ସ୍ୱାସ୍ଥ୍ୟ

ଶୀତ କାରଣରୁ ଆପଣଙ୍କ ଓଠ ଫାଟୁଛି କି ? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ଶୀତ ଋତୁ ଆସିଲାଣି ଏବଂ ଥଣ୍ଡା ଆପଣଙ୍କ ପାଖକୁ ଅତିଥି ହୋଇ ଆସିଲାଣି। ଏମିତିରେ ଓଠ ଫାଟିବା ଏକ ସାଧାରଣ କଥା ଅଟେ। ଆପଣଙ୍କୁ ଚିନ୍ତା କରିବା ଆବଶ୍ୟକ ନାହିଁ କାରଣ ଆଜି ଆମେ ଆପଣଙ୍କୁ ଜଣାଇବୁ କେମିତି ଘରେ ଥିବା ସାମଗ୍ରୀରୁ ଆପଣ ଫଟା ଓଠରୁ ମୁକ୍ତି ପାଇପାରିବେ।

ଗୋଲାପ ପାଖୁଡାକୁ ସଫା ପାଣିରେ ଧୋଇ ତାକୁ କିଛି ସମୟ କ୍ଷୀରରେ ଭିଜାଇ ରଖିଦିଅନ୍ତୁ। ଏହାପରେ ଏହାର ପେଷ୍ଟ ପ୍ରସ୍ତୁତ କରି ଓଠରେ ଲଗାନ୍ତୁ। ପ୍ରାୟ ୧୫ ମିନିଟ ପରେ ଓଠକୁ ଧୋଇ ଦିଅନ୍ତୁ। ଓଠର ରୁକ୍ଷତା ଦୂର ହୋଇଯିବ ଏବଂ ଓଠ ଗୋଲାପୀ ହୋଇଯିବ।

ଆଲୋଭେରା ଜେଲକୁ ନେଇ ଓଠରେ ମସାଜ କରନ୍ତୁ। ଏମିତି କରିବା ଦ୍ବାରା ମଧ୍ୟ ଓଠର ସୁଷ୍କତା ଦୂର ହୋଇଯିବ।

Honeyଶୋଇବା ପୂର୍ବରୁ ଓଠରେ କ୍ଷୀର ଲଗାନ୍ତୁ। ସକାଳୁ ଉଠି ଦେଖିବେ ଆପଣଙ୍କ ଓଠ ମୁଲାୟମ ଏବଂ ସୁନ୍ଦର ହୋଇଯାଇଥିବ।
ମହୁରେ ବହୁତ ପ୍ରକାରର ପୋଷକ ତତ୍ତ୍ବ ମିଳିଥାଏ । ଏହା ଓଠକୁ ନରମ କରିଥାଏ। ମହୁ ସାହାଯ୍ଯରେ ଓଠକୁ ମସାଜ କରନ୍ତୁ ଏହା ଆପଣଙ୍କର ଓଠକୁ ମୁଲାୟମ କରିବ।

mustardରାତିରେ ଶୋଇବା ସମୟରେ ସୋରିଷ ତେଲକୁ ଉଷୁମ କରି ନାଭିରେ ଲଗାନ୍ତୁ। ପ୍ରତିଦିନ ଏପରି କରିବା ଦ୍ବାରା ଆପଣଙ୍କ ଓଠ କେବେ ବି ଫାଟିବ ନାହିଁ।

ଫାଟିଥିବା ଓଠରେ ଅମ୍ରୁତଭଣ୍ଡାର ରସ ଲଗାଇବା ଦ୍ବାରା ତ୍ବଚାର ନମନୀୟତା ଅତୁଟ ହୋଇ ରହିଥାଏ ଏବଂ ତାହା କୋମଳ ଏବଂ ନରମ ରଖିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button