ମନୋରଞ୍ଜନ

ଆପଣ ଆଳୁ ଆଚାର କେବେ ଟେଷ୍ଟ କରିଛନ୍ତି ? ଯଦି ନା ତେବେ ଆଜି ହିଁ କରନ୍ତୁ ପ୍ରସ୍ତୁତ

ଆଳୁର କୌଣସି ବି ରେସିପି ସମସ୍ତଙ୍କୁ ବହୁତ ଭଲ ଲାଗିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଆଳୁର ସ୍ପେଶାଲ ରେସିପି ବିଷୟରେ ଜଣାଇବୁ ଯାହା ଆପଣଙ୍କୁ ବହୁତ ପସନ୍ଦ ଆସିବ। ଆପଣ ଆଳୁର ଆଚାର ବିଷୟରେ କେବେ ବି ଶୁଣିନଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଜଣାଇବାକୁ ଯାଉଛୁ। ଆଳୁର ଆଚାର ମଧ୍ୟ ତିଆରି କରାଯାଇଥାଏ ଏବଂ ଏହା ବହୁତ ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଆଳୁର ଆଚାର କିପରି କରିବେ ପ୍ରସ୍ତୁତ।

ଆବଶ୍ୟକ ପ୍ରଣାଳୀ

-ପାଞ୍ଚଟି ଆଳୁ

-ଏକ ଛୋଟ ଚାମଚ ଆମଜୁର ପାଉଡର

-ଏକ ଛୋଟ ଚାମଚ ହଳଦୀ

-ଦୁଇ ଛୋଟ ଚାମଚ ରାଇ

-ସୋରିଷ ତେଲ

-ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

-ସର୍ବ ପ୍ରଥମେ ଆଳୁକୁ ଭଲଭାବେ ଧୋଇ ସଫା କରିଦିଅନ୍ତୁ।

-ମିଡିୟମ ଆଞ୍ଚରେ ଏକ ପ୍ରେସର କୁୁକରରେ ଆଳୁ ଏବଂ ପାଣୀ ମିଶାଇ ସିଟି ଲଗାଇ ସିଝାଇ ଦିଅନ୍ତୁ।

-ଆଳୁ ଥଣ୍ଡା ହେବା ପରେ ତାହାର ଚୋପା ଛଡାଇ ଛୋଟ ଛୋଟ ଖଣ୍ଡ କରିଦିଅନ୍ତୁ।

-ଏବେ ଏକ ପାତ୍ରରେ ଆଳୁ, ଲାଲ ଲଙ୍କା ପାଉଡର, ଆମଚୁର ପାଉଡର, ହଳଦୀ, ରାଇ ଏବଂ ଲୁଣ ମିଶାଇ ଗୋଳାଇ ଦିଅନ୍ତୁ।

-ଗ୍ୟାସ ଅନ୍‌ କରି ପ୍ୟାନ ବସାଇ ତେଲ ଗରମ କରନ୍ତୁ।

-ତେଲ ଯେତେବେଳେ ପୂରାପୂରି ଭାବରେ ଗରମ ହୋଇଯିବ ଏବଂ ଏଥିରୁ ଧୁଆଁ ବାହାରିବ ସେତେବେଳେ ଆଞ୍ଚ ବନ୍ଦ କରିଦିଅନ୍ତୁ।

-ତେଲକୁ ଭଲଭାବେ ଥଣ୍ଡା କରି ଆଳୁ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।

-ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଆଳୁ ଆଚାର। ଏହାକୁ ଦୁଇ ତିନି ଦିନ ଖରାରେ ଶୁଖାଇ ଭଲଭାବେ ମିକ୍ସ ହେବା ପଯ୍ୟର୍ନ୍ତ ରଖନ୍ତୁ। ଏହା ସମ୍ପୂର୍ଣ୍ଣ ଭାବରେ ତେଲ ସହିତ ମିଶିଗଲା ପରେ ଖାଆନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button