ସ୍ୱାସ୍ଥ୍ୟ

ଅନେକ ରୋଗରୁ ମୁକ୍ତି ଦେଇଥାଏ ସୁପ୍, ଜାଣନ୍ତୁ ଏହାର ଔଷଧୀୟ ଗୁଣ

ସୁପ୍ ଶରୀର ସ୍ବାସ୍ଥ୍ୟକର ହୋଇଥାଏ। ଅଳ୍ପ ଭୋକ ଲାଗୁଥିବା ସମୟରେ ବା ରୋଗ ହୋଇଥିବା ସମୟରେ ଲୋକମାନେ ସୁପ୍ ପିଇବା ପାଇଁ ପସନ୍ଦ କରିଥାନ୍ତି। ସେହିପରି ବଜାରରେ ମଧ୍ୟ ବିଭିନ୍ନ ପ୍ରକାରର ସୁପ୍ ବିକ୍ରି ହୋଇଥାଏ। କିନ୍ତୁ ବଜାରରେ ବିକ୍ରି ହେଉଥିବା ଅନେକ ପନି-ପରିବାରେ ସାହାଯ୍ୟରେ ଆପଣ ଘରେ ସୁପ୍ ପ୍ରସ୍ତୁତ କରିପାରିବେ। ସୁପ୍ ପ୍ରତ୍ୟେକ ଋତୁରେ ପିଇବାକୁ ପସନ୍ଦ ଆସିଥାଏ। ଋତୁ ଅନୁଯାୟୀ ମଧ୍ୟ ଆପଣ ଭିନ୍ନ-ଭିନ୍ନ ପ୍ରକାରର ସୁପ୍ ପ୍ରସ୍ତୁତ କରିପାରିବେ।

VegetableSoupସୁପ୍ ସ୍ବାସ୍ଥ୍ୟ ପାଇଁ ପୃଷ୍ଟିକର ହୋଇଥାଏ। ଯଦି ଆପଣ ଭେଜ ସୁପ୍ ପିଇବାକୁ ଚାହୁଁଛନ୍ତି ତେବେ ଗାଜର ସୁପ୍ ବହୁତ ଭଲ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ଗାଜର, ରସୁଣ ଏବଂ ଅଦା ସହ କିଛି ମସଲା ମିଶାଇ ପ୍ରସ୍ତୁତ କରିପାରିବେ ଏବଂ ଏହାକୁ ସ୍ବାଦିଷ୍ଟ କରିବା ପାଇଁ ଆପଣ ଏଥିରେ ଗୋଲମରିଚ ମଧ୍ୟ ମିଶାଇ ପାରିବେ। ଆପଣ ଚାହିଁଲେ ମଧ୍ୟ ପାଳଙ୍ଗ ସୁପ୍ ସେବନ କରିପାରିବେ। ଏଥିରେ ଆଇରନ ଅଧିକ ମାତ୍ରାରେ ରହିଥାଏ। ସେହିପରି ଆପଣ ଅଦା ଏବଂ ମକା ସୁପ୍ ମଧ୍ୟ ଘରେ ପ୍ରସ୍ତୁତ କରିପାରିବେ।

tomato-soupକିଛି ବର୍ଷ ପୂର୍ବେ କେବଳ ୪ ରୁ ୫ ପ୍ରକାର ସୁପ୍ ତିଆରି ହେଉଥିଲା। କିନ୍ତୁ ବର୍ତ୍ତମାନ ମାର୍କେଟରେ ବିଭିନ୍ନ ପ୍ରକାରର ସୁପ୍ ଦେଖିବାକୁ ମିଳୁଛି। ଯେପରି ପାଚିଲା କଖାରୁରେ ମଧ୍ୟ ସୁପ୍ ପ୍ରସ୍ତୁତ ହେଉଛି। ସେହିପରି ପାଣି କଖାରୁ ସୁପ୍, ଚଣା ସୁପ୍, ବୁଟ ଡାଲି ସୁପ୍ ଏବଂ ବିନ୍ସ ସୁପ୍ ଏହି ଭଳି ଆପଣ ବିଭିନ୍ନ ପରିବାରେ ମଧ୍ୟ ଭେଜ ସୁପ୍ ପ୍ରସ୍ତୁତ କରିପାରିବେ। ଅନେକ ସମୟରେ ଶରୀରରେ ଫୁଡ ସପ୍ଲିମେଣ୍ଟର ଆବଶ୍ୟକତା କମ ହୋଇଯାଇଥାଏ। ଏହି କାରଣରୁ ସୁପ୍ ପିଇବା ଉଚିତ କାରଣ ଏଥିରେ ଉଚିତ ମାତ୍ରାର ପୋଷକ ତତ୍ତ୍ବ ରହିଥାଏ।

ଜାଣନ୍ତୁ କେଉଁ ସୁପ୍ ରେ କେଉଁ ମସଲା ବ୍ୟବହାର କରିବା ଦ୍ବାରା ସ୍ବାଦିଷ୍ଟ ହୋଇଥାଏ

Vegtable-Soup-ଗାଜର ସୁପ୍ ପ୍ରସ୍ତୁତ କରୁଥିଲେ ସେଥିରେ ଅଦା, ରସୁଣ, ଗୋଲମରିଚ ଏବଂ ଲେମ୍ବୁ ରସ ମିଶାନ୍ତୁ।

-ମଟର ସୁପ୍ ପ୍ରସ୍ତୁତ କରୁଥିଲେ ସେଥିରେ ଅଳ୍ପ ମାତ୍ରାରେ ପୋଦିନା ପତ୍ର ପକାନ୍ତୁ।

-ବ୍ରୋକଲି ସୁପ୍ ରେ ଅଦା ମିଶାଇ ସୁପ୍ ପ୍ରସ୍ତୁତ କରନ୍ତୁ।

-ଟମାଟ ସୁପ୍ ରେ ଅଦା ଏବଂ ରସୁଣ ଦୁଇଟି ଫ୍ଲେବର ଭଲ ଲାଗିଥାଏ। ଏହା ପ୍ରସ୍ତୁତ ହେବା ପରେ ସେଥିରେ କିଛଇ କଟା ଧନିଆ ପତ୍ର ମିଶାଇ ସେବନ କରନ୍ତୁ।

-ଡ଼ାଲିରେ ସୁପ୍ ପ୍ରସ୍ତୁତ କରୁଥିଲେ ସେଥିରେ ଆପଣ ଭୁର୍ଷଙ୍ଗ ପତ୍ର ଏବଂ ସୋରିଷରେ ଛୁଙ୍କ ଲଗାନ୍ତୁ। ଏପରି କରିବା ଦ୍ବାରା ସୁପ୍ ସ୍ବାଦିଷ୍ଟ ଲାଗିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button