ନୀତି

ଘରର ଆସବାପତ୍ର ରହିବ ଏମିତି ତ କେବେ ବି ରହିବ ନାହିଁ ଧନର ଅଭାବ, ସବୁବେଳେ ହେବ ଉନ୍ନତି

ଚୀନର ବାସ୍ତୁଶାସ୍ତ୍ର ଫେଙ୍ଗଶୁଇରେ ଜୀବନକୁ ସକାରାତ୍ମକ କରିବା ପାଇଁ ଅନେକ ଉପାୟ କୁହାଯାଇଛି। ଘର କିମ୍ବା ନିଜର ଆଖପାଖର ବାସ୍ତୁରେ କିଛି ପରିବର୍ତ୍ତନ କରି ଆପଣ ଆପଣଙ୍କ ଜୀବନରେ ସମସ୍ତ ସୁଖ, ବୈଭବ ଏବଂ ଉନ୍ନତି ପାଇପାରିବେ। ଆଜି ଆମେ ଆପଣଙ୍କୁ ଜଣାଇବୁ କିଛି ଏମିତି ଖାସ ଫେଙ୍ଗସୁଇ ଟିପ୍ସ ଯାହା ଅନୁଯାୟୀ ଆପଣ ନିଜର ଅଫିସକୁ ବାସ୍ତୁର ଅନୁକୂଳ କରିପାରିବେ ଯାହାଦ୍ବାରା ଠିକ ସମୟରେ ଆପଣଙ୍କୁ ପ୍ରମୋସନ ଏବଂ ଦରମା ମିଳିପାରିବ।

-ଚୀନ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆସବାପତ୍ରର ଡିଜାଇନ ସିମ୍ପଲ ହେବା ଉଚିତ। ଯଦି ଆସବାପତ୍ରରେ ଗୋଲାକାର ଥିବ ତେବେ ତାକୁ ତୁରନ୍ତ ପରିବର୍ତ୍ତନ କରିବା ଆବଶ୍ୟକ। ଏମିତି କୁହାଯାଏ ଯେ ଏଥିରୁ ନକାରାତ୍ମକ ଶକ୍ତିୀ ବାସ ହୋଇଥାଏ।

dining room-ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଛୋଟ ଏବଂ ହାଲୁକା ଆସବାପତ୍ରକୁ ପୂର୍ବ ଏବଂ ଉତ୍ତର ଦିଗରେ ରଖିବା ଉଚିତ। ସେହିଭଳି ଓଜନ ଆସବାପତ୍ରକୁ ପଶ୍ଚିମ ଏବଂ ଦକ୍ଷିଣ ଦିଗରେ ରଖିବା ଶୁଭ ବୋଲି ଧରାଯାଇଥାଏ।

-ଚୀନ ବାସ୍ତୁ ଶାସ୍ତ୍ର ଅନୁଯାୟୀ ପରିବାରରେ ଶୁଖ-ଶାନ୍ତି ସବୁବେଳେ ରହିବା ପାଇଁ ପରିବାରର ସଦସ୍ୟଙ୍କ ଫଟୋ କାଠର ନିର୍ମିତ ଫ୍ରେମରେ ଲଗାଇ ପୂର୍ବ ଦିଗରେ ହୋଇଥିବା କାନ୍ଥରେ ଲଗାଇବା ଉଚିତ।

-ଯଦି ଆପଣ ନିଜ ବ୍ୟବସାୟରେ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ଘରର ପୂର୍ବ ଭାଗରେ କାଠରେ ନିର୍ମିତ ଆସବାପତ୍ରକୁ ସଜାଇ ରଖନ୍ତୁ। ଏହି ଦିଗରେ ସବୁବେଳେ ସକାରାତ୍ମକ ପ୍ରଭାବ ରହିଥାଏ।

-ଅଫିସ ବା କାର‌୍ୟ୍ୟାଳୟରେ ସବୁବେଳେ ଆଲୁକା ରଙ୍ଗର ଆସବାପତ୍ରର ବ୍ୟବହାର କରିବା ଆବଶ୍ୟକ। ହାଲୁକା ରଙ୍ଗ ଦ୍ବାରା ସକାରାତ୍ମକ ଦ୍ରୁଷ୍ଟିଗୋଚର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button