ନୀତି

ଆପଣ କରୁଛନ୍ତି କି କୌଣସି ଦାନ , ତେବେ ଜାଣି ରଖନ୍ତୁ ଏହାର ଉଚିତ୍ ବିଧି

ଶାସ୍ତ୍ରରେ ଅଛି ଦାନ କଲେ ପୂଣ୍ୟ ମିଳିଥାଏ । କେତେ ଯେ ପାପରୁ ମୁକ୍ତି ମିଳିଥାଏ । ହିନ୍ଦୁଶାସ୍ତ୍ର ଅନୁସାରେ ଦାନର ବହୁତ ମହତ୍ତ୍ବ ରହିଛି। ତେବେ ଦାନ କରିବା ଦ୍ବାରା ବହୁ ସଙ୍କଟ ଦୂର ହେବା ସହିତ ଭଗବାନଙ୍କ ଆର୍ଶିବାଦ ପ୍ରାପ୍ତି ହୋଇଥାଏ । କିନ୍ତୁ ଦାନ କରିବାର କିଛି ବିଧି ରହିଛି । ବିଧି ଅନୁସାରେ ଦାନ ନ କଲେ ଏହାର କୁପରିଣାମ  ଭୋଗ କରିବାକୁ ପଡିଥାଏ । ତେଣୁ ଦାନ କରିବା ସମୟରେ ନିହାତି ଭାବେ ବିଜ୍ଞ ସାଧୁ କିମ୍ବା ପଣ୍ଡିତ ମାନଙ୍କ ପରାମର୍ଶ ନିହାତି ନେବା ଆବଶ୍ଯକ ।

donate2ତେବେ ଆସନ୍ତୁ ଜାଣିବା ଶାସ୍ତ୍ରରେ କେଉଁ କେଉଁ ସ୍ଥିତିରେ ଦାନ କରିବା ପାଇଁ କଣ ରହିଛି ମତ :

– ସର୍ବପ୍ରଥମେ ଉପବାସ ପରେ ଅନ୍ନ ଓ ବସ୍ତ୍ରର ଦାନ କରାଯାଇଥାଏ। କାରଣ ଏହାଦ୍ବାରା ଦାନ କଲେ ଆପଣଙ୍କ ବ୍ରତ ସଫଳ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।

puja– ଏହା ସହିତ କୁଣ୍ଡଳୀରୁ ଗ୍ରହ ଦୋଷ କାଟିବା ପାଇଁ ଦାନ କରାଯାଇଥାଏ। ଯଦି ଆପଣଙ୍କ କୁଣ୍ଡଳୀରେ କୌଣସି ଗ୍ରହ ଖରାପ ସ୍ଥିତିରେ ରହିଛି, ତେବେ ସେଥିରୁ ମୁକ୍ତି ପାଇବା ପାଇଁ ଦାନ କରିପାରିବେ। ତେବେ ଭିନ୍ନ ଭିନ୍ନ ଗ୍ରହକୁ ଶାନ୍ତ କରିବା ପାଇଁ ଅଲଗା ଅଲଗା ବସ୍ତୁ ଦାନ କରାଯାଇଥାଏ ।

– କୌଣସି କାର୍ଯ୍ୟ କରିବା ପାଇଁ ଶପଥ ନେବା ସମୟରେ ଉକ୍ତ କାର‌୍ୟ୍ୟକୁ ସଫଳ କରିବା ପାଇଁ ଦାନ କରାଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button