ମନୋରଞ୍ଜନ

ରାତିରେ ବଳକା ରହିଯାଇଥିବା ଡାଲିକୁ ଫୋପାଡନ୍ତୁ ନାହିଁ, ଏମିତି ଭାବରେ ବନାନ୍ତୁ ସ୍ବାଦିଷ୍ଟ ପରଟା

ସବୁବେଳେ ରାତିରେ ରନ୍ଧା ହୋଇଥିବା ଖାଦ୍ୟ ବଳକା ପଡିଯାଇଥାଏ। ଯାହାକୁ ଆମେ ସକାଳୁ ଫୋପାଡି ଦେଇଥାନ୍ତି। ଏମିତିରେ ଖାଦ୍ୟ ତ ନଷ୍ଟ ହୋଇଥାଏ ଏବଂ ଏହା ସହିତ ସବୁ ପରିଶ୍ରମ ବି ବେକାର ଯାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ରେସିପି ବିଷୟରେ ଜଣାଇବୁ ଯାହା କେବଳ ଆପଣଙ୍କ ପରିଶ୍ରମ ନୁହେଁ ବରଂ ଆପଣଙ୍କୁ ପୋଷକ ତତ୍ତ୍ବ ମଧ୍ୟ ଦେବ। ଆମେ ଆପଣଙ୍କୁ ରାତିରେ ବଳକା ରହିଯାଇଥିବା ଡାଲିରେ ସ୍ବାଦିଷ୍ଟ ପରଟା ରେସିପି ବିଷୟରେ ଜଣାଇବାକୁ ଯାଉଛୁ। ଡାଲି ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଅନେକ ଥର ଡାକ୍ତର ମାନେ ମଧ୍ୟ ଡାଲି କିମ୍ବା ଡାଲିର ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି। ଡାଲିରେ ଥିବା ପ୍ରୋଟୀନ ସ୍ବାସ୍ଥ୍ୟ ପାଇଁ ବହୁତ ଫାଇଦାପୂର୍ଣ୍ଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା ରାତିରେ ରହିଯାଇଥିବା ଡାଲିରେ କେମିତି ପ୍ରସ୍ତୁତ କରିବା ସ୍ବାଦିଷ୍ଟ ପରଟା।

parathaସାମଗ୍ରୀ

ଡାଲି – ଏକ ବାଉଲ୍

ଗହମ ହଟା – ୨ ବାଉଲ

ଲୁଣ – ସ୍ବାଦାନୁସାରେ

କଞ୍ଚା ଲଙ୍କା – ଦୁଇଟ କଟା ହୋଇଥିବା

ଜୀରା – ଅଧା ଛୋଟ ଚାମଚ

ଆବଶ୍ୟକ ଅନୁଯାୟୀ ତେଲ ବା ଘିଅ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ ଅଟା ନିଅନ୍ତୁ ସେଥିରେ ଡାଲି, ଜୀରା, ଲୁଣ, କଟା କଞ୍ଚା ଲଙ୍କା, ଗୋଟେ ଛୋଟ ଚାମଚ ତେଲ ମିଶାଇ ଦିଅନ୍ତୁ। ଏହି ଅଟାକୁ କୋଡିଏ ମିନିଟ ପାଇଁ ଢ଼ାଙ୍କି ରଖି ଦିଅନ୍ତୁ। ୨୦ ମିନିଟ ପରେ ତାୱା ଗରମ କରନ୍ତୁ ଏବଂ ଅଳ୍ପ ଅଟା ନେଇ ଗୋଲା ପ୍ରସ୍ତୁତ କରନ୍ତୁ। ଗୋଲ ଗୋଲ ଅଟା ଗୋଲାକୁ ଗୋଲ କରି ବେଲି ଦିଅନ୍ତୁ। ଏବେ ତାକୁ ନେଇ ତାୱାରେ ସାମନ୍ୟ ତେଲ ପକାଇ ରଖିଦିଅନ୍ତୁ। ଏବେ ଏହାର ଦୁଇ ପାଖକୁ ଭଲ ଭାବେ ଓଲଟ ପାଲଟ କରି ଏହା ପ୍ରସ୍ତୁତ ହେବା ଯାଏଁ ରଖନ୍ତୁ। ଏହା ଭଲଭାବେ ହୋଇଗଲା ପରେ ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ। ଏବେ ଆପଣଙ୍କର ସ୍ବାଦିଷ୍ଟ ପରଟା ପ୍ରସ୍ତୁତ ହୋଇଯାଇଛି। ଏହାକୁ ଦହି, ଚଟଣୀ, ଆଚାର କିମ୍ବା ସସ୍ ସହିତ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button