ସ୍ୱାସ୍ଥ୍ୟ

ଅନବରତ ମୁଣ୍ଡ ଏବଂ କାନ୍ଧରେ ଯନ୍ତ୍ରଣା ଅନୁଭବ ହେଉଛି କି ? ତେବେ ସାବଧାନ

ଲଗାତାର ମୁଣ୍ଡ ତଳକୁ କରି ସ୍ମାର୍ଟଫୋନ ବ୍ୟବହାର କରୁଥିବା ଲୋକଙ୍କ ମଧ୍ୟରେ ବେକ ଏବଂ କାନ୍ଧର ଯନ୍ତ୍ରଣା ଦେଖାଯାଇଥାଏ। ଏବେ ଏହି ଯନ୍ତ୍ରଣା ସାଧାରଣ ହୋଇଯିବା ସହ ପ୍ରାୟ ସମସ୍ତେ ଏହାକୁ ନଜରଅନ୍ଦାଜ କରିଦିଅନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ଯେଉଁ ଲୋକମାନେ ଅଧିକ ସମୟ ଟେକ୍ସଟ୍ ମେସେଜ୍ ଏବଂ ୱେବ୍ ବ୍ରାଉଜିଙ୍ଗ୍ କରିଥାନ୍ତି, ସେମାନଙ୍କ ପାଖରେ ବେକ ଏବଂ କାନ୍ଧର ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖା ଯାଇଥାଏ । ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଏଭଳି ସମସ୍ୟାକୁ ନୋମୋଫୋବିଆ କୁହାଯାଇଥାଏ।

ଯେଉଁ ଲୋକମାନେ ଫୋନର ବ୍ୟବହାର ଅଧିକ କରିଥାନ୍ତି,ସେମାନଙ୍କ ପାଖରେ ନୋମୋଫୋବିଆ ହେବାର ଆଶଙ୍କା ଅଧିକ ରହିଥାଏ । ନୋମୋଫୋବିଆ ହେଲେ ଲୋକମାନଙ୍କ ମନରେ ଫୋନ ହଜିଗଲେ ମୁଁ କେମିତି ବଞ୍ଚିବି ଭଳି ଭାବନା ଆସିଥାଏ । ଯେଉଁ ଲୋକଙ୍କୁ ଏହି ରୋଗ ହୋଇଥାଏ,ତାଙ୍କୁ ନୋମୋଫୋନ କୁହାଯାଏ । ଏହି ରୋଗ ହେଲେ ଲୋକମାନେ ଫୋନକୁ ଗୋଟେ ମିନିଟ୍ ପାଇଁ ବି ନିଜଠୁ ଦୂର କରନ୍ତି ନାହିଁ ।

ଦୁଇ ଘଣ୍ଟା ପର‌୍ୟ୍ୟନ୍ତ ଲଗାତାର ଫୋନକୁ ଦେଖିବା ଦ୍ୱାରା ନିଦ କମ ହୋଇଥାଏ । ୟୁନାଇଟେଡ୍ କାୟରୋପ୍ରୋକ୍ଟିଭ୍ ଆସୋସିଏସନ୍ ଅନୁଯାୟୀ, ଲଗାତାର ଫୋନର ବ୍ୟବହାର କରିବା ଦ୍ୱାରା କାନ୍ଧ ଏବଂ ମୁଣ୍ଡ ତଳକୁ ହୋଇ ରହିଥାଏ । ଯାହାଦ୍ୱାରା ଶରୀରରୁ ଗଭୀର ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଏହାର ପ୍ରଭାବ ସିଧାସଳଖ ଭାବରେ ଫୁସଫୁସ୍ ଉପରେ ପଡ଼ିଥାଏ । କାହା ଆଗରେ ମୂର୍ଖ ନ ଲାଗିବା ସହ ନିଜ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ କିଛି ଲୋକ ଫୋନରେ ବ୍ୟସ୍ତ ରହିବାର ନାଟକ କରିଥାନ୍ତି । କିନ୍ତୁ ଏଭଳି କରି ସେମାନେ ନିଜ ଆତ୍ମବିଶ୍ୱାସକୁ କମ କରିଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button