ସ୍ୱାସ୍ଥ୍ୟ

କାନ ବିନ୍ଧା ଯନ୍ତ୍ରଣାକୁ ସହ୍ୟ କରିପାରୁ ନାହାନ୍ତି ? ତେବେ କରନ୍ତୁ ସୋରିଷ ତେଲର ଏପରି ବ୍ୟବହାର

ମଣିଷ ଜୀବନରେ ବହୁତ ପ୍ରକାର ରୋଗ ଆସିଥାଏ। ବହୁତ ରୋଗର ଯନ୍ତ୍ରଣାରେ ମଣିଷ ଘାରି ହୋଇ ରହିଥାଏ। ସବୁ ପ୍ରକାର ଯନ୍ତ୍ରଣା ମଧ୍ୟରେ କାନ ଯନ୍ତ୍ରଣା ହେଉଛି ଗୋଟିଏ । କାନ ବିନ୍ଧା ଯନ୍ତ୍ରଣା ମଣିଷକୁ ବହୁତ ଅସହ୍ୟ କରିଦିଏ। ଏହି ଯନ୍ତ୍ରଣା ବହୁତ କଷ୍ଟଦାୟକ। ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଘରୋଇ ଉପଚାର ନେଇ ଆସିଛୁ ଯାହାକୁ ବ୍ୟବହାର କରି ଆପଣ କାନ ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ।

ear pain

– କାନ ବିନ୍ଧା ହେଉଥିଲେ, ସୋରିଷ ତେଲକୁ ଅଳ୍ପ ଉଷୁମ କରି କିଛି ବୁନ୍ଦା କାନରେ ପକାନ୍ତୁ। କିଛି ସମୟ ପରେ ଯନ୍ତ୍ରଣାରୁ ମୁକ୍ତି ମିଳିବ। ସୋରିଷ ତେଲରେ ଲବଙ୍ଗକୁ ପୋଡ଼ି ଏହି ତେଲକୁ କାନରେ ପକାଇଲେ ଭଲ ଫାଇଦା ମିଳିଥାଏ।

– ରାତିରେ ଶୋଇବା ପୂର୍ବରୁ ପିଆଜ ରସ କିଛି ବୁନ୍ଦା କାନରେ ପକାଇ ଶୁଅନ୍ତୁ। ସକାଳେ କାନ ବିନ୍ଧା ଭଲ ହୋଇଯାଇଥିବ।

– ପାନ ପତ୍ର ରସକୁ ଉଷୁମ କରି ଏହି ରସକୁ କାନରେ ପକାଇଲେ କାନ ବିନ୍ଧାରୁ ମଧ୍ୟ ଉପଶମ ମିଳିଥାଏ।

mutard oil– କିଛି ମୂଳାକୁ ଛୋଟ ଛୋଟ ଖଣ୍ଡ କରି ଏହାକୁ ସୋରିଷ ତେଲରେ ପକାଇ ଗରମ କରନ୍ତୁ। ପରେ ତେଲକୁ ଛାଣି ଏକ ବୋତଲରେ ରଖନ୍ତୁ। ଏହି ତେଲକୁ କାନରେ ୨ ବୁନ୍ଦା ଲେଖାଏ ପକାନ୍ତୁ, ଯନ୍ତ୍ରଣାରୁ ଉପଶମ ମିଳିବ।

– ତୁଳସୀ ପତ୍ରକୁ ଛେଚି ଏହାର ରସକୁ ଅଳ୍ପ ଉଷୁମ କରି ୪/୫ ବୁନ୍ଦା କାନରେ ପକାନ୍ତୁ। ଯନ୍ତ୍ରଣାରୁ ମୁକ୍ତି ମିଳିବ।

– ଲୁଣ ପୁଡ଼ିଆ କରି କାନ ଚାରିପାଖରେ ଏହାର ଗରମ ସେକ ଦିଅନ୍ତୁ। ଦେଖିବେ, ଅବଶ୍ୟ ଆରାମ ଲାଗିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button