ସ୍ୱାସ୍ଥ୍ୟ

ବିନା ଖର୍ଚ୍ଚରେ ମହକିବ ଶରୀର, ଘରେ ପ୍ରସ୍ତୁତ କରନ୍ତୁ ନେଚୁରାଲ ଡିଓ

ଶରୀରର ର୍ଦୁଗନ୍ଧ ନା କେବଳ ଆପଣଙ୍କୁ ବରଂ ଆପଣଙ୍କ ପାଖଆଖର ଲୋକଙ୍କ ପାଇଁ ମଧ୍ୟ ଅସୁବିଧାର କାରଣ ପାଲଟିଥାଏ। ଏଣୁ ଲୋକଲଜ୍ଯାରୁ ବଞ୍ଚିବା ପାଇଁ ଏବଂ ନିଜକୁ ର୍ଦୁଗନ୍ଧ ମୁକ୍ତ କରିବା ପାଇଁ ସାଧାରଣତଃ ସମସ୍ତେ ଫରଫ୍ଯୁମ୍ ଏବଂ ଡିଓର ବ୍ଯବହାର କରିଥାନ୍ତି। ତେବେ ଦୈନିକ ବ୍ଯବହାର କରାଯାଉଥିବା ଡିଓ ଅଧିକ ମହଙ୍ଗା ହେବା ସହ ତାହା ଦ୍ବାରା ଆପଣଙ୍କୁ ଅନେକ ଚର୍ମ ସଂକ୍ରମିତ ରୋଗ ହେବାର ସମ୍ଭାବନା ରହିଥାଏ। ଏଣୁ ଆଜି ଆମେ ଆପଣଙ୍କୁ ଘରୋଇ ଡିଓର ପ୍ରସ୍ତୁତି ବିଷୟରେ କହିବାକୁ ଯାଉଛୁ। ଯାହା ଆପଣଙ୍କୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିବା ସହ ଏକ ଆଣ୍ଟିବ୍ଯାକ୍ଟରେଆଲ ଭାବେ କାମ କରିଥାଏ।

how-to-make-soap

ନଡ଼ିଆ ତେଲରେ ପ୍ରସ୍ତୁତ ଡିଓ ଚର୍ମକୁ ସବୁବେଳେ ହାଇଡ଼୍ରେଟ ରଖିଥାଏ। ଯାହା ଫଳରେ ବହୁ ସମୟ ପର୍ଯ୍ଯନ୍ତ ଝାଳ ର୍ଦୁଗନ୍ଧ ହୋଇନଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ତିନି ଚାମଚ ନଡ଼ିଆ ତେଲରେ ୨ ଚାମଚ ବଟର, ୩ ଚାମଚ ବେକିଂ ସୋଡ଼ା ଏବଂ ଆରାରୁଟକୁ ମିଶ୍ରିତ କରନ୍ତୁ। ଏବେ ଏଥିରେ ଟିକେ ନେଚୁରାଲ ଅଏଲ ମିଶାଇ ତାହାକୁ ଏକ ପାତ୍ରରେ ରଖନ୍ତୁ। ଏବେ ଏହାକୁ ଦୈନିକ କିଛି ମାତ୍ରରେ ଶରୀରରେ ବ୍ଯବହାର କରନ୍ତୁ। ଦେଖିବେ ଆପଣଙ୍କ ଶରୀର କିପରି ସୁଗନ୍ଧମୟ ହୋଇଯିବ।

deodorant-feature

ମହୁ ମାଛିର ଫେଣାରୁ ବାହାରିଥିବା ମହମ ଘରୋଇ ଡିଓ ଭାବେ ବହୁ ଲାଭକାରୀ। ଏହା ଦ୍ବାରା ଦିନସାରା ଶରୀରର ତାଜା ରହିଥାଏ। ଏହି ଡିଓକୁ ପ୍ରସ୍ତୁତ କରିବା ପାଇଁ ୩ ଚାମଚ ନଡ଼ିଆ ତେଲ ଏବଂ ୧ ଚାମଚ ମହୁମାଛି ମହମକୁ ହାଲୁକା ଉଷୁମ କରନ୍ତୁ। ଏବେ ଏହାକୁ ୧/୪ କନଫ୍ଳୋର , ୧/୪ ବେକିଂ ସୋଡ଼ା , ୫ ବୁନ୍ଦା ଟି ଅଏଲ ସହ ମିଶାନ୍ତୁ। ଏବେ ଏହି ମିଶ୍ରଣକୁ ଥଣ୍ଡା କରିବା ପରେ ସ୍ପେ ବୋତଲରେ ରଖି ଦୈନିକ ବ୍ଯବହାର କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button