ସ୍ୱାସ୍ଥ୍ୟ

ପିଜୁଳି ପତ୍ର ସାହାଯ୍ୟରେ ଦୂର କରନ୍ତୁ ଡାଇବେଟିସ୍ ଏବଂ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା

ଆମେ ଜାଣିଛେ ଯେ ପିଜୁଳି ବହୁତ ସ୍ବାଦିଷ୍ଟ ଏବଂ ବହୁତ ପ୍ରକାର ଗୁଣରେ ଭରପୁର ହୋଇଥାଏ । କିନ୍ତୁ କଣ ଆପଣ ଜାଣନ୍ତି ପିଜୁଳି ସହିତ ଏହାର ପତ୍ର ମଧ୍ୟ ବହୁତ ଲାଭ ଦାୟକ ହୋଇଥାଏ। ପିଜୁଳି ପତ୍ରରେ ପୋଟାସିୟମ,ଜିଙ୍କ ଏବଂ ପ୍ରୋଟିନ ଭରପୂର ମାତ୍ରାରେ ରହିଥାଏ। ପିଜୁଳି ପତ୍ର ସହାଯ୍ୟରେ ଅନେକ ପ୍ରକାର ରୋଗର ଚିକିତ୍ସା କରାଯାଇପାରିବ।

 guava leaves tea-ମଧୁମେହ ରୋଗ ପାଇଁ ପିଜୁଳି ପତ୍ରର ଚାହା ଏକ ଅକାଟ୍ୟ ଔଷଧ ଭାବରେ କାମ କରେ। ରକ୍ତରେ ବଢ଼ୁଥିବା ଶର୍କରା ଭାଗକୁ କମ୍ କରିବାର ପିଜୁଳି ପତ୍ରରେ ଶକ୍ତି ରହିଛି। ଏହା ରକ୍ତରେ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

-ପିଜୁଳି ପତ୍ରକୁ ଶୁଖାଇ ଗୁଣ୍ଡ କରି କ୍ଷୀରରେ ମିଶାଇ ପିଇଲେ ନିଦ୍ରାହୀନତା ଦୂର ହୋଇଥାଏ।

guava-ପିଜୁଳି ପତ୍ରକୁ ଚୋବାଇଲେ ପେଟରେ ଥିବା କୃମିକୁ ନଷ୍ଟ ହୋଇଥାଏ।

-ପିଜୁଳି ପତ୍ରର କଅଁଳିଆ ପତ୍ରକୁ ବାଟି ମୁଣ୍ଡରେ ଲଗାଇଲେ ମୁଣ୍ଡବିନ୍ଧା ଭଲ ହୋଇଥାଏ।

guava-ଏହି ପତ୍ରକୁ ଚୋବାଇଲେ ପାଚନ ପ୍ରକ୍ରିୟା ମଜଭୁତ ହେବାସହ କୋଷ୍ଠକାଠିନ୍ୟ ମଧ୍ୟ ଦୂର ହୋଇଥାଏ।

-ବହୁତ ମହିଳାଙ୍କର କେଶ ଦ୍ବିମୁହାଁ ହୋଇଯାଇଥାଏ ଯାହା ଦ୍ବାରା କେଶ ଆଗକୁ ବଢ଼ି ନଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପିଜୁଳିର ପତ୍ରକୁ ବ୍ୟବହାର କରିବା ଆପଣଙ୍କ ପାଇଁ ଫାଇଦାପୂର୍ଣ୍ଣ ହୋଇଥାଏ।

guava leaves-ପିଜୁଳି ପତ୍ର ଚାହା ପିଇବା ଦ୍ୱାରା କୋଲେଷ୍ଟ୍ରେଲ୍ ସ୍ତର କମ୍ ରହିବା ସହ ଆମ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଫଳରେ ଆମ ହୃତ୍‌ପିଣ୍ଡ ସୁସ୍ଥ ରହିଥାଏ।

– ଏହା ଆଲାର୍ଜୀକୁ ମଧ୍ୟ ଦୂର କରିଥାଏ। ଏହା ସେହି ଭାଇରସକୁ କମ କରିଥାଏ ଯାହା ଦ୍ବାରା ଆଲାର୍ଜୀ ଜନ୍ମ ହୋଇଥାଏ।

guava hair-ପିଜୁଳି ପତ୍ର କେଶ ପାଇଁ ଅନେକ ଲାଭକରୀ ହୋଇଥାଏ। ପିଜୁଳି ପତ୍ରକୁ ପାଣିରେ ଫୁଟାଇ ସେହି ପାଣିକୁ ମୁଣ୍ଡରେ ଲଗାଇ ମାଲିସ୍ କଲେ ଚୁଟି ଝଡିବା ବନ୍ଦ ହେବା ସହ ରୂପି ସମସ୍ୟା ମଧ୍ୟ ଦୂର ହୋଇଥାଏ।

– ଓଜନ ହ୍ରାସ କରିବା ପାଇଁ ମଧ୍ୟ ପିଜୁଳି ପତ୍ରକୁ ବ୍ୟବହାର କରାଯାଇଥାଏ।

-ତ୍ୱଚା ପାଉଁ ମଧ୍ୟ ପିଜୁଳି ପତ୍ର ବେଶ୍ ଉପକାରୀ। ପିଜୁଳି ପତ୍ରରେ ଥିବା ଆଣ୍ଟିସେପ୍ଟିକ୍ ଗୁଣ ବ୍ୟାକ୍ଟେରିଆ ନଷ୍ଟ କରିଥାଏ। ଏହାକୁ ବାଟି ଏହାର ପେଷ୍ଟକୁ ମୁହଁରେ ଲଗାଇଲେ ବ୍ରଣ ଭଲ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button