ସ୍ୱାସ୍ଥ୍ୟ

ବ୍ରେକଫାଷ୍ଟରେ ପ୍ରତିଦିନ ଖାଉଛନ୍ତି କି ବ୍ରେଡ୍ ତେବେ ହୋଇଯାନ୍ତୁ ସାବଧାନ, ହୋଇପାରେ ଏହି ଘାତକ ରୋଗ !

ଅଧିକାଂଶ ଲୋକ ସମୟକୁ ବଞ୍ଚାଇବା ପାଇଁ କିମ୍ବା ସମୟ କମ୍ ଥିଲେ। ସବୁବେଳେ ଟିଫିନରେ ବ୍ରେଡ-ବଟର କିମ୍ବା ବ୍ରେଡ ଜାମ ଖାଇଥାନ୍ତି। ଅନେକ ଲୋକ ନିଜ ପିଲାମାନଙ୍କୁ ଟିଫିନରେ ଏହାକୁ ମଧ୍ୟ ଦେଇଦିଅନ୍ତି। କିନ୍ତୁ କଣ ଆପଣଙ୍କୁ ଜଣାଅଛି ବ୍ରେଡ ଖାଇବା ଦ୍ବାରା କେବଳ ମୋଟାପଣ ବଢ଼ି ନଥାଏ ବରଂ ଡାଇବେଟିଜ ଏବଂ ନର୍ଭସ ସିଷ୍ଟମ ଫେଲ ହେବା ସମେତ ଅନେକ ଘାତକ ରୋଗ ମଧ୍ୟ ହୋଇପାରେ।

-ହେଲଥ୍ ଏକ୍ସପର୍ଟଙ୍କ ଅନୁସାରେ ହ୍ବାଇଟ ବ୍ରେଡ ସ୍ବାସ୍ଥ୍ୟ ପାଇଁ ସବୁଠାରୁ ଅଧିକ କ୍ଷତିକାରକ ହୋଇଥାଏ। ଏହାଦ୍ବାରା ହାର୍ଟ ଆଟାକର ଭୟ ଅଧିକ ରହିଥାଏ। କାରଣ ଏଥିରେ ନା ପ୍ରୋଟିନ୍‌ ରହିଥାଏ ଏବଂ ନା ଭିଟାମିନ। ଏଥିରେ ଥିବା ସୋଡିୟମର ଅଧିକ ମାତ୍ରା ହ୍ରୁଦୟ ଉପରେ ଚାପ ପକାଇଥାଏ।

-ବ୍ରେଡରେ ତିବା ଷ୍ଟର୍ଚ ଦାନ୍ତ ପାଇଁ ମଧ୍ୟ ହାନିକାରକ ହୋଇଥାଏ। ଏହାଦ୍ବାରା ଦାନ୍ତରେ କିଟାଣୁ ଲାଗିବା ସମେତ ଦାନ୍ତ ଉପରେ ଖରାପ ପ୍ରଭାବ ପକାଇଥାଏ।

-ବ୍ରେଡରେ କାର୍ବୋହାଇଡ୍ରେଟ ଅଧିକ ରହିଥାଏ ଯାହାଦ୍ବାରା ଶରୀରରେ ଶୁଗାର ଲେଭଲ ତୀବ୍ର ଭାବରେ ବଢ଼ିଚାଲିଥାଏ। ଏମିତିରେ ଏହା ଇନସୁଲିନର ବାଲାନ୍ସକୁ ଖରାପ କରିଦେଇଥାଏ। ଏହି କାରଣରୁ ଡାଇବେଟିଜ ରୋଗ ହୋଇଥାଏ।

bread-ବ୍ରେଡରେ ବ୍ଲିଚିଂ ଏକ୍ସଟ୍ରାଟ ହୋଇଥାଏ ଯାହାଦ୍ବାରା ଅଧିକ କ୍ୟାଲୋରିଜ୍ ବଢ଼ିଥାଏ। ଏହା ଶରୀରକୁ ଦୁର୍ବଳ ହେବାରେ ଲାଗିଥାଏ। ଅନେକ ଥର ଏହାଦ୍ବାରା ନର୍ଭସ ସିଷ୍ଟମ ଫେଲ ହୋଇପାରେ।

-ବ୍ରେଡ ମଇଦାରୁ ତିଆରି ହୋଇଥାଏ। ଏହାକୁ ପ୍ରତିଦିନ ଖାଇବା ଦ୍ବାରା ଅନ୍ତନଳିରେ ଲାଖି ହୋଇ ରହିଥାଏ। ଯେଉଁ କାରଣରୁ ପେଟରେ ଅଲସର ହୋଇଥାଏ କିମ୍ବା ପାଚନ କ୍ରିୟାକୁ ମଧ୍ୟ ପ୍ରଭାବିତ କରିପାରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button