ସ୍ୱାସ୍ଥ୍ୟ

ରାତିରେ କଞ୍ଚା ଲଙ୍କାକୁ ପାଣିରେ ରଖି ସକାଳୁ ତାହାକୁ ପିଅନ୍ତୁ, ଦେଖନ୍ତୁ ଏହାର ଚମତ୍କାରୀ ଫାଇଦା

କଞ୍ଚା ଲଙ୍କା ଖାଇବାର ଅନେକ ଫାଇଦା ରହିଛି। ଏହାର ଶରୀରର ଅନେକ ରୋଗକୁ ଭଲ କରିଥାଏ। ତେବେ କଞ୍ଚ ଲଙ୍କାକୁ ସିଧାସଳଖ କିମ୍ବା ବ୍ୟଞ୍ଜନରେ ମିଶାଇ ଖାଇବା ବ୍ୟତୀତ ତାକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ ଓ ସକାଳୁ ଏହି ପାଣିକୁ ପିଅନ୍ତୁ, ଫରକ ନିଜେ ଅନୁଭବ କରି ପାରିବେ।

ପ୍ରତିଦିନ ରାତିରେ ୩-୪ଟି କଞ୍ଚା ଲଙ୍କାକୁ ଧୋଇ ତାକୁ ମଝିରୁ ଫାଳ କରି ଗୋଟିଏ ଗ୍ଲାସ ପାଣିରେ ଭିଜାଇ ରଖନ୍ତୁ। ସକାଳେ ଉଠି ଏହି ପାଣିକୁ ପିଅନ୍ତୁ। ମନେ ରଖନ୍ତୁ ଏହି ପାଣିବାକୁ ପିଇବାର କିଛି ସମୟ ପୂର୍ବରୁ କିଛି ଖାଦ୍ୟ ଖାଆନ୍ତୁ ନାହିଁ କି ପାଣି ବି ପିଅନ୍ତୁ ନାହିଁ।

green-chillies

କଞ୍ଚା ଲଙ୍କାରେ ହାଇଟ୍ରି ଫାଇବର୍ସ ପ୍ରଚୁର ମାତ୍ରାରେ ରହିଥାଏ। ଯାହାକୁ ସେବନ କରିବାମାତ୍ରେ ପାଚନ କ୍ରିୟା ସଠିକ୍ ଭାବେ ହୋଇଥାଏ। ଇମ୍ୟୁନି ସିଷ୍ଟମ ଷ୍ଟ୍ରଙ୍ଗ ହୋଇଥାଏ, ଯାହାକି ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। କଞ୍ଚା ଲଙ୍କାକୁ ମୁଡ ବୁଷ୍ଟର ଭାବେ ବି ଜଣା ଯାଇଥାଏ।

ଏହା ମସ୍ତିଷ୍କର ଏଣ୍ଡୋର୍ଫିନ୍‌ର ସଞ୍ଚାର କରିଥାଏ। କଞ୍ଚା ଲଙ୍କାରେ ଆଣ୍ଟି ବ୍ୟାକ୍ଟେରିୟଲ ଗୁଣ ବି ରହିଥାଏ। ଯେଉଁଥି ପାଇଁ ଶରୀର ବ୍ୟାକ୍ଟେରିଆ ଫ୍ରି ରହିଥାଏ। ଭିଟାମିନ୍‌ ସିରେ ଭରପୂର ଥିବା କଞ୍ଚା ଲଙ୍କା ଆଖି ଓ ତ୍ୱଚା ପାଇଁ ଲାଭଦାୟକ ବି ହୋଇଥାଏ। ଏହା ଛଡ଼ା କଞ୍ଚା ଲଙ୍କାରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ଯେମିତି, ଭିଟାମିନ୍‌ ଏ, ବି୬, ସି, ଆଇରନ୍‌, କପର, ପୋଟାସିୟମ, ପ୍ରୋଟିନ୍‌ ଓ କାର୍ବୋହାଇଡ୍ରେଟରେ ଭରପୂର ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button