ସ୍ୱାସ୍ଥ୍ୟ

ଚେହେରାରୁ ନେଇ କେଶ ପର୍ଯ୍ୟନ୍ତ ସବୁ ସମସ୍ୟାର ସମାଧାନ ତୁଳସୀ

ତୁଳସୀ ପତ୍ରରେ ବହୁତ ପ୍ରକାର ଔେଷଧୀୟ ଗୁଣ ରହିଥାଏ, ଯାହା ଅନେକ ସ୍ବାସ୍ଥ୍ୟଗତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ। କିନ୍ତୁ କଣ ଆପଣ ଜାଣନ୍ତି ତୁଳସୀ ସୌନ୍ଦର୍ଯ୍ଯ ପାଇଁ ମଧ୍ୟ ବହୁତ ଲାଭବାନ ହୋଇଥାଏ। ତୁଳସୀର ବ୍ୟବହାର କରି ଆପଣ ତ୍ବଚା ଠାରୁ ଆରମ୍ଭ କରି କେଶ ସମସ୍ୟାକୁ ମଧ୍ୟ ଦୂର କରିପାରିବେ। ତେବେ ଆସନ୍ତୁ ଜାଣିବା ତୁଳସୀର ସୌନ୍ଦର୍ଯ୍ଯପୂର୍ଣ୍ଣ ଫାଇଦା

ଆଣ୍ଟି-ଏଜିଙ୍ଗ୍ ଫର୍ମୁଲା

basilଆଣ୍ଟି ଅକ୍ସିଡେଣ୍ଟସରେ ଭରପୂର ରହିଥିବା ତୁଳସୀକୁ ବ୍ୟବହାର କରିବା ଦ୍ବାରା ଏଜିଙ୍ଗ ପ୍ରକ୍ରୀୟା କମ୍ ହୋଇଯାଇଥାଏ। ଏଥିପାଇଁ ପ୍ରତିଦିନ ତୁଳସୀ ପତ୍ରକୁ ବାଟି ୧୦ ମିନିଟ ପର୍ଯ୍ୟନ୍ତ ଚେହେରାରେ ଲଗାଇ କିଛି ସମୟ ପରେ ପାଣିରେ ଧୋଇ ଦିଅନ୍ତୁ।

ଦାଗ-ଚିହ୍ନ ହୋଇଥାଏ ଦୂର

tulsi for skinତୁଳସୀ ପତ୍ରକୁ ପେଶୀ ପାଉଡର ପ୍ରସ୍ତୁତ କରିଦିଅନ୍ତୁ। ଏହାପରେ ଏଥିରେ କ୍ଷୀର କିମ୍ବା ମହୁ ମିଶାଇ ଚେହେରାରେ ଲଗାନ୍ତୁ। ଏହିଭଳି କରିବା ଦ୍ବାରା ଦାଗ-ଚିହ୍ନ ଏବଂ ବ୍ରଣ ସମସ୍ୟା ଦୂର ହୋଇଥାଏ ଏବଂ ତ୍ବଚା ଚମକପୁର୍ଣ୍ଣ ହୋଇଯାଏ।

ଆକ୍ନିକୁ କରିବ ଦୂର

Tulasi-Basil-leavesଯଦି ଆପଣ ଆକ୍ନି ସମସ୍ୟାରେ ଚିନ୍ତିତ ଅଛନ୍ତି ତେବେ ତୁଳସୀରେ ଗୋଲାପ ଜଳକୁ ମିଶାଇ ଚେହେରାରେ ୧୦ ମିନିଟ ପର୍ଯ୍ୟନ୍ତ ଲଗାନ୍ତୁ। ପ୍ରତିଦିନ ଏହାର ବ୍ୟବହାର କରିବା ଦ୍ବାରା ଆକ୍ନି ସମସ୍ୟା ଦୂର ହୋଇଥାଏ।

ତ୍ବଚାର ରଙ୍ଗ ହେବ ସଫା

ତୁଳସୀ ପତ୍ରକୁ ମିଶାଇ ସେଥିରେ ବେସନ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ।ଏହି ପେଷ୍ଟକୁ ପ୍ରତିଦିନ ଚେହେରାରେ ଲଗାଇବା ଦ୍ବାରା ତ୍ବଚାର ରଙ୍ଗରେ ପରିବର୍ତ୍ତନ ହେବାକୁ ଲାଗିଥାଏ।hair-fall

କେଶ ଝଡିବା ହୋଇଥାଏ କମ୍

ତୁଳସୀ ପତ୍ରକୁ ପେଶୀ ସେଥିରେ ନଡିଆ ତେଲ ଏବଂ ଅଲିଭ ଅଏଲ ମିଶାନ୍ତୁ। ଏହାପରେ ଏହାକୁ ସ୍କାଲ୍ପରେ ୨୦-୨୫ ମିନିଟ ପର୍ଯ୍ୟନ୍ତ ଲଗାଇବା ଦ୍ବାରା ଶାମ୍ପୁ କରିଦିଅନ୍ତୁ। ଏହା ସ୍କାଲ୍ପକୁ ଥଣ୍ଡା କରି ରକ୍ତ ସଞ୍ଚାଳନକୁ ବଢ଼ାଇଥାଏ, ଯାହା ଦ୍ବାରା କେଶ ଝଡିବା କମ୍ ହୋଇଥାଏ ଏବଂ କେଶର ଗ୍ରୋଥ ହୋଇଥାଏ।

ରୂପିକୁ କରନ୍ତୁ ଦୂର

Tulasi-Basil-leavesପ୍ରତ୍ୟେକଦିନ ମୁଣ୍ଡରେ ତେଲ ମାଲିସ କରିବା ପାଇଁ ଆପଣ ଯେଉଁ ତେଲର ବ୍ୟବହାର କରୁଛନ୍ତି, ସେଥିରେ ତୁଳସୀ ପେଷ୍ଟକୁ ମିଶାଇ ଦିଅନ୍ତୁ। ଏହା ରୂପିକୁ କମ୍ କରିବାରେ ସାହାଯ୍ୟ କରିଥାଏ ଏବଂ କେଶ କୁଣ୍ଡେଇ ହେବା ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button