ସ୍ୱାସ୍ଥ୍ୟ

ଆଜି କରବାଚୌଥ ବ୍ରତ । ସଧବା ନାରୀମାନେ ନିଜ ସ୍ବାମୀ ଓ ପରିବାରଙ୍କ ମଙ୍ଗଳ ମନାସୀ ଏହି ବ୍ରତ ରଖିଥାନ୍ତି । ଅବଶ୍ୟ ଏହା ଏକ ଅଣଓଡ଼ିଆ ପର୍ବ । ଏଥିରେ ବ୍ରତଧାରୀମାନେ ଦିନ ସାରା ପୂଜାପାଠ କରିବା ପରେ ସନ୍ଧ୍ୟାରେ ଚନ୍ଦ୍ର ଦର୍ଶନ କରି ଅର୍ଘ୍ୟ ଦେବା ପରେ ସ୍ବାମୀଙ୍କ ହାତରୁ ଜଳ ଗ୍ରହଣ କରନ୍ତି । ଆଜିର ଦିନରେ ପ୍ରଭୁ ଶିବ ପାର୍ବତୀଙ୍କ ସହ ଗଣେଶ ଏବଂ କରବା ମାତାଙ୍କ ପୂଜା କରାଯାଏ । ଜ୍ୟୋତିଷଙ୍କ ଅନୁସାରେ ଆଜିର ଦିନରେ ବହୁ ଦୁର୍ଲଭ ଯୋଗ ସବୁ ପଡୁଛି । ତେଣୁ ବ୍ରତଧାରୀଙ୍କ ପାଇଁ ବହୁତ ସୌଭାଗ୍ୟ ଆଣିଦେବ ।

ଚିକେନ୍ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ହେଲେ ଅଧିକାଂଶ ଲୋକ ଏହାର କଲିଜା ଖାଇବାକୁ ପସନ୍ଦ କରନ୍ତି ନାହିଁ । କିଛି ଲୋକ ଏହାକୁ ସ୍ବାସ୍ଥ୍ଯ ପକ୍ଷେ କ୍ଷତିକାରକ ବୋଲି କହିଥାନ୍ତି । କିନ୍ତୁ ବୋଧେ ଆପଣ ଜାଣିନାହାଁନ୍ତି ଚିକେନ୍ କଲିଜା ଖାଇବାରେ ଅନେକ ଲାଭ ଅଛି । ଆସନ୍ତୁ ଜାଣିବା ଚିକେନ୍ କଲିଜା ଖାଇଲେ କଣ ଲାଭ ହୋଇଥାଏ ।

  • ଚିକେନ୍ କଲିଜାରେ ଭରପୁର ମାତ୍ରାରେ ପୋଷକ ତତ୍ବ ଥାଏ । ଏହା ସହ ଥାଏ ଭିଟାମିନ୍, କ୍ଯାଲସିୟମ୍, ଫାଇବର୍ ଏବଂ ଆଇରନ୍ ।
  • ଯଦି କୌଣସି ବ୍ଯକ୍ତିଙ୍କ ଆଖି କିମ୍ବା ସ୍ମରଣଶକ୍ତିରେ କୌଣସି ସମସ୍ଯା ଥାଏ ତେବେ ସେମାନେ ପାଇଁ ଚିକେନ୍ କଲିଜା ଖାଇବା ଉଚିତ୍ ।
  • ସେହିପରି ହୃଦୟ ପାଇଁ ମଧ୍ୟ ବେଶ୍ ଉପକାରୀ ଚିକେନ୍ କଲିଜା । ଏହାକୁ ଖାଇଲେ ହାର୍ଟଆଟାକର ଆଶଙ୍କା କମ୍ ଥାଏ ।
  • ମୋତିଆବିନ୍ଦୁ ଏବଂ ମଧୁମେହ ଭଳି ମାରାତ୍ମକ ରୋଗ ପାଇଁ ବେଶ୍ ଲାଭଦାୟକ ଚିକେନ୍ କଲିଜା । ଏପରି ରୋଗୀଙ୍କ ଶରୀରକୁ ସୁସ୍ଥ ରଖିଥାଏ ଚିକେନ୍ କଲିଜା । ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ଏ ଏବଂ ବି ଥାଏ ।
  • ସେହିପରି ଓଜନ ବଢାଇବାକୁ ଚାହୁଁଥିଲେ ଚିକେନ୍ କଲିଜା ଖାଆନ୍ତୁ ।

ଚିକେନ୍ କଲିଜା ସ୍ବାସ୍ଥ୍ଯ ପାଇଁ କେବେ ବି ଖରାପ ହୋଇନଥାଏ । ବରଂ ଏହା ଅନେକ ସ୍ବାସ୍ଥ୍ଯଗତ ସମସ୍ଯା ଦୂର କରିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button