ଘରେ ଘଣ୍ଟା ଟାଙ୍ଗିବା ସମୟରେ ଧ୍ୟାନ ଦିଅନ୍ତୁ ଦିଗ ଉପରେ , ନଚେତ୍ ବିଗିଡି ଯାଇପାରେ ସବୁ କାମ

ଘଣ୍ଟା ସମସ୍ତଙ୍କୁ ସମୟ ବତାଇଥାଏ । ଯେବେ ମଧ୍ୟ ଆପଣ ନିଜ ଘରେ ଘଣ୍ଟା ଲଗାଇଥାନ୍ତି, ସେହି ସମୟରେ ଆପଣ ଦିଗ ପ୍ରତି ଧ୍ୟାନ ଦେଇନଥାନ୍ତି । କିନ୍ତୁ ଆମକୁ ଏହି କଥା ପ୍ରତି ଆଦୌ ଧାରଣା ନଥାଏ କି ଘଣ୍ଟାର ସିଧା ପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ଏଥିପାଇଁ ଠିକ୍ ଦିଗରେ ଘଣ୍ଟା ଲଗାଇବା ଦରକାର ।
ଯଦି ଆପଣ ଘଣ୍ଟାକୁ ଦକ୍ଷିଣ ଦିଗରେ ଲଗାଉଛନ୍ତି ତେବେ ଏହା ଆପଣଙ୍କ କମଜୋରି ଅଟେ । ଆପଣଙ୍କ ମନ ସର୍ବଦା ଅଶାନ୍ତ ରହିବ । ମନରେ ସବୁବେଳେ ନେଗେଟିଭ୍ କଥା ଆସିବ । ଏହାଛଡା ପରିବାର ସଦସ୍ୟଙ୍କ ଭିତରେ ପରସ୍ପର ପ୍ରତି ମତଭେଦ ଦେଖାଦବ ଏବଂ କିଛି ବି କାମ ସଫଳ ହେବ ନାହିଁ ।
ଘଣ୍ଟାକୁ ଯଦି ଆପଣ ପୂର୍ବ ଦିଗରେ ଲଗାଉଛନ୍ତି , ତେବେ ଆପଣଙ୍କ ମଙ୍ଗଳ ଏବଂ ଶନି ବଳବାନ ହୋଇଯାଆନ୍ତି । କାମରେ ବହୁତ ସଫଳତା ଆସିଥାଏ । ଏହାସହିତ ଲକ୍ଷ୍ମୀଙ୍କର ମଧ୍ୟ ଆଗମନ ହୋଇଥାଏ । ଏହାଛଡା ଛୁଆମାନେ ନିଜ ଶିକ୍ଷାରେ ଆଗକୁ ବଢିବା ସହିତ ଘରର ବାତାବରଣ ସୁଦ୍ଧ ରହିଥାଏ ।
ଯଦି ଆପଣ ଘରର ଉତ୍ତର ଦିଗରେ ଘଣ୍ଟା ଟାଙ୍ଗୁଛନ୍ତି, ତେବେ ଆପଣଙ୍କ ସୂର୍ୟ୍ୟ,ରାହୁ ଏବଂ ଶନି ବଳବାନ ହୋଇଯାଇଥାନ୍ତି । ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଫାଇଦାମୟ ହୋଇଥାଏ । ଜୀବନରେ ଜଲଦି ସଫଳତା ମିଳିଥାଏ । ତେବେ ଯଦି ଆପଣ ଟିଭି ଉପରେ ଘଣ୍ଟା ଟାଙ୍ଗୁଛନ୍ତି ତେବେ ଆପଣ ଅଳସୁଆ ହୋଇଯିବେ ଏବଂ ଆପଣଙ୍କ ମନ କାମରେ ଲାଗିବନାହିଁ ।



