ନୀତି

ଶତ୍ରୁଙ୍କୁ ବିନାଶ କରିବ ଏହି ଜିନିଷ, ଏହା ସହିତ ଆହୁରି ଅନେକ ସମସ୍ୟାରୁ ରକ୍ଷା କରିବ ମୟୂର ପୁଚ୍ଛ

ରାଷ୍ଟ୍ରୀୟ ପକ୍ଷୀ ଭାବେ ମାନ୍ୟତା ଦିଆଯାଇଥିବା ମୟୂରକୁ ଧାର୍ମିକ କଥାରେ ଉଚ୍ଚ କୋଟୀର ସ୍ଥାନ ଦିଆଯାଇଛି। ଭଗବାନ ଶ୍ରୀକ୍ରୁଷ୍ଣଙ୍କ ମୁକୁଟରେ ଲାଗିଥିବା ମୟୂର ପୁଚ୍ଛ ଏହି ପକ୍ଷୀର ଗୁରୁତ୍ବକୁ ମଧ୍ୟ ଦର୍ଶାଇଥାଏ। ମୟୁର ପୁଚ୍ଛ ବ୍ୟକ୍ତିଙ୍କ ଜୀବନରେ ମଧ୍ୟ ବହୁତ ଗୁରୁତ୍ବ ଦେଇଥାଏ। ମୟୂର ପୁଚ୍ଛରେ ବ୍ୟକ୍ତିଙ୍କର ସବୁ ଚିନ୍ତା ଦୂର କରିବାର ସାମର୍ଥ୍ୟ ରହିଥାଏ। ଜାଣନ୍ତୁ ମୟୂର ପୁଚ୍ଛ କେମିତି ଦୂର କରିଥାଏ ସମସ୍ୟା।

-ଘରର ଦକ୍ଷିଣ-ପୂର୍ବ କୋଣରେ ମୟୁର ପୁଚ୍ଛ ଲଗାଇବା ଦ୍ବାରା ଅଚାନକ କଷ୍ଟ ବା ସମସ୍ୟା ଆସି ନଥାଏ।

-ମୟୂର ପୁଚ୍ଛ କାଳ ସର୍ପ ଦୋଷକୁ ମଧ୍ୟ ଦୂର କରିଥାଏ। କାଳ ସର୍ପ ଦୋଷରେ ପ୍ରଭାବିତ ବ୍ୟକ୍ତି ସୋମବାର ଦିନ ରାତିରେ ନିଜର ତକିଆ ତଳେ ସାତଟି ମୟୂର ପୁଚ୍ଛ ରଖନ୍ତୁ।

krishna-ଯଦି ଆପଣଙ୍କ ପିଲା ଜିଦଖୋର ଅଟେ ତେବେ ଘରର ଛାତରେ ଯେଉଁଠି ଫ୍ୟାନ ଲାଗିଛି ସେଇଠି ଏହି ପୁଚ୍ଛକୁ ଝୁଲାଇ ଦିଅନ୍ତୁ। ଯେମିତି ପଙ୍ଖା ଘୂରିବ ତେବେ ମୟୂର ପୁଚ୍ଛର ପବନ ଧୀରେ ଧୀରେ ପିଲାଙ୍କ ଦେହରେ ଲାଗିବ,ତେବେ ତାହାର ଜିଦ୍ଦିପଣ ଦୂର ହୋଇଯିବ।

-କୁହାଯାଏ ଯେ ମୟୂର ଏବଂ ସାପଙ୍କ ମଧ୍ୟରେ ଶତ୍ରୁତା ରହିଛି। ସାପ ଶନି ଏବଂ ରାହୁଙ୍କ ସଂଯୋଗରେ ହୋଇଥାଏ। ଏମିତିରେ ମୟୂର ପୁଚ୍ଛକୁ ଘରର ପୂର୍ବ ଏଂ ଉତ୍ତର ଦକ୍ଷିଣ କବାଟରେ ଲଗାଇବା ଦ୍ବାରା ରାହୁ ଦୋଷର ସମସ୍ୟା ଆସିନଥାଏ।

LordKrishna-ନବଜାତ ଶିଶୁର ମୁଣ୍ଡ ଆଡକୁ ଦିନ-ରାତି ଏକ ମୟୂର ପୁଚ୍ଛକୁ ଚାନ୍ଦିର ତାବିଜରେ ରଖିବା ଦ୍ବାରା ଶିଶୁ ଡରି ନଥାଏ ଏବଂ ସବୁ ନଜର ଦୋଷରୁ ମୁକ୍ତି ପାଇଥାଏ।

-ଯଦି ଆପଣ ଶତ୍ରୁ ମାନଙ୍କ ପାଇଁ ଅଧିକ ଜିନ୍ତାରେ ଅଛନ୍ତି। ତେବେ ମୟୂର ପୁଚ୍ଛରେ ହନୁମାନଙ୍କ ମସ୍ତକର ସିନ୍ଦୁର ଆଣି ମଙ୍ଗଳବାର ଏବଂ ଶନିବାର ଦିନ ରାତିରେ ସେହି ଶତ୍ରୁଙ୍କ ନାମ ଲେଖି ଘରର ପୂଜା ଘରେ ରଖି ଦିଅନ୍ତୁ ଏବଂ ସକାଳୁ ବିନା ଗାଧୋଇବାରେ ପ୍ରଭାବିତ ଜଳରେ ଭଷାଇ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button