ସ୍ୱାସ୍ଥ୍ୟ

ଚେହେରାର ଚର୍ବି କମ କରିବ ଏହି ଘରୋଇ ଉପଚାର

ଚେହେରାର ସୁନ୍ଦରତା ଏବଂ ସଠିକପଣ ଏକ ଦମଦାର ବ୍ୟକ୍ତିତ୍ବ ପାଇଁ ନିହାତି ଜରୁରୀ । ଶରୀରରେ ଜମା ରହିଥିବା ଅଯଥା ଚର୍ବି ଯେପରି ଶରୀର ସୁନ୍ଦରତାକୁ ନଷ୍ଟ କରିଥାଏ ଠିକ୍ ସେହିପରି ଚେହେରାର ସୁନ୍ଦରତାକୁ ନଷ୍ଟ କରିଥାଏ ଏଥିରେ ଅଧିକ ଚର୍ବି। ଯାହା ଦେଖିବାକୁ ଭାରି ଅସୁନ୍ଦର ଦେଖାଯାଇଥାଏ। କିଛି ମହିଳା ଫେସିଆଲ ଫ୍ୟାଟ୍ ବା ଚେହେରାର ଚର୍ବି କମ କରିବା ପାଇଁ ବିଭିନ୍ନ ପ୍ରକାରର ଔଷଧ ବ୍ୟବହାର କରିଥାନ୍ତି । ଯାହାର ପରିଣାମ ଖୁବ ଖରାପ ହୋଇଥାଏ। ଆଜି ଆମେ ଆପଣଙ୍କୁ ଫେସିଆଲ ଫ୍ୟାଟ କମ କରିବାର କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ନଜର ପକାଇବା ଚେହେରାର ଅଦରକାରୀ ଚର୍ବି କମ କରିବାର ବିଭିନ୍ନ ଘରୋଇ ଉପଚାର ବିଷୟରେ।

home-remedies

-ଅଣ୍ଡାରେ ରହିଥିବା ପ୍ରୋଟିନ ଏବଂ ଏବ୍ଳୁମିନ୍ ଚର୍ମର ଟୋନିଂ କମ କରିବା ସହ ଚେହେରାର ଚର୍ବି କମ କରିବାରେ ସହାୟକ ହୋଇଥାଏ। ଏହା ଚେହେରାରେ ଥିବା କୁଞ୍ଚିତ ରେଖାକୁ ମଧ୍ୟ କମ କରିଥାଏ। ଏହାକୁ ବ୍ୟବହାର କରିବା ପାଇଁ ୨ଟିଅଣ୍ଡା , ଏକ ଚାମଚ କ୍ଷୀର, ଏକ ଚାମଚ ଲେମ୍ବୁ ଏବଂ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ଅଧାଘଣ୍ଟା ରଖିବା ପରେ ହାଲୁକା ଉଷୁମ ପାଣିରେ ଧୋଇଦିଅନ୍ତୁ । ଆପଣଙ୍କ ଚେହେରାରେ ହେଉଥିବା ବଦଳର ଫରକ ଆପଣ ନିଜେ ଅନୁଭୂତ କରିପାରିବେ।

-ଏକ ଚାମଚ କ୍ଷୀର ଏବଂ ମହୁକୁ ମିଶାଇ ବେକ ପାଖରେ ମସାଜ କରନ୍ତୁ। କିଛି ସମୟ ମସାଜ କରିବାପରେ ୧୦ ମିନିଟ ପର‌୍ୟ୍ୟନ୍ତ ତାହାକୁ ଛାଡ଼ି ଦିଅନ୍ତୁ।ଏହାପରେ ତାହାକୁ ହାଲୁକା ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏପରି ସପ୍ତାହରେ ଦୁଇଥର କରନ୍ତୁ। ଦେଖିବେ ଖୁବ କମ ଦିନ ମଧ୍ୟରେ ଚେହେରାର ଚର୍ବି କମ ହେବା ସହ ଏହାକୁ ଚମକଦାର କରିବ।

face

-ହଳଦିରେ ଆଣ୍ଟି-ଏଜିଂ ଏବଂ ଏଣ୍ଟି-ବ୍ୟାକ୍ଟେରିଆଲ ଗୁଣ ରହିଥାଏ। ଏଣୁ ହଳଦୀ ,ବେସନ ଏବଂ ଦହିର ମିଶ୍ରଣ ପ୍ରସ୍ତୁତ କରି ତାହାକୁ ଚେହେରାରେ ଲଗାନ୍ତୁ। ତାହାକୁ ଚେହେରାରେ ୨୦ ମିନିଟ ପର‌୍ୟ୍ୟନ୍ତ ରଖିବା ସହ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହରେ ଏପରି ଦୁଇ ତିନିଥର କରିବା ଦ୍ବାରା ମୁହଁର ମୋଟାପଣ ଦୂର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button