ସ୍ୱାସ୍ଥ୍ୟ

ଦୈନିକ ଖାଉଛନ୍ତି କି ପାଳଙ୍ଗ ଶାଗ, ତେବେ ମିଳିବ ଏହି ଚମତ୍କାରୀ ଫାଇଦା

ଶୀତ ଋତୁରେ ମିଳିଥିବା ପାଳଙ୍ଗ ଶାଗ ଶରୀର ପାଇଁ ଖୁବ୍ ଲାଭକାରୀ। ସାଧାରଣତଃ ଏହାକୁ ତରକାରୀ, ଭଜା ବା ସାଲାଡରେ ଖାଇବାକୁ ପସନ୍ଦ କରାଯାଏ। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ସ , କ୍ୟାଲୋରୀ, ପ୍ରୋଟିନ୍ , କାର୍ବୋହାଇଡ୍ରେଟ ,ଫାଇବର ଆଦି ରହିଥାଏ। ଏହା ଅନେକ ଶରୀରିକ ଅସୁବିଧାକୁ ଦୂର କରିବାରେ ସହାୟକ ହୋଇଥାଏ। ଖାଲି ସେତିକି ନୁହଁ ଦୈନିକ ଏହି ଶାଗର ସେବନ ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ। ଆଜି ଆମେ ଆପଣଙ୍କୁ ପାଳଙ୍ଗ ଖାଇବାର ବିଭିନ୍ନ ଫାଇଦା ବିଷୟରେ କହିବାକୁ ଯାଉଛୁ।

healthy-secrets-spinach

-ପାଳଙ୍ଗ ହୃଦୟକୁ ତନ୍ଦରୁସ୍ତ ରଖିଥାଏ। ସକାଳୁ ଉଠି ଏକ ଚାମଚ ପାଳଙ୍ଗ ରସ ସହ ଲେମ୍ବୁ ରସ ମିଶାଇ ପିଅନ୍ତୁ। ଦେଖିବେ ଆପଣଙ୍କ ହୃଦୟରେ ରକ୍ତ ସଞ୍ଚାଳନ ଠିକ୍ ରହିବା ସହ ଏହା ସଠିକ୍ ଭାବେ କାର‌୍ୟ୍ୟକାରୀ କରିବ। ଏହାଛଡ଼ା ଏନିମିଆ ରୋଗୀଙ୍କ ପାଇଁ ଔଷଧରୁ ଅଧିକ ଲାଭଦାୟକ ପାଳଙ୍ଗ ହୋଇଥାଏ।

hair

-ପାଳଙ୍ଗ ଶରୀର ସହ ଆଖି ଏବଂ କେଶ ପାଇଁ ମଧ୍ୟ ଖୁବ ଲାଭକାରୀ ହୋଇଥାଏ। ଏଥିରେ ଥିବା ଆଇରନର ଅଧିକ ମାତ୍ରା କେଶ ବଢ଼ାଇବାରେ ସାହାଯ୍ୟ କରିବା ସହ ଆଖିର ଉଜ୍ବଳତା ବଢ଼ାଇଥାଏ।

-ପାଳଙ୍ଗ ବିଭିନ୍ନ ପ୍ରକାରର ସ୍କିନ୍ ଅସୁବିଧାକୁ ଦୂର କରିଥାଏ। ଏହାର ରସକୁ ଗ୍ଲିସେରିନ୍ ସହ ମିଶାଇ ଶୋଇବା ସମୟରେ ଲଗାନ୍ତୁ ଦେଖିବେ ଚେହେରାର ଚମକ ବଢ଼ିଯିବ। ଏହା ପେଟର ପାଚନ ପ୍ରକ୍ରିୟାକୁ ମଧ୍ୟ ସଠିକ୍ ରଖିଥାଏ।

fat to fit

-ପାଳଙ୍ଗ ଶାଗର ରସ ସହ ଗାଜର ରସ ମିଶାଇ ପିଇଲେ ଶରୀରରୁ ଚର୍ବି କମ ହୋଇଥାଏ। ଏପରିକି ପାଳଙ୍ଗ ରସ ସହ ଲେମ୍ବୁ ରସ ମିଶାଇ ପିଇଲେ ମୋଟାପଣ ଦୂର ହୋଇଥାଏ। ଛୋଟ ପିଲାଙ୍କୁ ପାଳଙ୍ଗ ଖାଇବାକୁ ଦେବା ଦ୍ବାରା ତାଙ୍କୁ ବହୁ ସମୟ ପର‌୍ୟ୍ୟନ୍ତ ଭୋକ ଲାଗିନଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button