ସ୍ୱାସ୍ଥ୍ୟ

ରାତିରେ ଖାଲି ପେଟରେ ଶୋଉଛନ୍ତି କି, ତେବେ ହୋଇପାରେ ଏହି ରୋଗ

ଅଧିକାଂଶ ଲୋକମାନେ ଅତ୍ୟଧିକ ଚିନ୍ତା କାରଣରୁ ରାତିରେ ଖାଦ୍ଯ ନଖାଇ ଶୋଇଥାନ୍ତି। ସେହିପରି କିଛି ଲୋକମାନେ ମଧ୍ୟ ରାତିରେ ପାଚନ କ୍ରିୟା ଠିକ ହୋଇନଥାଏ ଭାବି ଖାଦ୍ୟ ଖାଇନଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ରାତିରେ ଖାଲି ପେଟରେ ଶୋଇବାର ଏହି ଅଭ୍ୟାସ ଶରୀରରେ ଅନେକ କ୍ଷତି ପହଞ୍ଚାଇଥାଏ। ଏହା ଦ୍ବାରା ଶରୀର ଦୁର୍ବଳ ହେବା ସହ ଅନେକ ରୋଗ ମଧ୍ୟ ହୋଇଥାଏ। ଜାଣନ୍ତୁ ଖାଲି ପେଟରେ ଶୋଇବା ସ୍ବାସ୍ଥ୍ୟ ପାଇଁ କେତେ କ୍ଷତିକାରକ ହୋଇଥାଏ।

Sleeping ଫ୍ଲୋରିକା ଷ୍ଟେଟ ୟୁନିଭରସିଟି ମତ ଅନୁଯାୟୀ ଯେଉଁ ଲୋକମାନେ ରାତିରେ ଖାଦ୍ୟ ଖାଇଥାନ୍ତି ସେମାନେ ସର୍ବଦା ଚଞ୍ଚଳ ବା ସତେଜ ରହିଥାନ୍ତି କିନ୍ତୁ ଯେଉଁ ଲୋକମାନେ ରାତିରେ ଖାଲି ପେଟରେ ଶୋଇଥାନ୍ତି ସେମାନେ ତା ପରଦିନ ଦୁର୍ବଳ ଅନୁଭବ କରିଥାନ୍ତି। ଏହା ଦ୍ବାରା ସେମାନଙ୍କର କାର୍ଯ୍ୟ କ୍ଷମତା ଏବଂ ସ୍ବାସ୍ଥ୍ୟ ଖରାପ ହୋଇଥାଏ। ଏହା ଦ୍ବାରା ଅନିଦ୍ରା ମଧ୍ୟ ହୋଇଥାନ୍ତି।

painରିସର୍ଚ୍ଚ ଅନୁଯାୟୀ ରାତିରେ ଖାଲି ପେଟରେ ଶୋଇବା ଦ୍ବାରା ଅନେକ ରୋଗ ହୋଇଥାଏ। ଯେପରି ଗ୍ୟାସ ସମସ୍ୟା ଏବଂ ପେଟରେ ଯନ୍ତ୍ରଣା ହେବା ଏବଂ ନିଦ ନହେବା ଭଳି ସମସ୍ୟା ଦେଖାଯାଇଥାଏ। ଏହା ବ୍ୟତୀତ ଅଧିକାଂଶ ଲୋକମାନେ ମୋଟାପଣ ଦୂର କରିବା ପାଇଁ ପ୍ରତ୍ୟେକ ଦିନ ରାତିରେ ଖାଲି ପେଟରେ ଶୋଇଥାନ୍ତି। କିନ୍ତୁ ଏପରି କରିବା ଶରୀର ପାଇଁ ହାନିକାରକ ହୋଇଥାଏ। କାରଣ ଖାଲି ପେଟରେ ଶୋଇବା ଶରୀରରେ ଖରାପ ପ୍ରଭାବ ପକାଇଥାଏ। ଯାହା ଫଳରେ ଶରୀରର ଓଜନ କମିବା ବଦଳରେ ଅତ୍ୟଧିକ ଓଜନ ବଢିଥାଏ। ଏହି କାରଣରୁ ରାତିରେ ହାଲୁକା ଏବଂ କମ ଖାଦ୍ୟ ଖାଇବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button