ମନୋରଞ୍ଜନ

ବର୍ଷାରେ ଖାଆନ୍ତୁ ‘ପଣସ କବାବ୍‌’, ଜାଣନ୍ତୁ କିପରି ପ୍ରସ୍ତୁତ କରିବେ

ପଣସ ତରକାରିର ମଜା ହିଁ କିଛି ଅଲଗା ଥାଏ। ଆମିଷ ଖାଉଥିବା ଲୋକଙ୍କ ପାଇଁ ପଣସ ନିରାମିଷ ମଟନ ହୋଇଥାଏ। ଏହି ସପ୍ତାହରେ ଅତିଥିମାନଙ୍କୁ ପଣସ କବାବ୍‌ ତିଆରି କରି ସରପ୍ରାଇଜ୍‌ ଦିଅନ୍ତୁ। ଏହି ରେସିପି ସ୍ୱାଦିଷ୍ଟ ସହିତ ବହୁତ ସହଜରେ ମଧ୍ୟ ତିଆରି ହୋଇଥାଏ। ଆପଣ ଯାହାକୁ ପରଷିବେ, ସେ ମଧ୍ୟ ଖୁସି ହୋଇଯିବେ ଏବଂ ଏହି ରେସିପି କିପରି ତିଆରି କରିଛ ବୋଲି ନିହାତି ପଚାରିବେ। ଆସନ୍ତୁ ଜାଣିବା ପଣସ କବାବ୍‌ ତିଆରି କରିବାର ସହଜ ପ୍ରଣାଳୀ

ସାମଗ୍ରୀ:

-ପଣସ-୧/୨ କିଲୋ(ସିଝା)
-ଛୋଟ ଛୋଟ କଟାହୋଇଥିବା ୩ଟି ପିଆଜ
-ଛୋଟ କଟା ହୋଇଥିବା ଏକ ଟମାଟୋ
-୧୦୦ ଗ୍ରାମ ବେସନ
-୨ ଚାମଚ ଲେମ୍ବୁରସ
-୨ ଚାମଚ ଧନିଆ ପାଉଡ଼ର
-ଅଦା ଓ ରସୁଣ ପେଷ୍ଟ
-ଲୁଣ ସ୍ୱାଦଅନୁସାରେ

panasa22

ଏମିତି ତିଆରି କରନ୍ତୁ:

ପ୍ରଥମେ କଡ଼େଇରେ ୨ ଚାମଚ ତେଲ ଗରମ କରନ୍ତୁ। ସେଥିରେ ଜିରା, କଞ୍ଚା ଲଙ୍କା ଏବଂ ପିଆଜ ପକାଇ ହଲକା ଭାବେ ଫ୍ରାଏ କରନ୍ତୁ। ଏବେ ଟମାଟୋ ଏବଂ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ଏହାପରେ ଅଦା-ରସୁଣ ପେଷ୍ଟ ପକାଇ କମ୍‌ ଆଞ୍ଚରେ ଭାଜନ୍ତୁ। ଯେତେବେଳେ ମସଲା ଭଲ ଭାବେ ପ୍ରସ୍ତୁତ ହୋଇଯିବ, ସେତେବେଳେ ସେଥିରେ ବେସନ ମିଶାନ୍ତୁ। କିଛି ସମୟ ପଯ୍ୟର୍ନ୍ତ ଏହାକୁ କମ୍‌ ଆଞ୍ଚରେ ବସିବାକୁ ଦିଅନ୍ତୁ। ଏବେ ସିଝା ପଣସ ଓ ଲେମ୍ବୁରସ ପକାନ୍ତୁ। ଏହାସହିତ ମିକ୍ସରକୁ ଭଲ ଭାବେ କଷନ୍ତୁ। ଯେତେବେଳେ ଏହା ପ୍ରସ୍ତୁତ ହୋଇଯିବ, ଏହାକୁ ଛୋଟ ଛୋଟ ଗୋଲ କରି ତେଲରେ ଛାଣି ଡିପ୍‌ ଫ୍ରାଏ କରିଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button