ସ୍ୱାସ୍ଥ୍ୟ

ସକାଳେ ଖାଲି ପେଟରେ କଦଳୀ ଖାଇବା କ’ଣ ଶରୀର ପାଇଁ ଲାଭକାରୀ ?

ପୁରାତନା କାଳରୁ ହିଁ କଦଳୀକୁ ଏକ ଉତ୍ତମ ଆହାର ଭାବେ ଗ୍ରହଣ କରାଯାଇଛି। ଏପରିକି କଦଳୀ ଏବଂ କ୍ଷୀରକୁ ସ୍ବାଦିଷ୍ଟ ଭୋଜନ ଭାବେ ସେବନ ମଧ୍ୟ କରାଯାଇଥାଏ। ସାଧାରଣତଃ ଓଜନ ବଢ଼ାଇବା ପାଇଁ ଏହାର ଖିଆଯାଏ। କଦଳୀର ସେବନ ଶରୀରରେ ତୁରନ୍ତ ଉର୍ଜା ଜାତ କରିବାରେ ସହାୟକ ହୋଇଥାଏ। ତେବେ ଆପଣ ଜାଣିଛନ୍ତି କି କଦଳୀ ଖାଇବାର ଏକ ନିର୍ଦ୍ଦିଷ୍ଟ ସମୟ ରହିଛି। ଆସନ୍ତୁ ଜାଣିବା କେଉଁ ସମୟରେ କଦଳୀ ଖାଇବା ଉଚିତ୍ ଏବଂ ଅନୁଚିତ୍।

banana

ସକାଳ ସମୟରେ କଦଳୀ ଖାଇବା ଶରୀର ପାଇଁ ଲାଭକାରୀ ହୋଇଥାଏ। କିନ୍ତୁ ଭୁଲରେ ମଧ୍ୟ ଖାଲିପେଟରେ କଦଳୀ ଖାଆନ୍ତୁ ନାହିଁ। ବରଂ କଦଳୀ ସହ ଡ୍ରାଏ ଫୁଡ୍ସ ସେଓ ଏବଂ ଅନ୍ୟାନ୍ୟ କିଛି ଫଳର ମଧ୍ୟ ସେବନ କରିବା ଉଚିତ୍। କଦଳୀରେ ରହିଥିବା ମ୍ୟାଗ୍ନେସିୟମ୍ ରକ୍ତରେ କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମର ମାତ୍ରାକୁ ବିଗାଡି ଦେଇଥାଏ। ଯାହାଦ୍ବାରା କାଡିୟୋବାସ୍କୁଲର ସିଷ୍ଟମରେ ଖରାପ ପ୍ରଭାବ ପଡିଥାଏ। ତେବେ ଖାଲି ପେଟରେ କଦଳୀ ଖାଇବା ଦ୍ବାରା ହାର୍ଟରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ।

 

ସକାଳେ ଖାଲି ପେଟରେ କଦଳୀ ଖାଇବା ଦ୍ବାରା ଭୋକ ମରିଯାଇଥାଏ। ଯାହା ଶରୀର ପାଇଁ ହାନିକାରକ ହୋଇଥାଏ। ଅଧିକାଂଶ ଲୋକ ରାତିରେ ଶୋଇବା ପୂର୍ବରୁ କଦଳୀ ଖାଇଥାନ୍ତି। କିନ୍ତୁ ଏହା ଉଚିତ୍ ନୁହଁ। କାରଣ ରାତିରେ କଦଳୀ ଖାଇବା ଥଣ୍ଡା କାଶ ଭଳି ସମସ୍ୟା କାରଣ ପାଲଟିଥାଏ।

ଆୟୁର୍ବେଦ ଅନୁଯାୟୀ ଜଳଖିଆ ପରେ କଦଳୀ ସେବନ କରିବା ଉଚିତ୍। ଏହା ବ୍ୟତୀତ କଦଳୀ ଖାଇବାର ସଠିକ୍ ସମୟ ହେଉଛି ସକାଳ ୮ଟାରୁ ୯ । ତେବେ ବିଶେଷଜ୍ଞଙ୍କ ଅନୁଯାୟୀ ଖାଲି ପେଟରେ ଫଳ ଖାଇବାକୁ ସବୁବେଳେ ବାରଣ କରିବା ଉଚିତ୍।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button