ସ୍ୱାସ୍ଥ୍ୟ

ଶ୍ୱାସରୋଗୀଙ୍କ ପାଇଁ ରାମବାଣ ସଲ୍ଟ ଥେରାପୀ, ଜାଣନ୍ତୁ କିପରି କରିବେ ?

ନାମରୁ ହିଁ ଜାଣିପାରୁଥିବେ ଏହି ଥେରାପୀ ବିଷୟରେ। ସଲ୍ଟ ଥେରାପୀ ବିନା ଔଷଧରେ ପ୍ରାକୃତିକ ଥେରାପୀ। ଯାହା ଆପଣଙ୍କର ଅନେକ ରୋଗ ଦୂର କରିପାରିବ। ଏଥିପାଇଁ ଆପଣଙ୍କ ଶରୀର ଲୁଣ ମଧ୍ୟରେ କିମ୍ବା ଲୁଣର କାନ୍ଥ ଥିବା ଘରେ ରହିବାକୁ ପଡିବ। ଏହି ଲୁଣକୁ ରୋଗୀର ଶରୀର ଧୀରେ ଧୀରେ ଅବଶୋଷିତ କରିଥାଏ। ସାଇନୋସାଇଟିସ୍‌, ଆଲର୍ଜି, ଆଜ୍‌ମା ଏବଂ ଶ୍ୱାସରୋଗୀଙ୍କ ପାଇଁ ଏହି ଥେରାପୀ ବେଶ ଉପଯୋଗୀ। ଧ୍ୟାନ ରଖନ୍ତୁ, ରୋଗର ସ୍ଥିତି ଦେଖି ଲୁଣର ଆକାର ଏବଂ ମାତ୍ରା ଚୟନ କରାଯିବା ଉଚିତ।

salt-therapy

ଲୁଣରେ କ’ଣ ରହିଛି ଗୁଣ :

ଥେରାପୀରେ ପ୍ରୟୋଗ କରାଯାଉଥିବା ଲୁଣରେ କ୍ୟାଲିସିଅମ, ସୋଡିଅମ ଏବଂ ମ୍ୟାଗ୍ନେସିୟମ ଭଳି ଖଣିଜପଦାର୍ଥ ମହଜୁଦ ରହିଛି। ଏହି ଥେରାପୀ କରିବା ପାଇଁ ବ୍ୟକ୍ତିଙ୍କ ବୟସ ଏବଂ ସ୍ଥିତି ଅନୁଯାୟୀ ଥେରାପୀର ସମୟ ଅବଧି ମଧ୍ୟ ଚୟନ କରାଯାଏ।

କ’ଣ ରହିଛି ଫାଇଦା :

– ଥେରାପୀ ନେବା ସମୟରେ ଲୁଣର ତତ୍ତ୍ୱ ନିଶ୍ୱାସ ଜରିଆରେ ଫୁସଫୁସ ପର୍ଯ୍ୟନ୍ତ ଯାଏ, ଯାହା ସଂକ୍ରମଣ ଏବଂ ସମସ୍ୟାରୁ ମୁକ୍ତି ଦେଇଥାଏ।

salt+therapy

– ଏହି ଥେରାପୀର କୌଣସି କୁପ୍ରଭାବ ପଡେନାହିଁ। ତ୍ୱଚା ସମ୍ବନ୍ଧିତ ସମସ୍ୟା ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ।
୪୫ ମିନିଟ ପର୍ଯ୍ୟନ୍ତ ଏହି ଥେରାପୀ କରିବା ଉଚିତ। ଯେଉଁ ରୁମ୍‌ରେ ଏହାକୁ କରିବେ ତାର ତାପମାତ୍ରା ୧୮ ଡିଗ୍ରୀ ରୁ ୨୨ ଡିଗ୍ରୀ ସେଲସିୟସ ହେବା ଆବଶ୍ୟକ।

– ଗର୍ଭବତୀ ମହିଳା ଏହାର ଫାଇଦା ଉଠାଇପାରିବେ।

32

– ଏହି ଥେରାପୀ କରିବା ପରେ ଆପଣଙ୍କୁ ସତେଜତା ଅନୁଭୂତ ହୋଇଥାଏ।

– ଏହାଛଡା ତ୍ୱଚାରେ ହୋଇଥିବା ଛୋଟ ଛୋଟ ଦାଗ ଦୂର ହେବା ସହ ତ୍ୱଚା ଉଜ୍ଜ୍ୱଳ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button