ନୀତି

ସ୍ବସ୍ତିକ କରିବା ପୂର୍ବରୁ ଜାଣନ୍ତୁ ଏହି କଥା, ନଚେତ୍ ପରିଣାମ ହେବ ଖରାପ

ଯେକୌଣସି କାମର ପ୍ରାରମ୍ଭରେ ଭଗବାନ ଶ୍ରୀ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। କାମକୁ ସଠିକ୍ ଆରମ୍ଭ ପାଇଁ ଗଣେଶଙ୍କ ପ୍ରତୀକ ସ୍ବସ୍ତିକ ଚିହ୍ନ କରାଯାଇଥାଏ। ମାନ୍ୟତା ଅନୁଯାୟୀ, ସ୍ବାସ୍ତିକ ଚିହ୍ନ କରିବା ଦ୍ବାରା ନକାରତ୍ମକ ଉର୍ଜା ଦୂର ହୋଇଥାଏ। ତେବେ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ସ୍ବସ୍ତିକ କରିବା ସମୟରେ କିଛି ଖାସ ଦିଗ ପ୍ରତି ଧ୍ୟାନ ରଖିବା ଉଚିତ୍। ଅଥବା ଏହା ହେବାକୁ ଥିବା କାମକୁ ଖରାପ କରିବାର ମଧ୍ୟ ସମ୍ଭାବନା ରହିଥାଏ।

swastik 1

-ଭୁଲରେ ମଧ୍ୟ ଓଲଟା ସ୍ବସ୍ତିକ ପ୍ରସ୍ତୁତ କରନ୍ତୁ ନାହିଁ। ମନ୍ଦିରରେ ଓଲଟା ସ୍ବସ୍ତିକ ମନସ୍କାମନା ପୂରଣ ପାଇଁ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ ଦୋକାନ କିମ୍ବା ଘରେ ଓଲଟା ସ୍ବସ୍ତିକ କରିବା ଅଶୁଭ କୁହାଯାଇଥାଏ। ଏପରି କରିବା ଦ୍ବାରା ପୂଜାପାଠର ସଠିକ୍ ଫଳ ମିଳିନଥାଏ।

-ସ୍ବସ୍ତିକ ପ୍ରସ୍ତୁତ ସମୟରେ ଏହା ଯେପରି ଅଙ୍କାବଙ୍କା ହୋଇନଥିବ ତାହା ପ୍ରତି ଧ୍ୟାନ ଦେବା ଦରକାର। କାରଣ ଏହାର ପ୍ରଭାବ ଆପଣଙ୍କ ମନସ୍କାମନା ସହ ଘରେ ଉପରେ ପଡିଥାଏ। ଏଣୁ ସ୍ବସ୍ତିକ ସବୁବେଳେ ସିଧା, ସୁନ୍ଦର ଏବଂ ସଫା ହେବା ଉଚିତ୍।

-ସ୍ବସ୍ତିକ ପ୍ରସ୍ତୁତ ହୋଇଥିବା ଆଖପାଖ ଯେପରି ଅପରିସ୍କାର ହୋଇନଥିବ। ଏହା ଅମଙ୍ଗଳ ଏବଂ ଅଶୁଭର ସଙ୍କେତ ହୋଇଥାଏ।

Swastik

ସ୍ବସ୍ତିକ ସହ ଜଡିତ କିଛି ଅନ୍ୟାନ୍ୟ ଜରୁରୀ କଥା :

-ବିବାହ ସମୟରେ କୌଣସି ପ୍ରକାରର ଅମଙ୍ଗଳ ଦୂର କରିବା ପାଇଁ ପୂଜା ସମୟରେ ହଳଦୀରେ ସ୍ବସ୍ତିକ କରନ୍ତୁ।

-ସାଧାରଣ ପୂଜା ସମୟରେ କୁଙ୍କୁମରେ ସ୍ବସ୍ତିକ ପ୍ରସ୍ତୁତ କରନ୍ତୁ।

-ଘରକୁ ଖରାପ ନଜରରୁ ବଞ୍ଚାଇବା ପାଇଁ ଘର ବାହାରେ ଗୋବରରେ ସ୍ବସ୍ତିକ କରନ୍ତୁ।

-ଘର ବାହାରେ ସ୍ବସ୍ତିକ ବନାଇବା ଦ୍ବାରା ସମସ୍ତ ପ୍ରକାରର ବାସ୍ତୁଦୋଷ ଦୂର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button