ସ୍ୱାସ୍ଥ୍ୟ

ମକ୍କା ରୁଟିର ଅନେକ ଫାଇଦା, କ୍ୟାନ୍ସର ସହ ହୃଦରୋଗକୁ କରିବ ଦୂର

ମକ୍କା ଖାଇବା ଶରୀର ପାଇଁ ଖୁବ ଲାଭକାରୀ ହୋଇଥାଏ। ଏହାକୁ ଖାଲି ଦାନ ବା ରୁଟି ଭାବେ ସେବନ କଲେ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ଏ, ବି, ଇ ଆଦି ସହ ମିନେରାଲ, ଆଇରନ, ଜିଙ୍କ, କପର, ସେଲିନିୟମ, ପୋଟାସିୟମ ଆଦି ବିଭିନ୍ନ ପ୍ରକାରର ପୋଷକ ଭରପୁର ମାତ୍ରାରେ ରହିଥାଏ। ଏହା କୋଲନ କ୍ୟାନ୍ସର, ହାର୍ଟ ଜନିତ ରୋଗ ସହ ବିଭିନ୍ନ ଗମ୍ଭୀର ରୋଗରୁ ରକ୍ଷା କରିଥାଏ। ଏଣୁ ନିଜ ଡାଏଟରେ ମକ୍କା ରୁଟିକୁ ନିଶ୍ଚିତ ସାମିଲ କରିବା ଉଚିତ।

-ମକ୍କାର ସେବନ ଶରୀର ପାଇଁ ଖୁବ ଲାଭକାରୀ। ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ, ବିଟା-କ୍ରିପ୍ଟୋଜେଥିନ, ଏଣ୍ଟି-ଅକ୍ସିଡେଣ୍ଟ ଆଦି ଭରପୁର ରହିଥାଏ। ଏହାର ସେବନ ବ୍ରେଷ୍ଟ ଏବଂ ଲିଭର କ୍ୟାନ୍ସରରୁ ରକ୍ଷା କରିଥାଏ।

corn

-ଏହାର ସେବନ କୋଲେଷ୍ଟ୍ରଲକୁ କମ କରିବା ସହ କାଡିୟୋବସ୍କୁଲରର ସମସ୍ୟା ଦୂର କରିଥାଏ ଫଳରେ ତାହା ହାର୍ଟକୁ ସୁସ୍ଥ ରଖିଥାଏ। ଏହା ଷ୍ଟୋକର ସମ୍ଭାବନା ଦୂର କରିଥାଏ। ନିୟମିତ ଏହାର ସେବନ ଶରୀରରୁ ଖରାପ କୋଲେଷ୍ଟ୍ରାଲ କମ କରିଥାଏ।

-ଗହମର ରୁଟି ଅପେକ୍ଷା ମକ୍କାର ରୁଟି ଜଲଦି ହଜମ ହୋଇଥାଏ। ଏଥିରେ ଥିବା ଫାଇବର ଶରୀରରୁ ହାନିକାରକ ପଦାର୍ଥ ବାହାର କରିଥାଏ।

corn 2

-ଏନିମିୟାର ରୋଗୀଙ୍କ ପାଇଁ ମକ୍କା ରୁଟି ଖୁବ ଲାଭକାରୀ। ଏଥିରେ ଥିବା ଜିଙ୍କ, ଆୟରନ, ବିଟା-କେରୋଟିନ୍ ଶରୀରରେ ନାଲି ରକ୍ତ କଣିକା ଜାତ କରିଥାଏ। ଏହାଛଡ଼ା ଏହା ଭିଟାମିନ୍ସ ମଧ୍ୟ ଶରୀରରେ ଜାତ କରିଥାଏ।

-ଏଥିରେ ଥିବା ମ୍ୟାଗ୍ନେସିୟମ ଏବଂ ଆଇରନ ହାଡ଼କୁ ଶକ୍ତ ରଖିଥାଏ। ଏହାଛଡ଼ା ଏହାର ସେବନ ଆଖିର ପାୱାର ବଢ଼ାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button