ସ୍ୱାସ୍ଥ୍ୟ

ଜାଣନ୍ତୁ ଶିଶୁ ଗର୍ଭରେ କାହିଁକି ମାରିଥାଏ ଲାତ

କୌଣସି ବି ମହିଳାଙ୍କ ପାଇଁ ମା’ ହେବା ଏକ ସୁନ୍ଦର ଏବଂ ସୁଖପୂର୍ଣ୍ଣ ଅନୁଭୂତି । ଗର୍ଭାବସ୍ଥାର ପୂରା ନଅ ମାସ ପ୍ରତିଦିନ ମା’କୁ ନୂଆ ନୂଆ ଅନୁଭୂତି ଦେଇଥାଏ। ଏମିତିରେ ଯେତେବେଳେ ଶିଶୁ ଗର୍ଭରେ ଲାତ ମାରିଥାଏ ଏହି ଅନୁଭବ ବହୁତ ଖାସ୍ ହୋଇଥାଏ। କିନ୍ତୁ ଶିଶୁ ଏମିତି କାହିଁକି କରିଥାଏ ଏହା ଆପଣଙ୍କୁ ବୋଧ ହୁଏ ଜଣାନଥିବ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ପରିବର୍ତ୍ତନର ଅନୁଭବ

ଗର୍ଭାବସ୍ଥା ସମୟରେ ୩୬ ସପ୍ତାହ ପରେ ଶିଶୁର ଆକାର ବଢ଼ିଯାଇଥାଏ ଯେଉଁ କାରଣରୁ ସେ ଅଧିକ ହଲ ଚଲ ହୋଇପାରେ ନାହିଁ। ବାହାରୁ କିଛି ଶବ୍ଦ କିମ୍ବା ମା’ର ଖାଇବା ଶବ୍ଦ ଶୁଣି ସେ ତାର ଅଙ୍ଗକୁ ହଲାଇ ଥାଏ। ଲାତ ମାରିବା ହେଉଛି ଶିଶୁର ସାମାନ୍ୟ ବିକାଶର ମଧ୍ୟ ସଂକେତ ହୋଇଥାଏ।

Baby-Kickଆକାର ବଢ଼ିବା କାରଣରୁ

ଗର୍ଭାବସ୍ଥା ସମୟରେ ୩୬ ସପ୍ତାହ ପରେ ଶିଶୁର ଆକାର ବଢ଼ିଯାଇଥାଏ। ଯେଉଁକାରଣରୁ ସେ ଅଧିକ ହଲି ପାରିନଥାଏ। ଏହି ସମୟରେ ମହିଳାଙ୍କୁ ନିଜ ଗର୍ଭର ଗୋଟିଏ କିମ୍ବା ଦୁଇ ପାର୍ଶ୍ବରେ ଶିଶୁର ଲାତ ମାରିବାକୁ ଅନୁଭବ କରିପାରିଥାଏ।

କମ୍ ଲାତ ମାରିବା ଅର୍ଥ ସୁଗାର ଲେବଲ କମ୍ ହେବା

kickଗର୍ଭର ୨୮ ସପ୍ତାହ ପରେ ଶିଶୁ କେତେ ଥର ଲାତ ମାରୁଛି ତାହାକୁ ଗଣିବା ପାଇଁ ଡାକ୍ତର ଗର୍ଭବତୀଙ୍କୁ କହିଥାନ୍ତି। କାରଣ ଯଦି ସେ ଲାତ କମ୍ ମାରୁଥାଏ କିମ୍ବା ଆଦୌ ଲାତ ମାରୁନାହିଁ ତେବେ ଅମ୍ଳଜାନ ସପ୍ଲାଏ କମ୍ ହେବା କିମ୍ବା ସୁଗାର ଲେବଲ କମ୍ ହେବାର ସଂକେତ ହୋଇଥାଏ।

ଉତ୍ତମ ବିକାଶର ସଂକେତ

ଶିଶୁ ଲାତ ମାରିବା ତାହାର ଉତ୍ତମ ବିକାଶର ମଧ୍ୟ ସଂକେତ ଅଟେ। ଏହାର ସଂକେତ ହେଉଛି ଆପଣଙ୍କ ଶିଶୁ ବହୁତ ସକ୍ରୀୟ। ଗର୍ଭରେ ହାକୁଡି ମାରିବା, ହଲିବା ଝୁଲିବାରେ କିମ୍ବା ଅଙ୍ଗକୁ ପ୍ରସାରିତ କରିବା ସମୟରେ ସେ ଲାତ ମାରିବା ଭଳି ଗତିବିଧି କରିଥାଏ। ଅନେକ ଥର ମା’ ଯେତେବେଳେ ବାମ କଡ ହୋଇ ଶୋଇଥାନ୍ତି ତେବେ ଭ୍ରୁଣକୁ ରକ୍ତର ଅପୂର୍ତ୍ତି ବଢ଼ିବାରେ ମଧ୍ୟ ଶିଶୁ ଲାତ ମାରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button