ଜାଣନ୍ତୁ ଜ୍ବର ସମୟରେ ମୁଣ୍ଡ ଉପରେ ଥଣ୍ଡା ପାଣି ରଖିବାର ଆଶ୍ଚର୍ୟ୍ୟଜନକ ଫାଇଦା !!

କାହାକୁ କେବେ ଜ୍ବର ହେବା ସମୟରେ ଆମେ ଦେଖିଥାଉ ତାଙ୍କ ମୁଣ୍ଡ ଉପରେ ଓଦା ପଟି ରଖାଯାଇଥାଏ। ପାଣିରେ ପଟିକୁ ଭିଜାଇ ମୁଣ୍ଡ ଉପରେ ରଖି ଜ୍ବରକୁ କମ କରିବାରେ ପ୍ରୟାସ କରାଯାଇଥାଏ। ଏଭଳି ହେବାର ଆମେ ସମସ୍ତେ ଦେଖିଛନ୍ତି , କିନ୍ତୁ ଆପଣମାନେ କେବେ ଭାବିଛନ୍ତି ଏପରି କଣ ପାଇଁ କରାଯାଏ ଏବଂ ଏହାର ପଛରେ କଣ କାରଣ ରହିଛି।
ଜ୍ବର ୧୦୧ ଡ଼ିଗ୍ରୀ ତାପମାତ୍ରାରୁ ଉପରକୁ ପହଁଚି ଯାଇଥାଏ ତେବେ ସ୍ଥିତି ବହୁତ ଗମ୍ଭୀର ହୋଇଯାଇଥାଏ। ଜ୍ବର ୧୦୩ ଡ଼ିଗ୍ରୀ ଫେରେନହାଇଟରେ ପହଞ୍ଚିବା ପରେ ବ୍ୟକ୍ତିକୁ ବହୁତ ଅସ୍ତବ୍ୟସ୍ତ ଏବଂ ବିଚଳିତ ହେବାକୁ ଲାଗିଥାଏ। ଏପରି ସ୍ଥିତିରୁ ରକ୍ଷା ପାଇବା ପାଇଁ ଥଣ୍ଡା ପାଣିରେ ପଟିକୁ ଓଦା କରି ମୁଣ୍ଡ ଉପରେ ରଖି ଜ୍ବରକୁ କମ୍ କରିବା ପାଇଁ ଚେଷ୍ଟା କରାଯାଏ କାରଣ କେତେ ଥର ଏଭଳି ସ୍ଥିତରେ ଔଷଧ ମଧ୍ୟ କାମ କରିନଥାଏ।
ଏହି ସମୟରେ ଧ୍ୟାନ ରଖନ୍ତୁ ଗୋଟିଏ ପାଣିକୁ ବାରବାର ବ୍ୟବହାର କରନ୍ତୁ ନାହିଁ ଏବଂ କିଛି ସମୟ ବ୍ୟବଧାନରେ ଏହି ପାଣିକୁ ବଦଳାଇ ଦିଅନ୍ତୁ। ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ସମୟରେ ବରଫ ପାଣିର ବ୍ୟବହାର କରନ୍ତୁ ନାହିଁ।
ଡ଼ାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି ଥଣ୍ଡା ପାଣିରେ ପଟି ଭିଜାଇ ଭୁଣ୍ଡ ଉପରେ ରଖିଲେ ତାପମାତ୍ରା କମ ହୋଇଥାଏ। ଯଦି ଅଧିକ ଚିନ୍ତାର ବିଷୟ ହୋଇଥାଏ ତେବେ ରୋଗୀଙ୍କ ମୁଣ୍ଡକୁ ଧୋଇଦେବା କିମ୍ବା ଗାଧୋଇଦେବା ଉଚିତ, ଏହା ଦ୍ବାରା ବହୁତ ଆରାମ ମିଳିଥାଏ।



