ସ୍ୱାସ୍ଥ୍ୟ

ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ, ଫ୍ରାଏଡ୍ ଏଗ୍ ସହିତ ବନାନ୍ତୁ କ୍ରଞ୍ଚୀ ସାଲାଡ୍

ଭୋଜନ ସହିତ ସାଲାଡ୍ ଖାଇବା ସମସ୍ତଙ୍କୁ ବହୁତ ପସନ୍ଦ ହୋଇଥାଏ ଏବଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଏହା ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ସାଲାଡର ଷ୍ପେଶାଲ ରେସିପି ନେଇ ଆସିଛୁ ଯାହା ଏକ ଭୋଜନ ସହିତ ସମାନ। ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ ଫାଇଦାପୂର୍ଣ୍ଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି ପ୍ରସ୍ତୁତ କରିବା।

ଆବଶ୍ୟକ ସାମଗ୍ରୀ :

ଅଣ୍ଡା – ୨

ମୂଳା – ୧ଟା (ଛୋଟ କଟାହୋଇଥିବା)

କାକୁଡି – ୧ଟା (ଛୋଟ କଟା ହୋଇଥିବା)

ଚେରି ଟମାଟୋ – ୫ରୁ୬ଟି

ଲେମ୍ବୁରସ – ୫ ଟେବୁଲସ୍ପୁନ

କଳାମରୀଚ ପାଉଡର – ୧/୨ ଚାମଚ

ଲୁଣ – ସ୍ବାଦାନୁସାରେ

ଅଲିଭ ଅଏଲ – ଆବଶ୍ୟକ ଅନୁସାରେ

ପ୍ରସ୍ତୁତ ପ୍ରଣାଳୀ

-ସର୍ବପ୍ରଥମେ ମିଡିୟମ ଆଞ୍ଚରେ ଏକ ପ୍ୟାନରେ ତେଲ ଗରମ କରନ୍ତୁ।

-ତେଲ ଗରମ ହେବା ପରେ ସେଥିରେ ଅଣ୍ଡା ପକାଇ ଭୁଜିଆ ପ୍ରସ୍ତତ କରନ୍ତୁ। ଏବେ ସେଥିରେ ପିଆଜ ମଧ୍ୟ କାଟି ପକାନ୍ତୁ।

-ଏହାକୁ ହାଲୁକା ଭାଜି ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

-ଏବେ ଏକ ପାତ୍ରରେ କାକୁଡି, ମୂଳା ଚେରୀ ଟମାଟୋ, ଅଣ୍ଡା ଭାଜି, ଲେମ୍ବୁ ରସ, କଳା ମରୀଚ ପାଉଡର, ଲୁଣ ଏବଂ ଅଲିଭ ଅଏଲ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।

-ଏବେ ଆପଣଙ୍କର କ୍ରଞ୍ଚୀ ସାଲାଡ ୱିଥ୍ ଫ୍ରାଇଡ ଏଗ୍। ଏବେ ଏହାକୁ ପ୍ଲେଟରେ କାଢ଼ି ପରଷନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button