ମନୋରଞ୍ଜନ

ସହଜ ଉପାୟରେ ଘରେ ପ୍ରସ୍ତୁତ କରନ୍ତୁ ଷ୍ଟ୍ରବେରୀ ବଡି ୱାଶ, ଅଳ୍ପ ଦିନରେ ତ୍ବଚାରେ ପାଇବେ ଚମକ

ଅଧିକାଂଶ ଲୋକମାନେ ବଜାରରେ ମିଳୁଥିବା ସ୍କିନ୍ କେୟାର ପ୍ରଡ଼କ୍ଟ ବ୍ୟବହାର ନକରି ପ୍ରାକୃତିକ ଜିନିଷ ବ୍ୟବହାର କରିବା ପାଇଁ ପସନ୍ଦ କରିଥାନ୍ତି। ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣମାନଙ୍କୁ ଅଧିକା କଷ୍ଟ କରିବାକୁ ପଡିନଥାଏ। ରୋଷେଇ ଘରେ ଥିବା ସମସ୍ତ ଜିନିଷରେ ସ୍କିନ୍ ପ୍ରଡକ୍ଟ ପ୍ରସ୍ତୁତ ହୋଇଥାଏ। କାରଣ ଏହାକୁ ବ୍ୟବହାର କଲେ ତ୍ବଚା ପାଇଁ ବହୁତ ଲାଭକାରୀ ହୋଇଥାଏ। ଆପଣମାନେ ଅନେକ ପ୍ରକାର ଫେସ୍ କ୍ରିମ୍, ଫେସ୍ ପ୍ୟାକ ଏବଂ ସ୍କ୍ରବ ବିଷୟରେ ଜାଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଅତି ସହଜରେ ଘରେ କିପରି ଷ୍ଟ୍ରବେରୀ ବଡି ୱାଶ ପ୍ରସ୍ତୁତ କରିବେ।

strawberryସୁସ୍ଥ ତ୍ବଚା ପାଇଁ ଷ୍ଟ୍ରବେରୀ ଲାଭକାରୀ ହୋଇଥାଏ। ଏଥିରେ ଭିଟାମିନ-ସି ପ୍ରଚୁର ମାତ୍ରାରେ ରହିଥାଏ। ଷ୍ଟ୍ରବେରୀକୁ ଫେଶ ୱାଶ, ଫେସ୍ ପ୍ୟାକ ଏବଂ ସ୍କ୍ରବ ରୁପେ ବ୍ୟବହାର କରାଯାଇଥାଏ। ଷ୍ଟ୍ରବେରୀ ବଡି ୱାଶ ପ୍ରସ୍ତୁତ କରିବା ପାଇଁ ୪-୫ ଷ୍ଟ୍ରବେରୀ, ୨ ଚାମଚ ନଡ଼ିଆ ତେଲ, ୧/୨ ଡିଟରଜେଣ୍ଟ ପାଉଡର, ୧ ଚାମଚ ଭିଟାମିନ-ଇ ତେଲ ଏବଂ ୧ ଚାମଚ ଲାଭେନଣ୍ଡର ଏସେନସିଆଲ ଅଏଲର ଆବଶ୍ୟକ।

ପ୍ରସ୍ତୁତି ପ୍ରଣାଳି

Strawberry-Body-wash-ଷ୍ଟ୍ରବେରୀ ବଡି ୱାଶ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ଷ୍ଟ୍ରବେରୀ ପାଉଡର ସଂଗ୍ରହ କରନ୍ତୁ। ଏହା ପରେ ଅନ୍ୟ ଏକ ପାତ୍ରରେ ନଡ଼ିଆ ତେଲକୁ ଅଳ୍ପ ଆଞ୍ଚରେ ଗରମ କରି ଏଥିରେ ଷ୍ଟ୍ରବେରୀ ପାଉଡ଼ର ମିଶାନ୍ତୁ। ଏହା ହାଲୁକା ଗୋଲାପି ରଙ୍ଗ ହେବା ପରେ ଏଥିରେ ଡିଟରଜେଣ୍ଟ ପାଉଡ଼ର ମିଶାଇ ଗ୍ୟାସ ବନ୍ଦ କରିଦିଅନ୍ତୁ।

-ଏହି ମିଶ୍ରଣ ଥଣ୍ଡା ହେବା ପରେ ଏଥିରେ ଭିଟାମିନ-ଇ କ୍ୟାପସୁଲ ମିଶାଇ ଦିଅନ୍ତୁ। ଏହା ପରେ ଏଥିରେ ଲାଭେନଣ୍ଡର ଏସେନସିଆଲ ମିଶାନ୍ତୁ। ଏବେ ଆପଣଙ୍କ ବଡି ୱାଶ ପ୍ରସ୍ତୁତ ହୋଇଗଲା। ବିଶେଷ ରୂପେ ଏହାକୁ ଥଣ୍ଡା ଏବଂ ସୁଖିଲା ସ୍ଥାନରେ ରଖିବା ପାଇଁ ଧ୍ୟାନ ରଖିବେ।

-ଏହି ବଡି ୱାଶ ବ୍ୟବହାର କରିବା ଦ୍ବାରା ତ୍ବଚାରେ ପୋଷଣ ମିଳିଥାଏ। ଏହା ଆପଣଙ୍କର ମୃତ ତ୍ବଚାକୁ ହଟାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଷ୍ଟ୍ରବେରୀ ବଡି ୱାଶରେ ବ୍ରଣ ଏବଂ ତ୍ବଚା ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button