ମନୋରଞ୍ଜନ

କିପରି ପ୍ରସ୍ତୁତ କରିବେ ଲାଉ ବର୍ଫି

ଲାଉରେ ଆମେ ଅନେକ ତରକାରୀ କରି ସମସ୍ତେ ନିଶ୍ଚିତ ଭାବେ ଖାଇଛେ କିନ୍ତୁ ଲାଉରେ ବର୍ଫି ପ୍ରସ୍ତୁତ କରିନଥିବେ । କିପରି ଲାଉରୁ ଆମେ ବର୍ଫି ପ୍ରସ୍ତୁତ କରିପାରିବା ଆସନ୍ତୁ ଜାଣିବା ।

ଆବ୍ୟଶକୀୟ ସାମଗ୍ରୀ :
ଲାଉ: ୧ କି.ଗ୍ରା ।
ଘିଅ: ୧/୪ କପ୍‌ ।
ଚିନି: ୧.୫ କପ ( ୩୦୦ ଗ୍ରାମ) ।
ଖୁଆ: ୨୫୦ ଗ୍ରାମ ।
କାଜୁ: ୧/୨ କପ୍‌ ।
ବାଦାମ: ୭ରୁ ୮ଟି ।
ଗୁଜୁରାତି: ୬ରୁ ୭ଟି ।

ପ୍ରଣାଳୀ: ପ୍ରଥମେ ଲାଉକୁ ଭଲ ଭାବେ ଧୋଇ ଚୋପା ଛଡା ଲମ୍ବ ଭାବେ କାଟି ମଞ୍ଜି ସବୁ କାଢିଦିଅନ୍ତୁ। ଏପରି କରିବା ପରେ ଛୋଟ ଛୋଟ କରି କାଟି ଏହାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ ଏହାକୁ ବାହାର କରି ହାତରେ ଭଲ ଭାବେ ଚିପୁଡି ଦିଅନ୍ତୁ। ଯେପରି ଏଥିର ସବୁ ପାଣି ବାହାରିଯିବ। ଏବେ ଗ୍ୟାସରେ ଏକ ପ୍ୟାନ ବସାଇ ଗରମ ହେବା ପରେ ଦୁଇ ଚାମଚ ଘିଅ ପକାଇ ଲାଉକୁ ପକାନ୍ତୁ। ଏହାକୁ ଖଡିକାରେ ବାରମ୍ବାର ଘାଣ୍ଟନ୍ତୁ। ଲାଉ ଭଲ ଭାବେ ସଫ୍ଟ ହେବା ପରେ ଏଥିରେ ଗୁଣ୍ଡ ଚିନି ପକାଇ ୨ ମିନିଟ ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ଏଥିରୁ ପାଣି ବାହାରିବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ଏଥିରୁ ପାଣି ଶୁଖିଗଲା ପରେ ଘିଅ ପକାଇ ଘାଣ୍ଟନ୍ତୁ। ଏବେ ଏଥିରେ ଖୁଆ ପକାଇ ମିଶାଇବା ପରେ ଡ୍ରାଏଫ୍ରୁଟକ୍ସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏକ ବଡ ଥାଳିରେ ଘିଅ ଲଗାଇ ମିଶ୍ରଣକୁ ସେଥିରେ ଢାଳି ଦିଅନ୍ତୁ। ଏବେ ଏହାକୁ ବର୍ଫି ଆକାରରେ କାଟିଦିଅନ୍ତୁ। କିଛି ସମୟ ଥଣ୍ଡା ହେବା ପରେ ଏହାକୁ ଥାଳିରୁ ବାହାର କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଲାଉ ବର୍ଫି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button