ସ୍ୱାସ୍ଥ୍ୟ

ଏହି ଲୋକଙ୍କୁ ଅଧିକ କାମୁଡିଥାଏ ମଶା, ଜାଣନ୍ତୁ କାହିଁକି

ଆପଣ ଅନେକ ସମୟରେ କିଛି ଲୋକଙ୍କୁ କହିବା ଶୁଣିଥିବେ ତାଙ୍କୁ ଅନ୍ୟ ଲୋକଙ୍କ ତୁଳନାରେ ଅଧିକ ମଶା କାମୁଡିଥାଏ। କୁହାଯାଇଥାଏ କି ଯେଉଁ ବ୍ୟକ୍ତିଙ୍କ ରକ୍ତ ମିଠା, ସେମାନଙ୍କୁ ମଶା ଅଧିକ କାମୁଡିଥାଏ। କିନ୍ତୁ ବାସ୍ତବରେ କଥା କିଛି ଭିନ୍ନ ହୋଇଥାଏ। ତେବେ ଏନେଇ ଆଜି ଆମକୁ ଏପରି ପାଞ୍ଚ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ , ଯାହାଙ୍କୁ ଅନ୍ୟଙ୍କ ତୁଳନାରେ ଅଧିକ ମଶା କାମୁଡିଥାଏ।

mosquito-bites-pregnant-belly

-ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ, କେବଳ ନାରୀ ମଶା ହିଁ ମନୁଷ୍ୟଙ୍କ ରକ୍ତ ଶୋଷିଥାନ୍ତି। ସେହିପରି ନର ମଶା ଗୁଡିକ ଶାକାହାରୀ ହୋଇଥାନ୍ତି। ରିସର୍ଚ୍ଚରୁ ଜଣାପଡିଛି ମଶା ଗୁଡିକ ଏକ ଖାସ ଗନ୍ଧ ପ୍ରତି ଆର୍କଷିତ ହୋଇଥାନ୍ତି। ଏଣୁ ମଶା ଅଧିକ ଙ+ ଗ୍ରୁପ ଏବଂ ଗର୍ଭବତୀ ମହିଳାଙ୍କ ରକ୍ତ ପ୍ରତି ଆକର୍ଷିତ ହୋଇଥାନ୍ତି।

-ମଶା ସେହି ବ୍ୟକ୍ତିଙ୍କୁ ଅଧିକ କାମୁଡିଥାଏ ଯେଉଁମାନଙ୍କର ଅଧିକ ଝାଳ ବାହାରିଥାଏ। ଏହା ଏଥିପାଇଁ କାରଣ ମଶାଙ୍କୁ ଝାଳ ଗନ୍ଧ ଅଧିକ ଆର୍କଷିତ କରିଥାଏ। ଏଣୁ ଶରୀରରୁ ଅଧିକ ଝାଳ ବାହାରିଥିଲେ ପାଖରେ ଅଧିକ ମଶା ବୁଲିଥାନ୍ତି।

mosquito-bite

-ରିସର୍ଚ୍ଚରୁ ଜଣାପଡିଛି ମଶା ଗୁଡିବ ମନୁଷ୍ୟଙ୍କ ଶରୀରର ତାପମାତ୍ରା ନେଇ ମଧ୍ୟ ତାଙ୍କୁ କାମୁଡିଥାନ୍ତି।

-ମଶା ମାନେ ଶରୀରରେ ଲଗାଯାଇଥିବା ପରଫ୍ୟୁମକୁ ନେଇ ମଧ୍ୟ ଆର୍କଷିତ ରହିଥାନ୍ତି। ଅଧିକ ଡିଓ ବା ପରଫ୍ୟୁମ୍ ବ୍ୟବହାର କରିଥିବା ଲୋକଙ୍କୁ ଅଧିକ ମଶା କାମୁଡିବା ଦେଖାଯାଇଥାଏ।

-ଅଧିକ ସ୍କିନ୍ କେୟାର କ୍ରିମ୍ ଲଗାଇଥିବା ବ୍ୟକ୍ତିଙ୍କୁ ଅଧିକ ମାଶା କାମୁଡିଥାନ୍ତି।

-କିଛି ରିସର୍ଚ୍ଚରୁ ଜଣାପଡିଛି, ମଶା ମାନେ କିଛି ରଙ୍ଗ ପ୍ରତି ଆର୍କଷିତ ରହିଥାନ୍ତି। ଏଣୁ ବ୍ଳାକ୍ , ବ୍ଳୁ ଏବଂ ନାଲି ରଙ୍ଗର ପୋଷାକ ପିନ୍ଧିଥିବା ଲୋକଙ୍କୁ ଅଧିକ କାମୁଡିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button