ଦ ହୋଇଯାଏ। ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ଠାରେ ଏନିମିଆର ପ୍ରୋବଲେମ ଅଧିକ ହୋଇଥାଏ। ଶରୀରରେ ରକ୍ତହୀନତା ହେବା କାରଣରୁ ଆଇରନ ଏବଂ ଫୋଲିକ ଏସିଡର ଟାବଲେଟ ନିଆଯାଇଥାଏ। ଆସନ୍ତୁ ଜାଣିବା କିଛି ଉପାୟ ବିଷୟରେ ଯାହା ଦ୍ବାରା ଆପଣ ଆପଣଙ୍କ ଶରୀରରେ ରକ୍ତହୀନତାର ସମସ୍ୟା ଦୂର କରିପାରିବେ।

blood1ଏକ ଗ୍ଲାସ ପାଣିରେ ଗୋଟିଏ ଲେମ୍ବୁ ନେଇ ଚିପୁଡି ସେଥିରେ ଏକ ଚାମଚ ମହୁ ମିଶାନ୍ତୁ ଏବଂ ପ୍ରତ୍ୟେକ ଦିନ ଏହାର ସେବନ କରିବା ଉଚିତ।

ପାଳଙ୍ଗ ମଧ୍ୟ ଏକ ରାମବାଣ ଓୌଷଧ ଅଟେ। ପାଳଙ୍ଗରେ ଆଇରନ, ଫାଇବର, କ୍ୟାଲସିୟମ, ଭିଟାମିନ ଏ ବି ସି ଅଧିକ ମାତ୍ରାରେ ମିଳିଥାଏ।

tomatojuiceଶରୀରରେ ରକ୍ତର ମାତ୍ରାକୁ ବଢ଼ାଇବା ପାଇଁ ପ୍ରତ୍ୟେକ ଦିନ ଗୋଟିଏ ଗ୍ଲାସ ଟମାଟୋ ଜୁସ୍ ପିଇବା ଆବଶ୍ୟକ। ଏହା ଛଡା ଆପଣ ଟମାଟୋ ସୁପ ମଧ୍ୟ ପିଇ ପାରିବେ।

ଶରୀରରେ ହିମୋଗ୍ଲୋବିନ ବଢ଼ାଇବା ପାଇଁ ମକ୍କାର ଦାନା ମଧ୍ୟ ବହୁତ ଲାଭ ଦାୟକ ହୋଇଥାଏ।
ସବୁଦିନ ବିଟ୍ ରସକୁ ସେବନ କରିବାରେ ମଧ୍ୟ ରକ୍ତର ମାତ୍ରା ବଢ଼ିଥାଏ।

anar

ଅଳ୍ପ ପରିମାଣର କଳା ମରୀଚକୁ ଡାଳିମ୍ବ ଜୁସ୍ ସହିତ ମିଶାଇ ପିଇବା ଦ୍ବାରା ଶରୀରରେ ଆଇରନର ଅଭାବ ଦୂର ହୋଇଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button