ସ୍ୱାସ୍ଥ୍ୟ

ଡାଇବେଟିଜ ରୋଗୀମାନଙ୍କ ପାଇଁ ଲାଭଦାୟକ ହୋଇଥାଏ କ୍ଷୀର, ଏହାକୁ ଜଳଖିଆରେ ନିହାତି କରନ୍ତୁ ସାମିଲ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକମାନଙ୍କ ପାଖରେ ଡାଇବେଟିଜର ସମସ୍ୟା ଦେଖାଯାଇଥାଏ। ଏହି ବ୍ୟକ୍ତିମାନେ ନିଜର ଖାଦ୍ୟ- ପାନୀୟରେ ସବୁଠାରୁ ଅଧିକ ଧ୍ୟାନ ରଖିଥାନ୍ତି। ଏହି ବ୍ୟକ୍ତିମାନଙ୍କୁ ମଧ୍ୟ ବହୁତ ଜିନିଷ ଖାଇବା ପୂର୍ବରୁ ଖାଇବେ କି ନାହିଁ ଭାବିବାକୁ ପଡ଼ିଥାଏ। ଯଦି ଏହି ବ୍ୟକ୍ତିମାନେ ଅଧିକ ମିଠା ଖାଇଦେଇଥାନ୍ତି ତେବେ ଡାଇବେଟିଜର ମାତ୍ରା ଆହୁରି ବଢିଯାଇଥାଏ। ଡାଇବେଟିଜ ଥିବା ବ୍ୟକ୍ତିମାନଙ୍କ ପାଇଁ କ୍ଷୀର ଲାଭକାରୀ ହୋଇଥାଏ ବୋଲି ଆଜି ମଧ୍ୟ ଅଧିକାଂଶ ଲୋକମାନେ ଏହି ବିଷୟରେ ଜାଣିନାହାନ୍ତି। ଡାକ୍ତରମାନଙ୍କ କହିବା ଅନୁଯାୟୀ ଏକ ଗିଲାସ କ୍ଷୀରରେ ୮ ଗ୍ରାମ ପ୍ରୋଟିନ ରହିଥାଏ, ଯାହା କେବଳ ଡାଇବେଟିଜ ରୋଗୀମାନଙ୍କ ପାଇଁ ନୁହେଁ ବରଂ ଅନ୍ୟ କେତେକ ରୋଗ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ। କ୍ଷୀରରେ ଅନେକ ପୋଷକ ତତ୍ତ୍ବ ରହିଥାଏ, ଯାହା ଶରୀର ପାଇଁ ଲାଭକାରୀ ହୋଇଥାଏ।

milkକ୍ଷୀରରେ କାର୍ବୋ ହାଇଡ୍ରେଡ ରହିଥାଏ। ଏହି କାରଣରୁ ସକାଳର ଜଳଖିଆ ଖାଇବା ସମୟରେ କ୍ଷୀର ପିଇଲେ ପାଚନ ପକ୍ରିୟା ଧିରେ ହେବା ସହ ବ୍ଲଡ ସୁଗାର କଣ୍ଟ୍ରୋଲ ରହିଥାଏ। ଜର୍ନଲ ଅଫ ଡାଏରୀ ସାଇନ୍ସର ଏକ ଅଧ୍ୟୟନରୁ ଏହି ବିଷୟରେ ଜାଣିବାକୁ ମିଳିଛି କି ଜଳଖିଆରେ କ୍ଷୀର ପିଇବା ଦ୍ବାରା ମୋଟାପଣ ନିୟନ୍ତ୍ରଣ ରହିଥାଏ, ଯାହାଦ୍ବାରା ଡାଇବେଟିଜ ମଧ୍ୟ ଅଧିକ ପ୍ରଭାବିତ ହୋଇନଥାଏ। ଏହା ବ୍ୟତୀତ ଖାଦ୍ୟ ସହ କ୍ଷୀର ପିଇବା ଦ୍ବାରା ଜଲଦି ଭୋକ ଲାଗିନଥାଏ।

milk-ଏହି ଅଧ୍ୟୟନ ଅନୁଯାୟୀ ପ୍ରତ୍ୟେକ ଦିନ ସକାଳୁ ସକାଳୁ କ୍ଷୀର ପିଇବା ଦ୍ବାରା ରକ୍ତରେ ଗ୍ଲୁକୋଜର ସ୍ତର ନିୟନ୍ତ୍ରଣ ରହିଥାଏ। ଜର୍ନଲ ଅଫ ଡାଏରୀ ସାଇନ୍ସର ଏକ ଅଧ୍ୟୟନରେ ଡଗଲସ ଏବଂ ତାଙ୍କର ଟିମ୍ କହିଛନ୍ତି କ୍ଷୀର ସହ ହାଇ କାର୍ବୋହାଇଡ୍ରେଡ ଭଳି କନଫ୍ଲେକ୍ସ ମଧ୍ୟ ଶରୀର ପାଇଁ ଲାଭକାରୀ ହୋଇଥାଏ। ଏହାକୁ ଡାଇଟରେ ସାମିଲ କରିବା ଦ୍ବାରା ଡାଇବେଟିଜ କଣ୍ଟ୍ରୋଲରେ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button