ସ୍ୱାସ୍ଥ୍ୟ

ଏକ ସପ୍ତାହ ପର୍ଯ୍ୟନ୍ତ ପ୍ରତିଦିନ ଖାଆନ୍ତୁ ତିନୋଟି ଖଜୁରୀ, ମିଳିବ ଏହି ସବୁ ଫାଇଦା

ଖଜୁରୀ ସ୍ବାଦିଷ୍ଟ ହେବା ସହ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ପ୍ରତ୍ୟେକ ଦିନ ଖଜୁରୀ ଖାଇବା ଦ୍ବାରା ଅନେକ ପ୍ରକାର ଲାଭ ମିଳିଥାଏ। ଏଥିରେ ପ୍ରଚୁର ପରିମାଣରେ ମିନେରାଲ, ଫାଇବର ଏବଂ ଭିଟାମିନ ରହିଥାଏ। ଗୋଟିଏ ଖଜୁରୀରେ ପୋଟାସିୟମ ୬୯୬ ଏମଜି, ମ୍ୟାଗ୍ନେସିୟମ ୫୪ ଏମଜି, ଭିଟାମିନ-ବି ୬.୦୨ ଏମଜି, ଫାଇବର ୬.୭ ଏମଜି, ମାଙ୍ଗାନିଜ ୦.୩ ଏମଜି ଏବଂ କପର ୦.୪ ଏମଜି ରହିଥାଏ। ଏଥିରେ ପ୍ରାକୃତିକ ସୁଗାର ଅଧିକା ରହିଥାଏ। ଏହି କାରଣରୁ ଏହାକୁ ଖାଇବା ପରେ ମିଠା ଖାଇବା ଅନୁଚିତ।

datesଜାଣନ୍ତୁ ଖଜୁରୀ ଖାଇବା ଦ୍ବାରା କଣ ଲାଭ ମିଳିଥାଏ:

-ଖଜୁରୀରେ ସେଲୋନିୟମ, ମାଙ୍ଗାନିଜ ଏବଂ ମ୍ୟାଗ୍ନେସିୟମ ରହିଥାଏ, ଯାହା ହାଡ ଶକ୍ତ କରିବାରେ ସାହାଯ୍ୟ କରିଥାଏ। ଏହାବ୍ୟତୀତ କ୍ୟାନସର ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ।

-ଏଥିରେ ଥିବା ପ୍ରାକୃତିକ ସୁଗାର ଶକ୍ତି ପ୍ରଦାନ କରିଥାଏ ଏବଂ ପୁରାଦିନ ଫାଇବରକୁ ସତେଜ ରଖିଥାଏ।

khajuri-ଖଜୁରୀରେ ଥିବା ସାଲ୍ୟୁବଲ ଫାଇବର ପାଚନ ପକ୍ରିୟାକୁ ସଠିକ ରୂପେ ନିୟନ୍ତ୍ରିତ କରିଥାଏ। ଏହାକୁ ନିୟମିତ ସେବନ କରିବା ଦ୍ବାରା ପାଚନ ସମସ୍ୟା ହୋଇନଥାଏ ଏବଂ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

-ଖଜୁରୀରେ ଆୟରନର ମାତ୍ରା ଅଧିକା ରହିଥାଏ, ଯାହା ଶରୀରରେ ହିମୋଗ୍ଲୋବିନର ମାତ୍ରା ଅଧିକ କରିବାରେ ସାହାଯ୍ୟ କରିଥାଏ। ପ୍ରାୟତଃ ମହିଳା, ଛୋଟପିଲାମାନେ ଏନିମିଆ ରୋଗରେ ପିଡିତ ହୋଇଥାନ୍ତି। ଏହି ସମସ୍ୟା ଦୂର କରିବା ପାଇଁ ଖଜୁରୀ ସେବନ କଲେ ଲାଭ ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button