ସ୍ୱାସ୍ଥ୍ୟ

ଖାଲିପେଟରେ ସକାଳୁ ଖାଆନ୍ତୁ ଗୋଟିଏ ସେଓ, ମାଇଗ୍ରେନ ଠାରୁ ମଧୁମେହ ପର୍ଯ୍ୟନ୍ତ ସବୁ ରୋଗକୁ କରିବ ଦୂର

ଡାକ୍ତର କୁହନ୍ତି ଯେଉଁ ବ୍ୟକ୍ତି ପ୍ରତିଦିନ ଖାଲି ପେଟରେ ଗୋଟିଏ ଲେଖାଁଏ ସେଓ ଖାଆନ୍ତି ସେମାନେ ଅନେକ ପ୍ରକାର ରୋଗରୁ ଦୂରେଇ ରୁହନ୍ତୁ। ପ୍ରତିଦିନ ଗୋଟିଏ ସେଓ ଅନେକ ରୋଗକୁ ମାତ୍ ଦେଇଥାଏ। ଏହା ସବୁ ଆମେ ବହୁତ ଥର ଶୁଣିଛନ୍ତି କିନ୍ତୁ କଣ ଆପଣଙ୍କୁ ଜଣାଅଛି ସେଓ ଖାଇଲେ ମାଇଗ୍ରେନ ଭଳି ଭୟଙ୍କର ରୋଗ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ସେଓର ଫାଇଦା ଯାହାକୁ ଜାଣିଲା ପରେ ଆପଣ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

appleସେଓର ସେବନ କରି ଆପଣ ମାଇଗ୍ରେନର ଯନ୍ତ୍ରଣା ମାତ୍ ଦେବା ସହିତ ଆହୁରି ଅନେକ ରୋଗରୁ ଆରାମ ପାଇପାରିବେ। ଯେଉଁ ଲୋକ ମଧୁମେହରେ ପିଡିତ ହୋଇଛନ୍ତି ସେମାନଙ୍କ ଶରୀରରେ ସେଓରେ ଥିବା ପ୍ରୋକ୍ଟିନ, ଗ୍ଲାକ୍ଟ୍ରୋନିକ ଏସିଡର ଅଭାବକୁ ପୂରା କରିଥାଏ ଏବଂ ଇନସୁଲିନର ଉପଯୋଗକୁ କମ୍ କରିଥାଏ।

-ସକାଳୁ ପ୍ରତିଦିନ ଖାଲି ପେଟରେ ସେଓର ସେବନ କରିବା ଦ୍ବାରା ପେଟ ସମସ୍ୟାରେ ଜଡିତ ବ୍ୟକ୍ତି ଏଥିରୁ ଆରୋଗ୍ୟ ପାଇପାରିବେ।

-ଯଦି ସେଓକୁ ତାହାର ଚୋପା ସହିତ ଖାଉଛନ୍ତି ତେବେ ଏହା ଦ୍ବାରା କବ୍ଜ ମଧ୍ୟ ଠିକ ହୋଇଯିବ। ସେଓରେ ଏମିତି ତତ୍ତ୍ବ ରହିଥାଏ ଯାହା କୋଲେଷ୍ଟ୍ରଲକୁ କମ୍ କରିଥାଏ।

apple-ରାତିରେ ସେଓକୁ କାଟି ରଖି ସକାଳୁ ଖାଲି ପେଟରେ ଖାଇଲେ ମାଇଗ୍ରେନ ଏବଂ ମୁଣ୍ଡବ୍ୟଥା ଭଳି ସମସ୍ୟାରୁ ଆରାମ ମିଳିଥାଏ।

-ସେଓରେ ବହୁତ ଅଧିକ ଆଇରନ ରହିଥାଏ ଏଥିପାଇଁ ଏହାକୁ କାଟିବା କ୍ଷଣି ହିଁ କଳା ପଡିଯାଇଥାଏ। ଏମିତିରେ ଯେଉଁ ଲୋକ ରକ୍ତହିନତା ରୋଗରେ ପିଡିତ ସେମାନେ ପ୍ରତିଦିନ ସେଓ ଜୁସ୍ ଖାଇବା ଦ୍ବାରା ଲାଭ ମିଳିଥାଏ।

-ଯଦି ଆପଣ ଦିନରେ ଦୁଇ ରୁ ତିନିଟି ସେଓ ଖାଉଛନ୍ତି ତେବେ ଏହା ପୂରା ଦିନର ଆଇରନର ଅଭାବକୁ ପୂରା କରିଥାଏ।

-ସେଓ କାଶ ସମୟରେ ବହୁତ ଲାଭକାରୀ ହୋଇଥାଏ। ସେଓର ଜୁସ ସହିତ ଅଳ୍ପ ମିଶ୍ରୀ ଏବଂ କଳା ମରୀଚ ମିଶାଇ ସବୁଦିନ ପିଇଲେ କାଶ ଠିକ ହୋଇଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button