ମନୋରଞ୍ଜନ

କ୍ଷୀରର ଏପରି କରନ୍ତୁ ବ୍ୟବହାର, ଜୀବନସାଥୀ ମିଳିବା ସହ ମନବାଞ୍ଛା ହେବ ପୂର୍ଣ୍ଣ

ବିବାହ ଜୀବନର ଗୋଟିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି  ସବୁ ଝିଅ ଚାହାନ୍ତି ଯେ ତାଙ୍କୁ ଏକ ଭଲ ଜୀବନ ସାଥୀ ମିଳୁ। ହେଲେ ଏଥିପାଇଁ ଉପାୟ ଜଣା ନଥାଏ । ଆମେ ଏଠି ସେଭଳି କିଛି ଉପାୟ କହୁଛୁ । କ୍ଷୀର ପ୍ରାୟ ସମସ୍ତଙ୍କ ଘରେ ବ୍ୟବହାର କରାଯାଏ। ଏହା ଉତ୍ତମ ସ୍ବାସ୍ଥ୍ୟ ପାଇଁ ବହୁତ ଜରୁରୀ ଅଟେ। ଶିଶୁଙ୍କର ଏହା ପ୍ରଥମ ଆହାର । କିନ୍ତୁ ସ୍ବାସ୍ଥ୍ୟ ଛଡ଼ା କ୍ଷୀରକୁ ଅନ୍ୟ କାର୍ଯ୍ଯରେ ମଧ୍ୟ ବ୍ୟବହାର କରାଯାଏ। ହିନ୍ଦୁ ଧର୍ମରେ କ୍ଷୀରକୁ ଦେବାଦେବୀ ପୂଜାରେ ବହୁତ ଉପଯୋଗୀ ବୋଲି ଧରାଯାଏ।

କ୍ଷୀରର ଫାଇଦା

brideସାପକୁ କ୍ଷୀର ପିଆଇଲେ ରାହୁ ଗ୍ରହ ରିଷ୍ଟ ଖଣ୍ଡନ ହୋଇଥାଏ। ଏହି ଉପାୟ ଆପଣ କୌଣସି ବି ଶୁଭ ଦିନରେ କରିପାରିବେ। କ୍ଷୀରରେ ରାଶି ମିଶାଇ ଭଗବାନ ଶିବଙ୍କ ଉପରେ ଢାଳିବା ଦ୍ବାରା ସମସ୍ତ ଗ୍ରହ ଜନିତ ଅନିଷ୍ଟ ଟଳିଥାଏ। ଯାହାଦ୍ବାରା ଅାପଣଙ୍କର ରିଷ୍ଟ ଖଣ୍ଡନ ହୋଇ ମନଲାଖି ଜୀବନ ସାଥି ପାଇବାରିବେ।

ଯଦି କିଛି ଭଲ କାମରେ ଭାଗ୍ୟ ସାଥ୍ ଦେଉନାହିଁ ତେବେ ଏହା ଖରାପ ଦିଗ ଆଡ଼କୁ ସଂକେତ ଦେଇଥାଏ। ଏମିତିରେ ଗ୍ରହ ଦଶା ଠିକ କରିବା ପାଇଁ ଅଧା କ୍ଷୀର ଏବଂ ଅଧା ପାଣି ମିଶାଇ ସେଥିରେ କିଛି ଦାନା ଚିନି ପକାଇ ୭ ସୋମବାର ଶିବଲିଙ୍ଗ ଉପରେ ଚଢ଼ାନ୍ତୁ।

ମନ ଚାହୁଁଥିବା ଜୀବନ ସାଥୀ ପ୍ରାପ୍ତି କରିବା ପାଇଁ କଞ୍ଚା କ୍ଷୀରରେ ହଳଦୀ ମିଶାଇ ନିୟମିତ ଭାବରେ ଶିବଲିଙ୍ଗ ଉପରେ ଢାଳନ୍ତୁ। ଘରେ ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ପାଇଁ ଏକ ଲୁହା ପାତ୍ରରେ ଜଳ, ଚିନି, କ୍ଷୀର ତଥା ଘିଅ ମିଶାନ୍ତୁ। ଏହାକୁ ବର ଗଛର ଛାଇ ତଳେ ଛିଡ଼ା ହୋଇ ବର ଗଛର ମୂଳରେ ଢାଳନ୍ତୁ। ଏଭଳି କରିବା ଦ୍ବାରା ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button