ସ୍ୱାସ୍ଥ୍ୟ

କିଡନୀ ରୋଗ ହେବା ପୂର୍ବରୁ ଶରୀରକୁ ଦେଇଥାଏ ଏହି ୧୫ଟି ସଂକେତ, କଣ ଆପଣଙ୍କ ଠାରେ ଦେଖାଯାଉଛି କି ଏହି ସବୁ ଲକ୍ଷଣ

ଯଦି ଆପଣଙ୍କ ଶରୀର ମଧ୍ୟ ଆପଣଙ୍କୁ କିଛି ସଂକେତ ଦେଉଛି ତେବେ ଏହାକୁ ବିଲକୁଲ ବି ଅଣଦେଖା କରନ୍ତୁ ନାହିଁ। ଆପଣଙ୍କର ଏହି ଅଣଦେଖା ଆପଣଙ୍କୁ ବହୁତ ମହଙ୍ଗା ପଡିପାରେ। କିଡନୀ ମାମଲାରେ ତ ଆପଣଙ୍କୁ ଅଧିକ ସାବଧାନ ରହିବାକୁ ପଡିବ। କାରଣ କିଡନୀ ପ୍ରାରମ୍ଭିକ ଷ୍ଟେଜରେ ଜଣା ନପଡିଲେ ଏହା ଜୀବନକୁ ମଧ୍ୟ ନେଇ ଯାଇପାରେ। ମହିଳାଙ୍କୁ ସ୍ବତନ୍ତ୍ର ଭାବରେ ଧ୍ୟାନ ରଖିବାକୁ ହେବ। କାରଣ ରିପୋର୍ଟ ଅନୁଯାୟୀ ମହିଳାଙ୍କ ଠାରେ ସବୁଠୁ ଅଧିକ ଏହି ରୋଗ ଦେଖାଯାଇଥାଏ। କିଡନୀ ରୋଗ ହେବା ପୂର୍ବରୁ ଏହା ଆମ ଶରୀରରେ ଅନେକ ସଂକେତ ଦେଇଥାଏ। ଆମକୁ କେବଳ ଏହି ସବୁ ସଂକେତକୁ ଚିହ୍ନିବାକୁ ହେବ। ଆସନ୍ତୁ ଜାଣିବା ଶରୀରରେ ସେହି ସଂକେତ ବିଷୟରେ ଯାହା ଆପଣଙ୍କୁ କିଡନୀ ରୋଗର ସଂକେତ ଦେଇଥାଏ।

-ସବୁବେଳେ ଦୁର୍ବଳ ଅନୁଭବ ହେବା।

-ଅଧିକ ଥକାପଣ ଲାଗିବା।

kidney1-ଶରୀରରେ ଶକ୍ତି କମ୍ ହେବା ଭଳି ଅନୁଭୂତ ହେବା।

-ବାରମ୍ବାର ପରିଶ୍ରା ଲାଗିବା।

-ରାତିରେ ବହୁତ ଥର ପରିଶ୍ରା ଲାଗିବା।

-ଆପଣଙ୍କ ତ୍ବଚା ହଠାତ୍ କୁଣ୍ଡେଇ ହେବା, ଜଳିବା ବା ପୋଡିବା ଭଳି ଅନୁଭୂତ ହେଲେ।

-କିଡନୀ ଶରୀରର ଅପଶିଷ୍ଟକୁ ଛାଣିଥାଏ। ତେବେ ଯାଇ ଶରୀରରେ ପରିଶ୍ରା ତିଆରି ହୋଇଥାଏ।

-ଯଦି କିଡନୀରେ ସମସ୍ୟା ରହିବ ତେବେ ରକ୍ତ ଭଲଭାବେ ଛାଣିହେବ ନାହିଁ।

-ପରିଶ୍ରାରେ ଅନଫିଲ୍ଟର ରକ୍ତ ଆସିବ। ଏମିତିରେ କିଡନୀରେ ସଂକ୍ରମଣ ଏବଂ କିଡନୀରେ ପଥର ମଧ୍ୟ ହୋଇପାରେ।

-କିଡନୀ ସମସ୍ତ ହାନିକାରକ ଟକ୍ସିନକୁ ପରିଶ୍ରା ଜରିଆରେ ବାହାରକୁ ବାହାର କରିଦେଇଥାଏ।

kidney2-ଆପଣଙ୍କୁ ନିଦ୍ରା ସମସ୍ୟା ଥିଲେ ବି ଆପଣଙ୍କୁ କିଡନୀ ସମସ୍ୟା ହୋଇପାରେ।

-ଯଦି ଆପଣଙ୍କ ପରିଶ୍ରାରେ ରକ୍ତ ଆସୁଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ।

-ଭୋକ କମ୍ ଲାଗିବା ମଧ୍ୟ କିଡନୀ ରୋଗ ସମସ୍ୟାର ଲକ୍ଷଣ ହୋଇପାରେ।

-କିଡନୀ ଭଲଭାବେ କାମ ନ କଲେ ଶରୀରରୁ ଟକ୍ସିନ ବାହାରି ନଥାଏ ଏବଂ ବ୍ୟକ୍ତିଙ୍କୁ ଭୋକ ଲାଗି ନଥାଏ।

କିଡନୀ ଯେତେବେଳେ ଠିକ ଭାବରେ କାମ କରିନଥାଏ ସେତେବେଳେ ମଣିଷଙ୍କ ଶରୀରରେ ଏହି ସଂକେତ ସବୁ ଦେଖାଯାଇଥାଏ। ଯଦି ଆପଣଙ୍କର ମଧ୍ୟ ଏହିଭଳି ସମସ୍ୟା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରାନ୍ତୁ। କିଡନୀ ଯାଞ୍ଚ କରାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button