ସ୍ୱାସ୍ଥ୍ୟ

ଅତ୍ଯଧିକ ଫଳ ରସ ପିଉଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ ଶରୀର ପାଇଁ ହୋଇଥାଏ ହାନୀକାରକ

ଅଧିକାଂଶ ଲୋକମାନେ ଫଳ ଖାଇବା ପରିବର୍ତ୍ତେ ଫଳ ରସ ପିଇବା ପାଇଁ ପସନ୍ଦ କରିଥାନ୍ତି। କାରଣ ତାଙ୍କୁ ଲାଗିଥାଏ ଫଳ ରସ ଶରୀର ପାଇଁ ଲାଭକାରୀ ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଫଳ ରସ ଶରୀର ପାଇଁ ଯେତିକି ଲାଭକାରୀ ହୋଇଥାଏ ସେତିକି ହାନୀକାରକ ମଧ୍ୟ ହୋଇଥାଏ। ଯଦି ଆପଣ ଭାବିଥାନ୍ତି ଫଳ ରସ ପିଇବା ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ ତେବେ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ। ରିସର୍ଚ୍ଚ ଅନୁଯାୟୀ ଫଳ ରସ ସେବନ କରିବା ଦ୍ବାରା ସମୟ ପୂର୍ବରୁ ମୃତ୍ୟୁର ଭୟ ବଢିଯାଇଥାଏ।

fruit juiceରିପୋର୍ଟ ଅନୁଯାୟୀ ଆମେରିକାର ଅନୁସନ୍ଧାନକର୍ତ୍ତାମାନେ ପ୍ରଥମ ଥର ୧୦୦ ପ୍ରତିଶତ ଫଳରସ କୋଲା ଏବଂ ଲେମନ୍ ଜୁସ୍ ଭଳି ମିଠା ପଦାର୍ଥ ସହ ତୁଳନା କରିଛନ୍ତି। ଏହି ରିସର୍ଚ୍ଚରେ ସୁଗାର ଡିକ୍ସ ଏବଂ ଫଳ ରସରେ ସମାନତା ଥିବାରୁ ଏହାକୁ ସେବନ କରିବା ଦ୍ବାରା ସମୟ ପୂର୍ବରୁ ମୃତ୍ୟୁର ଭୟ ବଢିଥାଏ ବୋଲି ଆମେରିକାର ଅନୁସନ୍ଧାନକର୍ତ୍ତାମାନେ ପ୍ରମାଣ ପାଇଛନ୍ତି।

ଏକ୍ସପର୍ଟମାନଙ୍କ ମତ ଅନୁସାରେ ଏହି ରିସର୍ଚ୍ଚରେ ଅନୁଯାୟୀ ପ୍ରତ୍ୟେକ ଦିନ ୧୫୦ ଏମଏମଏଲ ଗିଲାସ ଫଳ ରସ ସେବନ କରିବା ଦ୍ବାରା କୌଣସି ପ୍ରକାର କ୍ଷତି ହୋଇନଥାଏ। କିନ୍ତୁ ଅତ୍ୟଧିକ ଫଳ ରସ ସେବନ କରିବା ଦ୍ବାରା ସମୟ ହେବାରୁ ପୂର୍ବରୁ ମୃତ୍ୟୁ ଭୟ ୨୪ ପ୍ରତିଶତ ବଢିଯାଇଥାଏ। ସେହିପରି ଅତ୍ୟଧିକ ସୋଢା ଡିକ୍ସ ପିଇବା ଦ୍ବାରା ଶରୀର ପାଇଁ ଶରୀର ପାଇଁ ହାନୀକାରକ ହୋଇଥାଏ।

Cola ଜର୍ଣ୍ଣଲ ଅଫ ଆମେରିକାନ ମେଡିକାଲ ଆସୋସିଏସନରେ ପ୍ରକାଶିତ ଏହି ରିସର୍ଚ୍ଚରେ ୧୩ ହଜାର ୪୪୦ ଲୋକମାନଙ୍କର ଡାଟା ଯାଞ୍ଚ କରାଯାଇଛି। ୬ ବର୍ଷ ପରେ ଏକ ରିସର୍ଚ୍ଚରେ ପ୍ରମାଣିତ ହୋଇଛି ପାଖାପାଖି ଏକ ହଜାର ଲୋକମାନଙ୍କର ମୃତ୍ୟୁ କୌଣସି କାରଣରୁ ହୋଇଥିବା ବେଳେ ୧୬୮ ଜଣ ଲୋକମାନଙ୍କର ହୃଦ ରୋଗ ଜନିତ ସମସ୍ୟାରୁ ମୃତ୍ୟୁ ହୋଇଛି। ଅନୁସନ୍ଧାନକର୍ତ୍ତାମାନଙଚ୍ଚ ମତ ଅନୁଯାୟୀ ଏହି ରିସର୍ଚ୍ଚ ଜରିଆରେ ଅତ୍ୟଧିକ ଚିନି ଯୁକ୍ତ ପଦାର୍ଥ ସୋଢା ବା ଲେମନ୍ ଜୁସ୍ ପିଇବା ଦ୍ବାରା ମୃତ୍ୟୁର ଭୟ ବଢିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button