ସ୍ୱାସ୍ଥ୍ୟ

‘ହାଡଫୁଟି’ ବା ‘ଚିକେନ୍ ପକ୍ସ’ର ଦାଗ ରହିଯାଇଛି କି ଆପଣଙ୍କ ତ୍ବଚାରେ? ଏହି ଘରୋଇ ଉପଚାର ଚୁଟକିରେ କରିଦବ ସଫା

ମୁଖରେ କୌଣସି ବ୍ରଣ କିମ୍ବା ଆନ୍ୟ କେଉଁ କାରଣରୁ ଦାଗ ହୋଇଗଲେ ଆପଣ ବହୁତ ଚିନ୍ତାରେ ପଡିଯାଆନ୍ତି । କାରଣ ତ୍ବଚାରେ ଦାଗ ହେବା ଦ୍ବାରା ନିଜକୁ ଅନକମ୍ଫଟେବଲ ଫିଲ୍ ହୋଇଥାଏ । କିନ୍ତୁ ସେହି ଦାଗ ଯଦି ହାଡଫୁଟି ବା ଚିକେନ୍ ପକ୍ସ ଦ୍ବାରା ହୋଇଯାଏ ତେବେ ତାହା ଦୂର ହେବା ବହୁତ କଷ୍ଟକର ହୋଇପଡିଥାଏ ।

p1ଯଦି ଆପଣଙ୍କୁ ହାଡଫୁଟି ହୋଇଛି ଏବଂ ତାହାଦ୍ବାରା ଆପଣଙ୍କ ଶରୀରର ବିଭିନ୍ନ ସ୍ଥାନ ବିଶେଷକରି ତ୍ବଚାରେ ଦାଗ ହୋଇଯାଇଛି ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ । ଏମିତି କିଛି ଘରୋଇ ଉପଚାର ଯାହା ସେହି ଦାଗକୁ ଦୂର କରିବାରେ ବେଶ ସାହାର୍ଯ୍ୟ କରିବ ।

ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଉପଚାର ଦ୍ୱାରା ‘ଚିକେନ୍ ପକ୍ସ’ର ଦାଗକୁ ଦୂର କରାଯାଇ ପାରିବ :

ମହୁ:

honeyମହୁରେ ରହିଛି ଆଣ୍ଟି ଅକ୍ସିଡାଣ୍ଟ୍ । ଯାହା ତ୍ୱଚାରେ ହୋଇଥିବା ଦାଗକୁ ଦୂର କରି ଉଜ୍ଜ୍ୱଳତା ଆଣିଥାଏ। ଦାଗ ହୋଇଥିବା ସ୍ଥାନରେ ମହୁ ଲଗାଇ ୫ ମିନିଟ୍ ଛାଡ଼ି ଦିଅନ୍ତୁ। ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ପ୍ରତିଦିନ ଏପରି ଥରେ ଲେଖାଏ କରିବା ଦ୍ୱାରା ଦାଗ ଛାଡ଼ି ଯାଇଥାଏ।

ଲେମ୍ବୁ ରସ:

ଲେମ୍ବୁ ରସରେ ଭିଟାମିନ୍-ସି ରହିଛି। ଯାହା ହାଡ଼ଫୁଟି ବା ଚିକେନ୍ ପକ୍ସର ଦାଗକୁ ହଟାଇବାରେ ସାହାଯ୍ୟ କରେ। ଲେମ୍ବୁ ରସକୁ ଦାଗରେ ଲଗାଇ ପ୍ରାୟ ୧୦ ମିନିଟ୍ ଲଗାଇ ଛାଡ଼ି ଦିଅନ୍ତୁ। ତାପରେ ଅଳ୍ପ ଉଷୁମ ପାଣିରେ ଉକ୍ତ ସ୍ଥାନକୁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ବହୁତ କମ୍ ଦିନରେ ଦାଗ ଦୂରହୋଇଯିବ।

ଭିଟାମିନ୍-ଇ ତେଲ:

vitamin-e-oilଭିଟାମିନ୍-ଇ ତେଲରେ ରହିଥିବା ପ୍ରାକୃତିକ ଆଣ୍ଟି ଅକ୍ସିଡାଣ୍ଟ୍ ତ୍ୱଚାର ଦାଗ ଗୁଡିକୁ ଛଡ଼ାଇ ଦେଇଥାଏ। ପ୍ରତିଦିନ ଭିଟାମିନ୍-ଇ ଅଏଲ୍‌କୁ ଦାଗ ହୋଇଥିବା ସ୍ଥାନରେ ଲଗାଇ ଛାଡିଦିଅନ୍ତୁ । ଦେଖିବେ କିଛି ଦିନପରେ ଦାଗ ଛାଡ଼ିଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button