ମନୋରଞ୍ଜନ

ଶୀତୁଆ ପାଗରେ ସ୍ବାଦିଷ୍ଟ ଝାଲ ମୁଢ଼ିର ମଜା ନିଅନ୍ତୁ, ଜାଣନ୍ତୁ ଏହାର ପ୍ରସ୍ତୁତି

ଶୀତ ଦିନରେ ଥଣ୍ଡା ପାଗକୁ ଶୀତର ମଜାକୁ ଦ୍ବିଗୁଣିତ କରିଥାଏ ଝାଲମୁଢ଼ି। ଝାଲ ମୁଢ଼ିର ନାମକୁ ଶୁଣିବା ମାତ୍ରକେ ହିଁ ପାଟିରେ ଲାଳ ବାହାରି ଆସିଥାଏ।ଏହି ଶୀତରେ ମୌସମରେ ଯଦି ଝାଲମୁଢ଼ି ମିଳିଯାଏ ତେବେ ତାହାର ମଜା କିଛି ଅଲଗା ଥାଏ। ସାଧାରଣତଃ ହଷ୍ଟେଲରେ ରହୁଥିବା ପିଲାମାନେ ଏହି ବ୍ୟଞ୍ଜନକୁ ବହୁତ ପସନ୍ଦ କରିଥାନ୍ତି। ଏକା ସାଙ୍ଗରେ ବସି ଝାଲ ମୁଢ଼ିକୁ ଖାଇବାର ମଜା କିଛି ନିଆରା ଥାଏ।

Puffed_Rice_Upma__Murmura_Upmaଝାଲମୁଢ଼ି ଏକ ବହୁତ ଲୋକପ୍ରିୟ ସ୍ନାକସ ଆଇଟମ ଅଟେ। ଯାହା ବହୁତ ସହଗରେ ଏବଂ ଶୀଘ୍ର ପ୍ରସ୍ତୁତ ହୋଇଯାଏ। ଝାଲ ମୁଢ଼ିରେ ମୁଢ଼ି, କାକୁଡି, ଗାଜର, ଟମାଟୋ, ସୋରିଷ ତେଲ ଏବଂ କିଛି ମସଲାକୁ ବ୍ୟବହାର କରାଯାଏ। ପୂରା ଭାରତରେ ଝାଲମୁଢ଼ିକୁ ଅଲଗା ଅଲଗା ପ୍ରକାରର ପ୍ରସ୍ତୁତ କରାଯାଇଥାଏ। କିନ୍ତୁ ସବୁ ଯାଗାରେ ଏହାର ସ୍ବାଦ ବହୁତ ସ୍ବାଦିଷ୍ଟ ହୋଇଥାଏ। ଏହି ସ୍ନାକ୍ସଟି ଜଲଦି ପ୍ରସ୍ତୁତ ହୋଇଯାଇଥାଏ। ଆପଣ ଏହାର ମଜା ଗରମ ଗରମ ଚାହା ସହିତ ନେଇ ପାରିବେ। ଆପଣ ଏହାକୁ ନିଜ ସାଙ୍ଗସାଥି କିମ୍ବା ପରିଜନଙ୍କ ସହିତ ଫିଲ୍ମର ମଜା ନେଇକି ଖାଇପାରିବେ। ଏହି ଝାଲ ମୁଢ଼ି ସାମଞ୍ଜସ୍ୟ ମୁମ୍ବାଇର ଭେଲ ସହିତ ରହିଛି ବୋଲି କୁହାଯାଏ। କାରଣ ଦୁଇଟିରେ ମୁଢ଼ିର ବ୍ୟବହାର କରାଯାଇଥାଏ।

jhal_muri

ପ୍ରସ୍ତୁତି ପାଇଁ ସାମଗ୍ରୀ

-୨୦୦ ଗ୍ରାମ ମୁଢ଼ି

-ଏକ ଛୋଟ ଗ୍ରେଟ ହୋଇଥିବା ଗାଜର

-ଏକ ଛୋଟ ଗ୍ରେଟେଡ କାକୁଡି

-ଏକ କଟାଯାଇଥିବା ପିଆଜ

-ଗୋଟିଏ ଛୋଟ କଟାଯାଇଥିବା ଟମାଟୋ

-୨୦ ଗ୍ରାମ ଚଣା

-ଅଧା ଚାମଚ ଜୀରା ପାଉଡର

-ଗୋଟେ ଛୋଟ ଚାମଚ ସୋରିଷ ତେଲ

-ଆଚାର ତେଲ

-ଗୋଟେ ଛୋଟ ଚାମଚ ଲେମ୍ବୁ ରସ

-୨୦ ଗ୍ରାମ ଭଜା କିମ୍ବା ସିଝା ବାଦାମ

-ଅଧା ଚାମଚ ଲଙ୍କା ଗୁଣ୍ଡ ପାଉଡର

–ଅଧା ଚାମଚ ଅମଚୁର ମସଲା

ଅଳ୍ପ ଧନିଆ ପତ୍ର

-କଟା ହୋଇଥିବା କଞ୍ଚା ଲଙ୍କା

-ସ୍ବାଦ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ

street-jhaal-muri

ଏକ ବଡ ପାତ୍ରରେ କଟା ପିଆଜ, ଚଣା, କଟା ହୋଇଥିବା କାକୁଡି ପକାଇ ଗୋଳାଇ ଦିଅନ୍ତୁ। ଏହାପରେ କଟା ହୋଇଥିବା ଟମାଟୋ, କଞ୍ଚା ଲଙ୍କା, ଜୀରା ପାଉଡର, ଅମଚୁର ପାଉଡର, ଚାଟ ମସଲା, ଧନିଆ ପତ୍ର ଏବଂ ଲାଲ ଲଙ୍କା ପାଉଡର ମିଶାନ୍ତୁ। ଏବେ ଏଥିରେ ଲେମ୍ବୁ ରସ, ସୋରିଷ ତେଲ, ଭଜା ଚଣା ଏବଂ ଆଚାର ତେଲ ଯାହା ଏହାର ସ୍ବାଦକୁ ଦ୍ବିଗୁଣିତ କରିଦିଏ ତାହାକୁ ମିଶାଇ ଗୋଳାଇ ଦିଅନ୍ତୁ।

ଏବେ ଏଥିରେ ମୁଢ଼ି, ଭଜା ବାଦାମ, ଚନାଚୁର ଏବଂ ସ୍ବାଦ ଅନୁସାରେ ଲୁଣ ମିଶାଇ ଗୋଳାଇ ଦିଅନ୍ତୁ। ଏବେ ଆପଣଙ୍କର ଝାଲ ମୁଢ଼ି ପ୍ରସ୍ତୁତ ହୋଇଯାଇଛି। ଏହାକୁ ତୁରନ୍ତ ନଖାଇଲେ ଏହାର କ୍ରୀସପି କମିଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button