ଖରାଦିନରେ ସବୁଠାରୁ ଅଧିକ ତ୍ୱଚା ଖରାପ ହୋଇଥାଏ। ସୂର୍ୟ୍ୟ କିରଣ ସିଧାସଳଖ ଚର୍ମରେ ପଡିବା କାରଣରୁ ଅନେକ ତ୍ୱଚା ସମ୍ବନ୍ଧୀତ ଅସୁବିଧା ଦେଖାଯାଇଥାଏ। ଏମିତିରେ ଲହୁଣୀର ସେବନ ଏବଂ ବ୍ୟବହାର ଶରୀର ପାଇଁ ଖୁବ ଲାଭକାରୀ ହୋଇଥାଏ। ତେବେ ଆପଣ ଲହୁଣୀର ବ୍ୟବହାର ତ୍ୱଚା ପାଇଁ ବିଭିନ୍ନ ପ୍ରକାରରେ କରିପାରିବେ। ଏଥିରେ ଉପସ୍ଥିତ ତତ୍ୱ ତ୍ୱଚାକୁ ସୁସ୍ଥ ରଖିବା ସହ ତୀବ୍ର ଖରାକିରଣରୁ ଏହାକୁ ରକ୍ଷା କରିଥାଏ। ଆସନ୍ତୁ ଜାଣିବା କିପରି କରାଯିବା ତ୍ୱଚା ପାଇଁ ଲହୁଣୀର ବ୍ୟବହାର। Tomato-face-pack ଲହୁଣୀ ଏବଂ ଟମାଟୋର ବ୍ୟବହାର : ଲହୁଣୀ ଏକ ପ୍ରାକୃତିକ ଲୋସନ ଭାବେ ବ୍ୟବହାର ହୋଇଥାଏ। ସନବର୍ଣ୍ଣକୁ କମ କରିବା ପାଇଁ ଲହୁଣୀ ଏବଂ ଟମାଟୋର ମିଶ୍ରଣ ଖୁବ ଲାଭକାରୀ ହୋଇଥାଏ। ଏହି ମିଶ୍ରଣରେ ଥିବା ଭିଟାମିନ ଏ ଏବଂ ସି ତ୍ୱଚା ପାଇଁ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଏହି ମିଶ୍ରଣକୁ ତ୍ୱଚାରେ ଲଗାଇ ଧୋଇବା ପରେ ଆପଣଙ୍କୁ ତ୍ୱଚା ଖୁବ କୋମଳ ଏବଂ ଥଣ୍ଡା ଅନୁଭୂତ ହୋଇଥାଏ। ଲହୁଣୀ ଏବଂ ମହୁର ବ୍ୟବହାର : ଲହୁଣୀ ଏବଂ ମହୁର ମିଶ୍ରଣ ଆଣ୍ଟିଂ ଏଜିଂ ଭାବେ ବ୍ୟବହାର ହୋଇଥାଏ। ମହୁ ପ୍ରାକୃତିକ କ୍ଳିଞ୍ଜର ଭାବେ କାମ କରିଥିବା ବେଳେ ଲହୁଣୀ ମଶ୍ଚରାଇଜର ଭାବେ ବ୍ୟବହାର ହୋଇଥାଏ। ଲହୁଣୀ ଏବଂ ମହୁକୁ ମିଶାଇ ତ୍ୱଚାରେ ଲଗାଇବା ରଖନ୍ତୁ ହାଲୁକା ଶୁଖିବା ପରେ ତାହାକୁ ଧୋଇ ଦିଅନ୍ତୁ। OrangesandPeels500 ଲହୁଣୀ ଏବଂ କମଳା ଚୋପାର ବ୍ୟବହାର : ଲହୁଣୀରେ ଲକ୍ଟିକ୍ ଏସିଡ ଏବଂ ଅଲ୍ଫା ହାଇଡ୍ରକ୍ସି ଏସିଡ ରହିଥାଏ। ଯାହା ତ୍ୱଚାରେ ଚମକ ବଢ଼ାଇବାରେ ସହାୟକ ହୋଇଥାଏ। ଏହା ମୁହଁରେ ଥିବା ଦାଗଧବା ଆଦି ସବୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେବେ ଏଥିପାଇଁ କମଳା ଚୋପା ଗୁଣ୍ଡକୁ ଲହୁଣୀରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ୩୦ ମିନିଟ ରଖି ଧୋଇ ଦିଅନ୍ତୁ।

ଅଧିକାଂଶ ଲୋକମାନେ ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ଡାଲଚିନି ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଡାଲଚିନିରେ ପ୍ରଚୁର ପରିମାଣରେ ଔଷଧୀୟ ଗୁଣ ଭରି ରହିଛି। ଯାହା ସ୍ବାସ୍ଥ୍ୟ ଏବଂ ସୁନ୍ଦରତା ପାଇଁ ଲାଭକାରୀ ହୋଇଥାଏ। ଏହା ବ୍ୟତୀତ ଡାଲଚିନିକୁ କ୍ଷୀର ସହ ମିଶାଇ ପିଇଲେ ଏହା ଶରୀର ପାଇଁ ଲାଭକାରୀ ହୋଇଥାଏ। ଡାଲଚିନି ମିଶ୍ରଣ କ୍ଷୀର ଅନେକ ରୋଗରୁ ସୁରକ୍ଷା ଦେବା ସହ ଶରୀର ପାଇଁ ଲାଭକାରୀ ହୋଇଥାଏ।
ଯଦି ଆପଣଙ୍କ ପାଚନ ପକ୍ରିୟା ଠିକ ହୋଇନଥାଏ ତେବେ ଆପଣ ଡାଲଚିନି କ୍ଷୀର ପିଇବା ଦ୍ବାରା ପାଚନ କ୍ରିୟା ଠିକ ହେବା ସହ ଗ୍ୟାସ ସମ୍ବନ୍ଧିତ ସମସ୍ୟା ମଧ୍ୟ ଦୂର ହୋଇଯାଇଥାଏ। ଅନେକ ରିସର୍ଚ୍ଚରୁ ମଧ୍ୟ ଜାଣିବାକୁ ମିଳିଛି ଡାଲଚିନିରେ ଥିବା ଔଷଧୀୟ ଗୁଣ ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ବିଶେଷ ରୂବେ ଏହି କ୍ଷୀର ଟାଇପ-୨ ଡାଇବେଟିଜ ବ୍ୟକ୍ତିମାନଙ୍କ ପାଇଁ ଲାଭକାରୀ ହୋଇଥାଏ।
ଯଦି ଆପଣଙ୍କର ଅନିଦ୍ରା ବା ନିଦ ନ ହେବା ଭଳି ସମସ୍ୟା ଦେଖାଯାଇଥାଏ ତେବେ ଡାଲଚିନି କ୍ଷୀର ଆପଣଙ୍କ ପାର୍ଇ ଲାଭକାରୀ ହୋଇଥାଏ। ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଡାଲଚିନି କ୍ଷୀର ପିଇଲେ ନିଦ ଭଲ ହୋଇଥାଏ। ଏଥିସହ ଏହି କ୍ଷୀର ପିଇବା ଦ୍ବାରା ତ୍ବଚା ଏବଂ କେଶ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ। ଏହାର ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ତ୍ବଚା ଏବଂ କେଶକୁ ସଂକ୍ରମଣରୁ ରକ୍ଷା କରିଥାଏ। ଏହା ବ୍ୟତୀତ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ପ୍ରତ୍ୟେକ ଦିନ ଡାଲଚିନି ମିଶ୍ରଣ କ୍ଷୀର ପିଇଲେ ହାଡ ମଜବୁତ୍ ହେବା ସହ ଗଣ୍ଠି ସମସ୍ୟା ଦୂର ହୋଇଥାଏ।



