ମନୋରଞ୍ଜନ

ଭଲପାଇବା ଦେଖାଇବାର ସବୁଠାରୁ ଭଲ ଉପାୟ ଚୁମ୍ବନ, ଜାଣନ୍ତୁ କେଉଁ ଚୁମ୍ବନର ଅର୍ଥ ରହିଛି କ’ଣ

ସାଥିଙ୍କ ପାଇଁ ନିଜର ଭଲପାଇବା ଦେଖାଇବାର ସବୁଠାରୁ ଭଲ ଉପାୟ ରହିଥାଏ ଚୁମ୍ବନ। ଏହା ଦ୍ବାରା ଦୁହିଁଙ୍କ ପ୍ରତି ଥିବା ଭଳପାଇବା ଏବଂ ବିଶ୍ବାସ ବଢ଼ିଥାଏ। ଆପଣ ମଧ୍ୟ ଅନେକ ସମୟରେ ନିଜ ସାଥିଙ୍କ ପ୍ରତି ଭଲପାଇବା ଜଣାଇବା ପାଇଁ ତାଙ୍କୁ ଅନେକ ଥର ଚୁମ୍ବନ ଦେଉଥିବେ। ତେବେ ଶରୀରର ଭିନ୍ନଭିନ୍ନ ସ୍ଥାନରେ ଚୁମ୍ବନ ଦେବାର ଅର୍ଥ ରହିଛି ଭିନ୍ନଭିନ୍ନ। ତେବେ ଆସନ୍ତୁ ଜାଣିବା କେଉଁ ସ୍ଥାନରେ ଚୁମ୍ବନର କଣ ରହିଛି ମହତ୍ତ୍ବ ।

ମଥାରେ ଚୁମ୍ବନ ଦେବା

ମଥାରେ ଚୁମ୍ବନ ଦେବାର ଅର୍ଥ ସାଥିଙ୍କ ଆପଣଙ୍କ ପ୍ରତି ରହିଥିବା ଅତୁଟ ବିଶ୍ବାସ ଏବଂ ସମ୍ନାନ। ସାଥିଙ୍କ ମଥାରେ ଚୁମ୍ବନ ଦେବା ଦ୍ବାରା ସଂପର୍କ ମଜବୁତ ହୋଇଥାଏ। ତେବେ ଅନେକ ପରିବାର ଲୋକ ଏବଂ ସଂପର୍କୀୟ ମଧ୍ୟ ନିଜଠାରୁ ସାନ ବ୍ଯକ୍ତିଙ୍କୁ ନିଜ ଭଲପାଇବା ଦେଖାଇବା ପାଇଁ ମଥାରେ ଚୁମ୍ବନ ଦେଇଥାନ୍ତି।

fore head kiss

ଆଖିରେ ଚୁମ୍ବନ କରିବା

ନିଜ ସାଥିଙ୍କ ଆଖି ପାଖରେ ବା ଆଖି ଉପରେ ଚୁମ୍ବନ କରିବାକୁ “କିସ୍ ଅଫ୍ ଏଞ୍ଜଲ” କୁହାଯାଇଥାଏ। ଏହି ଭାବେ ଚୁମ୍ବନ ଦେଇଥିବା ଦମ୍ପତି ବହୁତ ରୋମାଣ୍ଟିକ୍ ହୋଇଥାନ୍ତି। ଏମାନଙ୍କ ମଧ୍ୟରେ ଅତୁଟ ପ୍ରେମ ରହିଥାଏ।

ହାତରେ ଚୁମ୍ବନ କରିବା

ଖାଲି ପ୍ରେମୀକ-ପ୍ରେମିକା ନୁହଁ ବରଂ ସାଙ୍ଗସାଥି ମଧ୍ୟ ହାତରେ ଚୁମ୍ବନ ଦେଇଥାନ୍ତି। ହାତରେ ଚୁମ୍ବନ କରିବା ଅର୍ଥ ସାଥିଙ୍କୁ ସମ୍ନାନ ଦେବା ଅଥବା ତାଙ୍କର କିଛି କାମକୁ ପ୍ରଶଂସା କରିବା। ଏଣୁ କାହାକୁ ସମ୍ନାନ ଦେବା ପାଇଁ ହେଲେ ତାଙ୍କ ହାତକୁ ଚୁମ୍ବନ ଦିଆଯାଇଥାଏ।

ଫ୍ରେଞ୍ଚ କିସ୍

ଯେଉଁ ଦମ୍ପତି ନିଜ ସାଥିଙ୍କୁ ଫ୍ରେଞ୍ଚ କିସ କରିଥାନ୍ତି, ସେ ତାଙ୍କ ସାଥିଙ୍କୁ ବହୁତ ଭଲ ପାଇଥାନ୍ତି। ଏମାନେ ତାଙ୍କ ସାଥିଙ୍କ ବିନା ଏକ ମୂହୂର୍ତ୍ତ ମଧ୍ୟ ରହିବା ପସନ୍ଦ କରନ୍ତି ନାହିଁ।

ear kiss

କାନରେ ଚୁମ୍ବନ କରିବା

ଯଦି ଆପଣ ନିଜ ସାଥିଙ୍କୁ କିଛି କହିବା ପାଇଁ ଚାହୁଁଛନ୍ତି ତେବେ ତାଙ୍କ କାନ ପାଖରେ ଚୁମ୍ବନ କରିଥାନ୍ତି। ତେବେ ଏହି ଚୁମ୍ବନକୁ ବହୁତ ରୋମାଣ୍ଟିକ କୁହାଯାଇଥାଏ।

chik kiss

ଗାଲରେ ଚୁମ୍ବନ ଦେବା

ଯେଉଁ ଦମ୍ପତି ଗାଲରେ ଚୁମ୍ବନ କରିଥାନ୍ତି ସେମାନେ ନିଜ ସଂମ୍ପର୍କକୁ ନେଇ ବହୁତ ଦାୟିତ୍ବବାନ ରହିଥାନ୍ତି। ଏମାନେ ସବୁବେଳେ ତାଙ୍କ ସାଥିଙ୍କ ସହ ଠିଆ ରହିଥାନ୍ତି। ଖାଲି ତାହା ନୁହଁ କେବେ ମଧ୍ୟ ନିଜ ସାଥିଙ୍କୁ ଏକୁଟିଆ ଛାଡନ୍ତି ନାହିଁ।

ଏଥିସହ ଯେତେବେଳେ ଆପଣଙ୍କ ସାଥି ସମ୍ବନ୍ଧ ରଖିବା ପାଇଁ ଇଛା କରିଥାନ୍ତି। ସେତେବେଳେ ଏକ ପ୍ରକାରର ଚୁମ୍ବନ ଦେବା ଆରମ୍ଭ କରିଥାନ୍ତି। ସେହି ଚୁମ୍ବନକୁ ମେସେଜ୍ କିସ ବେଲି କୁହାଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button