ବିଚାର

ନିୟମିତ ପିଅନ୍ତୁ ଲେମ୍ବୁ ପାଣି, ମିଳିବ ଅନେକ ଫାଇଦା

ଏହି ଗରମ ଦିନେ ସୁସ୍ଥ ତ୍ୱଚା ପାଇଁ ଲାଭଦାୟକ ହୋଇ ଥାଏ ଲେମ୍ବୁପାଣି। ଏହା ଶରୀରର ଡିଟକ୍ସିଫାଇ କରିଥାଏ ଏବଂ ତ୍ୱଚାକୁ ହାଇଡ୍ରେଡ ରଖିଥାଏ । ଏହି ଲେମ୍ବୁ ପାଣିରେ ଭିଟାମିନ ସି ଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ହୋଇଥାଏ। ଏହି ଲେମ୍ବୁପାଣିରେ ଥିୟାମିନ, ରିବୋଫ୍ଲେବିନ, ନିୟାସିସ, ଭିଟାମିନ ବି-୬, ଫୋଲେଟ ଏବଂ ଭିଟାମିନ ଇ ଭଳି ଭିଟାମିନ ରହିଥାଏ। ମୁହଁର ଚମକ ଆଣିବା ପାଇଁ ଏହି ଲେମ୍ବୁ ପାଣି ବେଶ ଉପଯୋଗୀ ହୋଇଥାଏ। ଏହା  ବ୍ୟତୀତ କିଡନୀ ସମସ୍ୟାକୁ ମଧ୍ୟ ଦୂର କରେ ଏହି ଲେମ୍ବୁପାଣି । ଏହି ଲେମ୍ବୁ ପାଣି ପିଇବା ଦ୍ୱାରା ଲିଭର ସମସ୍ୟାର ସମାଧାନ ହୋଇଥାଏ । ରକ୍ତଚାପକୁ ନିୟନ୍ତ୍ରଣ କରିବା ସିହିତ ପାଚନ ପ୍ରକ୍ରିୟାରେ ସହାୟକ ହୋଇଥାଏ । ଏଥିରେ ଆଇରନ, ମାଗ୍ନେସିୟମ, ଫସଫରସ୍, ପୋଟାସିୟମ ଭଳି ମିନେରାଲ୍ସ ରହିଛି ।

 

ଯଦି ଆପଣ ମଧୁମେହରେ ପୀଡିତ ହୋଇଥାନ୍ତି  ତେବେ ବାହାରେ କିଣା ଜୁସ୍ ପ୍ୟାକେଟ ପିଇବା ଅପେକ୍ଷା ଲେମ୍ବୁ ପାଣି ପିଇଲେ ଅଧିକ ଫାଇଦା ମିଳିଥାଏ। ଏହାର ନିୟମିତ ସେବନ ଦ୍ୱାରା ଓଜନ ହ୍ରାସ ହୋଇଥାଏ। ଶରୀରେ ଦେଖାଯାଉଥିବା ବୟସ ବୃଦ୍ଧିର ପ୍ରଭାବକୁ ଏହି ଲେମ୍ବୁ ପାଣି ନିୟନ୍ତ୍ରଣ କରିଥାଏ। ଏଥିରେ ସାଇଟ୍ରିକ ଅମ୍ଳ ଥିବା କାରଣରୁ ଏହା ଶରୀରରୁ ମୃତ କୋଷିକାକୁ ଗୁଡିକୁ ଶରୀରରେ ଝାଳ ରୂପରେ ବାହାରି କରିଥାଏ । ଯାହା ଫଳରେ ଚେହେରାରେ ଥିବା ଦାଗ ଦୂର ହୋଇଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button