ନୀତି

ଶାସ୍ତ୍ର ଅନୁଯାୟୀ, ଏହି ୫ଟି କଥାର ରଖିଲେ ଧ୍ୟାନ ପାଖ ମାଡ଼ିବନି ନକରାତ୍ମକ ଶକ୍ତି

ପ୍ରତ୍ୟୋକ ମନୁଷ୍ୟ ଜୀବନରେ କେବେ ନା କେବେ କାହାଠାରୁ ଧୋକା ବା ବିଶ୍ବାସକତା ପାଇଥାଏ। ଆପଣ ଜାଣିଛନ୍ତି କି ଏହା ମଣିଷଙ୍କ ଜୀବନରେ ଚାଲିଥିବା ଭଲ ଏବଂ ଖରାପ ସମୟ ପାଇଁ ହୋଇଥାଏ। କାରଣ ଆମ ଚର୍ତୁପାଶ୍ବରେ ଦୁଇପ୍ରକାରର ଉର୍ଜା ରହିଥାଏ । ଗୋଟିଏ ହେଉଛି ସକରାତ୍ମକ ଏବଂ ଅନ୍ୟଟି ନକରାତ୍ମକ। ଯେତେବେଳେ ନକାରତ୍ମକ ଉର୍ଜାର ଶକ୍ତି ବଢ଼ିଯାଇଥାଏ ସେତେବେଳେ ବ୍ୟକ୍ତିଙ୍କ ଅସୁବିଧା ବଢ଼ିବାରେ ଲାଗିଥାଏ। ଏନେଇ ଭାରତୀୟ ଶାସ୍ତ୍ରରେ ବର୍ଣ୍ଣିତ ୫ଟି କଥାକୁ ଅନୁସରଣ କରିବା ଦ୍ବାରା ଜୀବନରୁ ନକରାତ୍ମକ ଉର୍ଜା ଦୂର ହେବା ସହ କେବେ ମଧ୍ୟ ଧୋକା ଖାଇବେ ନାହିଁ।

-ଶାସ୍ତ୍ରନୁଯାୟୀ କୌଣସି ଖରାପ ବ୍ୟକ୍ତିଙ୍କ ନିକଟରେ ଶୋଇବା, ଖାଇବା-ବସିବା, ବୁଲିବା ଦ୍ବାରା ତାଙ୍କର ଗୁଣ ଏବଂ ପ୍ରଭାବ ଆପଣଙ୍କ ପାଖକୁ ପଳାଇଆସିଥାଏ।

family

-କେବେ ମଧ୍ୟ ମାତା-ପିତା, ପୁତ୍ର-ପତ୍ନୀ , ସ୍ବାମୀ, ଗୁରୁ , ଭାଇ-ଭଉଣୀ ଏବଂ ଦେବୀ-ଦେବୀତାଙ୍କର ଅବମାନନା କରିବା ଉଚିତ୍ ନୁହଁ। ଏହା ଦ୍ବାରା ନକରାତ୍ମକ ଉର୍ଜା ଜାତ ହୋଇଥାଏ।

-କେବେ ମଧ୍ୟ କୌଣସି ଶବଯାତ୍ରାରୁ ଫେରିବା ସମୟରେ ପଛକୁ ବୁଲି ଚାହିଁବା ଉଚିତ ନୁହଁ। ଏହା ଦ୍ବାରା ତାଙ୍କ ପାଖରେ ରହିଥିବା ନକାରତ୍ମକ ଶକ୍ତି ଆପଣଙ୍କ ପାଖକୁ ପଳାଇଆସିଥାଏ। ଏଣୁ ଶବଯାତ୍ରାରୁ ଫେରିବା ପରେ ସର୍ବପ୍ରଥମେ ସ୍ନାନ କରି ତାହାପରେ ଘର ମଧ୍ୟରେ ପ୍ରବେଶ କରିବା ଉଚିତ୍।

Perfume

-ରାତିରେ ନକରାତ୍ମକ ଉର୍ଜା ଅଧିକ ସକ୍ରିୟ ରହିବା ସହ ଜୀବନକୁ ଅଧିକ ପ୍ରଭାବିତ କରିଥାଏ। ଏଣୁ ରାତି ସମୟରେ କେବେ ମଧ୍ୟ ଭୁଲରେ ଅତର ଲଗାଇ ବାହାରକୁ ଯାଆନ୍ତୁ ନାହିଁ। ଏହା ଦ୍ବାରା ଖରାପ ଶକ୍ତି ଅଧିକ ଆର୍କଷିତ ହୋଇଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button