ସ୍ୱାସ୍ଥ୍ୟ

ଭୁଲରେ ମଧ୍ୟ ବିୟର ସହ ଏହି ୫ଟି ଜିନିଷର କରନ୍ତୁ ନାହିଁ ସେବନ , ନଚେତ୍ ….

ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ମଦ୍ୟପାନ ବା ବିୟର ସେବନ ଖୁବ ସାଧାରଣ। ପିଲାଙ୍କଠାରୁ ନେଇ ବଢ଼ ପର‌୍ୟ୍ୟନ୍ତ ନିଶାଦ୍ରବ୍ୟ ଭାବେ ଏହାର ସେବନ ବହୁ ଲୋକ କରିଥାନ୍ତି। ଖାଲି ବିୟର ନୁହଁ ବରଂ ଏଥିସହ ପିଜା,ବର୍ଗର ଭଳି ମସଲାଯୁକ୍ତ ଖାଦ୍ୟ ଖାଇବାକୁ ମଧ୍ୟ ପସନ୍ଦ କରାଯାଉଛି। କିନ୍ତୁ ଆପଣ ଯାଣିଛନ୍ତି ବିୟର ସହିତ କିଛି ଖାଦ୍ୟର ସେବନ ଶରୀର ଅତ୍ୟନ୍ତ ହାନି ପହଞ୍ଚାଇଥାଏ। ଏଣୁ ଏନେଇ ଆଜି ଆମେ ଏପରି କିଛି ଖାଦ୍ୟର ତାଲିକା ବିଷୟରେ କହିବାକୁ ଯାଉଛୁ ଯାହାକୁ ଭୁଲରେ ମଧ୍ୟ ବିୟର ସହ ସେବନ କରିବା ଉଚିତ୍ ନୁହଁ।

beer 2

-ଭୁଲରେ ମଧ୍ୟ ବିୟର ସହ ବର୍ଗର ଖାଇବା ଉଚିତ୍ ନୁହେଁ। କାରଣ ଏକାସାଙ୍ଗରେ ଏହି ଦୁଇ ଜିନିଷର ସେବନ ଶରୀରରେ ଫ୍ୟାଟ୍ ଟିସୁର ମାତ୍ରା ବଢ଼ାଇଥାଏ। ଫଳରେ ପାଚନକ୍ରିୟା ଧୀର ହୋଇଯାଇଥାଏ। ଏନେଇ ବହୁ ସମୟ ପର‌୍ୟ୍ୟନ୍ତ ପେଟ ଭାରି ଅନୁଭବ ହେବା ସହ ଭୋକ ଲାଗିନଥାଏ।

-ଫ୍ରାଞ୍ଚ ଫ୍ରାଇଜରେ ସ୍ୟାଚୁରେଟେଡ ଫ୍ୟାଟ୍ ରହିଥାଏ ଯାହା ବିୟର ସହ ଖାଇବା ଦ୍ବାରା ସହଜରେ ହଜମ ହୋଇନଥାଏ। ଏହା ଦ୍ବାରା ପେଟ ଖରାପ ହୋଇଥାଏ। ଏହି ଦୁଇ ଜିନିଷର ଏକାସାଙ୍ଗରେ ସେବନ କିଡନୀରେ ଖରାପ ପ୍ରଭାବ ପକାଇବା ସହ ଏଡିମା ଓ ଉଚ୍ଚ ରକ୍ତଚାପର ସମସ୍ୟା ବଢ଼ାଇଥାଏ।

beer 3

-ବିୟର ପିଇବା ସମୟରେ ଆପଣଙ୍କୁ କମଳା ଭଳି ଅଥବା ଏହି ଭଳି କିଛି ଖଟାଫଳ ବିଲକୁଲ ଖାଇବା ଉଚିତ୍ ନୁହଁ। ଏହା ଦ୍ବାରା ହଜମ ଜନିତ ସମସ୍ୟା ହୋଇଥିବା ବେଳେ ହିଟବର୍ଣ୍ଣର ସମସ୍ୟା ମଧ୍ୟ ବଢ଼ାଇଥାଏ।

-ବିୟର ସହ ପ୍ରାୟତଃ ଲୋକେ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାଆନ୍ତି। ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବିଲକୁଲ ଠିକ୍ ନୁହେଁ। ମସଲାଯୁକ୍ତ ଲଙ୍କାରେ କୈପସାଇସିନ ରହିଥାଏ ଯାହା ପେଟରେ ଜ୍ବଳନ ସୃଷ୍ଟି କରିଥାଏ।

beer 4

-ନିଶାଦ୍ରବ୍ୟ ସହ ମିଠା ଜିନିଷକୁ ସାଧାରଣତଃ ବାରଣ କରାଯାଇଥାଏ। ଏଣୁ ବିୟର ସହ ଭୁଲରେ ମଧ୍ୟ ଚକୋଲେଟ ଖାଇବା ଅନୁଚିତ୍। କାରଣ ଏଥିରେ କୈଫିନ,ଫ୍ୟାଟ୍ ଏବଂ କୋକୋର ମାତ୍ରା ମାତ୍ରା ଅଧିକ ରହିଥାଏ। ଏହା ଆପଣ ବିୟର ସହ ଖାଇବା ଦ୍ବାରା ଆପଣଙ୍କୁ ଅଧିକ ନିଶା ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button