ନୀତି

ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର କେଉଁ ସ୍ଥାନରେ ଏବଂ କେଉଁ ପ୍ରକାର ଆକ୍ବାରିୟମ ରଖିବା ଉଚିତ

ପ୍ରାୟତଃ ଘରେ ଲୋକମାନେ ଫିସ୍ ଆକ୍ବାରିୟମ ରଖିବା ପାଇଁ ପସନ୍ଦ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଫିସ୍ ଆକ୍ବାରିୟମ କେବଳ ଘରେ ଖୁସି ଦେଇନଥାଏ ବରଂ ଏହା ଘରର ସଦସ୍ୟମାନଙ୍କ ଉପରେ ଆସୁଥିବା ବିପଦକୁ ମଧ୍ଯ ଖଣ୍ଡନ କରିଥାଏ। ଏଥିସହ ଘରେ ଧନ-ସମ୍ପତ୍ତିର ମଧ୍ୟ ଅଭାବ ମଧ୍ୟ ଦେଖାଯାଇନଥାଏ। ଆଜି ମଧ୍ୟ ଏପରି କିଛି ଲୋକମାନେ ଅଛନ୍ତି ଯେଉଁମାନେ ଘରେ ଫିସ୍ ଆକ୍ବାରିୟମ ରଖିଛନ୍ତି କିନ୍ତୁ ଏହାକୁ ଘରର କେଉଁ କୋଣରେ ବା କେଉଁ ସ୍ଥାନରେ ରଖିଲେ ଶୁଭ ହୋଇଥାଏ ତାହା ଜାଣିନାହାଁନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କେଉଁ ସ୍ଥାନରେ ଫିସ୍ ଆକ୍ବାରିୟମ ରଖିବା ଶୁଭ ହୋଇଥାଏ।

Goldfishଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଘରେ ରଙ୍ଗୀନ ମାଛ ପାଳିବା ଦ୍ବାରା ପରିବାର ସଦସ୍ୟଙ୍କ ଉପରେ ଆସୁଥିବା ବିପଦ ଟଳି ଯାଇଥାଏ। ଏହା ବ୍ୟତୀତ ମାଛ ଧନକୁ ଆକର୍ଷିତ କରିଥାଏ ଏବଂ ଆସୁଥିବା ବିପଦକୁ ନିଜ ଉପରକୁ ନେଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପୂର୍ବ-ଉତ୍ତର ଦିଗରେ ଆକ୍ବାରିୟମ ରଖିବା ଶୁଭ ହୋଇଥାଏ। ଏଥିସହ ଦାମ୍ପତ୍ୟ ଜୀବନରେ ଖୁସି ପାଇଁ ଏହାକୁ ଘରର ମୁଖ୍ୟ ଦ୍ବାରର ବାମ ପଟେ ରଖନ୍ତୁ। ସେହିପରି ଏହାକୁ ଡାହାଣ ପଟେ ରଖିବା ଦ୍ବାରା ଘରର ପୁରୁଷଙ୍କ ମନ ଚଞ୍ଚଳ ରହିଥାଏ।

aquariumଫିସ୍ ଆକ୍ବାରିୟମକୁ ରୋଷେଇ ଘରେ କିମ୍ବା ଶୋଇବା ଘରେ ରଖିବା ଅନୁଚିତ। ଏହି ସ୍ଥାନରେ ଆକ୍ବାରିୟମ ରଖିବା ଦ୍ବାରା ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ। ଘରେ ସକରାତ୍ମକ ଶକ୍ତି ବଢାଇବା ପାଇଁ ଏହାର ପାଣିକୁ ସମୟ ଅନୁଯାୟୀ ବଦଳାଇବା ଉଚିତ। ଏଥିରେ ୮ଟି ନାଲି ରଙ୍ଗର ମାଛ, ୮ଟି ସୁନେଲି ରଙ୍ଗର ମାଛ ଏବଂ ଗୋଟିଏ କଳା ରଙ୍ଗର ମାଛ ରଖିଲେ ଶୁଭ ହୋଇଥାଏ। କାରଣ କଳା ରଙ୍ଗର ମାଛ ରଖିବା ଦ୍ବାରା ଘରର ସଦସ୍ୟମାନଙ୍କ ଉପରେ ଖରାପ ନଜର ଲାଗି ନଥାଏ। ଏହା ବ୍ୟତୀତ ଆକ୍ବାରିୟମରେ ବେଳେ ବେଳେ ମରିଯାଉଥିବା ମାଛମାନଙ୍କୁ ତୁରନ୍ତ ସେଥିରୁ ବାହାର କରି କୌଣସି ନଦୀ କିମ୍ବା ପୋଖରୀରେ ଭସାଇ ଦିଅନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆକ୍ବାରିୟମରେ ମାଛ ମରିବା ବେଳେ ଘରର ନକରାତ୍ମକ ଶକ୍ତି ମଧ୍ୟ ଚାଲି ଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button