ମନୋରଞ୍ଜନ

ଘରେ ମାତ୍ର ଥରେ ବନାନ୍ତୁ ଏହି ଟମାଟୋ ପକଡା, ତାପରେ ଦେଖିବେ କମାଲ

ପ୍ରତିଦିନର ଖାଇବାରେ ବୋର ହାଇଗଲେଣି କି ? ସାଧାରଣତଃ ସନ୍ଧ୍ୟା ହେବା ମାତ୍ରେ ସମସ୍ତଙ୍କୁ କିଛି ନା କିଛି ନୂଆ କିମ୍ବା ଚଟପଟା ଖାଇବାକୁ ଇଛା ହୋଇଥାଏ ଏବଂ ସେଥିପାଇଁ ଆମେ ଆପଣଙ୍କ ପାଇଁ ଆଣିଛୁ ଏକ ଏମିତି ରେସିପି ଯାହାକୁ ଦେଖିବା ମାତ୍ରେ ଆପଣ ନିଶ୍ଚୟ ଘରେ ଥରେ ଟ୍ରାଏ କରିବା ପାଇଁ ଇଛା କରିବେ । ଏହା ହେଉଛି ଭରା ଟମାଟୋ ପକଡା ନା ଶୁଣିବା ମାତ୍ରେ ପାଟିରୁ ପାଣି ଆସିଯାଉଛି ନା ? ଏହାକୁ ପ୍ରସ୍ତୁତ କରିବା ମଧ୍ୟ ଅତ୍ୟନ୍ତ ସହଜ ଅଟେ । ଏହାକୁ ଆପଣ ଚା କିମ୍ବା ଚଟଣୀ ସହିତ ଖାଇପାରିବେ । ଏହା ସ୍ଵାଦରେ ଚଟପଟା ହେବା ସହିତ ବହୁତ ଟେଷ୍ଟି ମଧ୍ୟ ରହିବ । ଏହାକୁ ଆପଣ ଭରା ଟମାଟୋ ସହ ପ୍ରସ୍ତୁତ କରିପାରିବେ ନଚେତ ଏହାକୁ ପେଷି ମଧ୍ୟ ପକୋଡା ବନେଇ ପାରିବେ । ଯେଉଁଭଳି ଭାବେ ପ୍ରସ୍ତୁତ କଲେ ମଧ୍ୟ ଏହା ବହୁତ ସ୍ୱାଦିଷ୍ଟ ରହିବ ତାହେଲେ ଯାଣିନିଅନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ।

Image result for tomato pakoda

ଆବଶ୍ୟକୀୟ ସାମଗ୍ରୀ

ଟମାଟୋ, ସିଝାଆଳୁ, ହଳଦୀ ପାଉଡର, ବେସନ, କାଶ୍ମୀରୀ ଲଙ୍କା, ଜୁଆଣି, ଜିରା,ଲେମ୍ବୁ, ଲୁଣ, ଅଦା, ରସୁଣ, ଧନିଆପତ୍ର ଏବଂ ତେଲ ।

Image result for tomato pakoda

ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଟମାଟୋକୁ ଭଲଭାବେ ଧୋଇ ମଝିରୁ କାଟି ଦିଅନ୍ତୁ ଏବଂ ସେଥିରେ ଥିବା ମଞ୍ଜି ସବୁ ବାହାର କରିଦିଅନ୍ତୁ । ତାପରେ ଏକ ମିକ୍ସର ଗ୍ରାଇଣ୍ଡରରେ କଞ୍ଚାଲଙ୍କା, ଅଦା, ରସୁଣ, ଧନିଆ ପତ୍ର ଏବଂ କିଛି ସେଓ ଭୁଜି ପକାଇ ଭଲଭାବେ ପେଷ୍ଟ କରିଦିଅନ୍ତୁ । ଏହାପରେ ଏକ କଡ଼ାଇରେ କିଛି ତେଲ ଗରମ କରନ୍ତୁ ଓ ସେଥିରେ ଜିରା ପକାନ୍ତୁ । ଜିରା ଭଲଭାବେ ଫୁଟିଗଲା ପରେ ସେଥିରେ କଞ୍ଚାଲଙ୍କା, ହଳଦୀ ପାଉଡର, କାଶ୍ମିରୀ ଲଙ୍କା, ଧନିଆ ପାଉଡର ଏବଂ ସିଝା ଆଳୁକୁ ଭଲ ଭାବେ ଚକଟି ପକାଇ ଦିଅନ୍ତୁ । ବର୍ତ୍ତମାନ କମ ଆଞ୍ଚରେ ଏହାକୁ କିଛି ସମୟ ପର୍ଯ୍ୟନ୍ତ ଭାଜନ୍ତୁ । ଏହା ପ୍ରସ୍ତୁତ ହୋଇଗଲା ପରେ ଏକ ପ୍ଲେଟ ବାହାର କରି କିଛି ସମୟ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ଥଣ୍ଡା ହେବାପରେ ଏଥିରେ କଟା ଧନିଆ ପତ୍ର,ଲେମ୍ବୁରସ ଏବଂ ଲୁଣ ପକାଇ ଭଲଭାବେ ମିଶାଇ ରଖି ଦିଅନ୍ତୁ ।

 

ଏବେ ଏକ ପାତ୍ରରେ ବେସନ ନିଅନ୍ତୁ ସେଥିରେ ଲଙ୍କା ପାଉଡର, ହଳଦୀ ପାଉଡର, ଲୁଣ ଏବଂ ଜୁଆଣି ପକାଇ ପାଣି ଦେଇ ଭଲଭାବେ ଏକ ଘୋଳ ପ୍ରସ୍ତୁତ କରନ୍ତୁ । ଏହାପରେ କାଟି ରଖିଥିବା ଟମାଟୋ ମଧ୍ୟରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଚଟଣି ଏବଂ ଫ୍ରାଏ କରିଥିବା ଆଳୁକୁ ଭରି ଦିଅନ୍ତୁ । ଏହାପରେ ଏକ କଡ଼ାଇରେ ତେଲ ଗରମ କରି ଏହି ଟମାଟୋକୁ ବେସନରେ ବୁଡେଇ ଗୋଟି ଗୋଟି କରି ଛାଣନ୍ତୁ । ଆପଣ ଚାହିଁଲେ ଟମାଟୋକୁ ପେଷି ମଧ୍ୟ ଏହାକୁ ପ୍ରସ୍ତୁତ କରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button