ମନୋରଞ୍ଜନ

କେବଳ ଯୁବତୀ ନୁହନ୍ତି, ପୁରୁଷମାନେ ମଧ୍ୟ ଫେସିଆଲ କରିବାକୁ ଇଛୁକ

ଯୁବତୀମାନେ ନିଜ ତ୍ୱଚାକୁ ନେଇ ବେଶ ସମ୍ବେଦନଶୀଳ ଥାଆନ୍ତି। ତେଣୁ କରି ସେମାନେ ସମୟ ସମୟରେ ପାର୍ଲର ଯାଇ ଫେସିଆଲ କରାଇଥାନ୍ତି। ତ୍ୱଚାକୁ ଫେସିଆଲ କରାଇବା ଦ୍ୱାରା ରୁକ୍ଷପଣ ଦୂର ହେବା ସହ ଉଜ୍ଜ୍ୱଳତା ବଢିଥାଏ। କିନ୍ତୁ ଆଜିକାଲି କେବଳ ମହିଳା ନୁହନ୍ତି, ପୁରୁଷମାନେ ମଧ୍ୟ ଫେସିଆଲ କରିବାକୁ ପସନ୍ଦ କରୁଛନ୍ତି। ନିଜ ତ୍ୱଚାର ଯତ୍ନ ନେବା ପାଇଁ ମଧ୍ୟ ପୁରୁଷମାନେ ଜରୁରୀ ବୋଲି ଭାବୁଛନ୍ତି। ପୁଅମାନେ କ’ଣ ପାଇଁ ଫେସିଆଲ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ଆସନ୍ତୁ ତାହା ଜାଣିବା….

 ଷ୍ଟ୍ରେସ ଦୂର କରିବା ପାଇଁ:

ଫେସିଆଲ କରିବା ସମୟରେ ଚେହେରାକୁ ଅତିକମ୍‌ରେ ଅଧଘଣ୍ଟା ପର୍ଯ୍ୟନ୍ତ ଭଲଭାବେ ମସାଜ ମିଳିଥାଏ। ଏହାଦ୍ୱାରା ଷ୍ଟ୍ରେସ ଦୂର ହୋଇଥାଏ। ଏହି ସମୟରେ ଆଖିକୁ କିଛିସମୟ ପର୍ଯ୍ୟନ୍ତ ବିଶ୍ରାମ ମିଳିବା ସହ ନିଜକୁ ରିଲାକ୍ସ ଅନୁଭୂତ ହୁଏ।

facial-top-2

ମୁହଁ କ୍ଲିଜିଂ ପାଇଁ:

ଘରେ ଆମେ ଯେତେ ଚେଷ୍ଟା କଲେ ମଧ୍ୟ, ନିଜ ଭଲଭାବେ ମୁହଁକୁ କ୍ଲିଜିଂ କରିପାରୁନାହୁଁ। କିନ୍ତୁ ଫେସିଆଲ ସମୟରେ ଅଧଘଣ୍ଟାରେ ତ୍ୱଚାକୁ ଭଲଭାବେ କ୍ଲିଜିଂ କରିବା ସହ ମୁହଁ ସୁନ୍ଦର ଦେଖାଯାଏ।

ମୁହଁରେ ରକ୍ତ ସଂଚାଳନ କ୍ଷମତା ବଢାଏ :

ଶରୀରର କୌଣସି ଭାଗରେ ରକ୍ତ ସଂଚାଳନ ବଢିବା ଦ୍ୱାରା ଶରୀର ସଠିକ ଭାବେ କାମ କରିଥାଏ। ସେହିଭଳି ଫେସିଆଲ କରିବା ସମୟରେ ମସାଜ ଦ୍ୱାରା ରକ୍ତ ସଂଚାଳନ କ୍ଷମତା ବଢିଥାଏ। ପରିଣାମ ସ୍ୱରୂପ ପ୍ରାକୃତିକ ଉଜ୍ଜ୍ୱଳତା ମିଳିଥାଏ।

ତ୍ୱଚାରୁ ମଇଳା ବାହାର କରିଥାଏ:

ତ୍ୱଚାରୁ ମଇଳା ବାହାର କରିବା ନିତାନ୍ତ ଜରୁରୀ। ଫେସିଆଲ କରିବା ସମୟରେ କ୍ରିମ, ସ୍କ୍ରବ, ଜେଲ ଦ୍ୱାରା ତ୍ୱଚାରୁ ମଇଳା ବାହାର କରିବା ସମ୍ଭବ ହୋଇଥାଏ। ଯାଦ୍ୱାରା ତ୍ୱଚାରେ ଉଜ୍ଜ୍ୱଳତା ଆସିଥାଏ।

blackheads

ବ୍ରଣ, ବ୍ଲାକହେଡସ ଦୂରହୋଇଥାଏ:

ଫେସିଆଲର କରିବା ସମୟରେ ମହଁରୁ ବ୍ଲାକହେଡସ ବାହାର କରିବା ବେଳେ କଷ୍ଟ ହୋଇଥାଏ। କିନ୍ତୁ ଏହାକୁ ବାହାର କରିବା ଦ୍ୱାରା ଚେହେରାରେ ଚମକ ଆସିଥାଏ। କଷ୍ଟ ହେବା ସତ୍ୱେ ମଧ୍ୟ ଏହାକୁ ବାହାର କରିବା ଉଚିତ।

ତ୍ୱଚାରୁ ଡାର୍କ ସର୍କଲ ଦୂର କରିଥାଏ:

ଫେସିଆଲ କରିବା ଦ୍ୱାରା ଆଖିତଳ କଳାଦାଗ ଦୂର ହୋଥାଏ। ଅଧିକ ଚିନ୍ତା କିମ୍ବା ଷ୍ଟ୍ରେସ ନେବା ଦ୍ୱାରା ଆଖି ତଳ କଳା ପଡିଥାଏ। ଯାହା ଫେସିଆଲ ସମୟରେ କ୍ରିମ ବ୍ୟବହାର କରିବା ଦ୍ୱାରା କିଛିମାତ୍ରାରେ କମ୍‌ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button