ସ୍ୱାସ୍ଥ୍ୟ

ରାଜମା ଖାଉଛନ୍ତି କି ? ଧ୍ୟାନରେ ରଖନ୍ତୁ ଏହିସବୁ କଥା

ରାଜମା ଖାଇବାକୁ ଆମେ ସମସ୍ତେ ଭଲପାଇଥାଉ। କିନ୍ତୁ ଏହା ଆମ ଶରୀର ପାଇଁ କେତେକ ସ୍ଥଳରେ ଉପକାରୀ ହୋଇଥିବା ବେଳେ ଅନ୍ୟ କେତେକ କ୍ଷେତ୍ରରେ ଅପକାରୀ ମଧ୍ୟ ହୋଇଥାଏ। ରାଜମା ଖାଇବା ଦ୍ୱାରା ଶରୀର ଉପରେ କି ପ୍ରଭାବ ପଡେ ତାହା ଜାଣିବା।

ଇମ୍ୟୁନିଟ ବୃଦ୍ଧି କରେ : ରାଜମାରେ କେବଳ ପ୍ରୋଟିନ ନୁହେଁ ବରଂ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ଭରପୂର ରହିଥାଏ। ଏହା ଶରୀର ଅନେକ ରୋଗ ସହିତ ଲଢିବା କ୍ଷମତା ବଢାଇଥାଏ।

44

ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ : ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ନିଜ ଡାଏଟରେ ଏହାକୁ ସାମିଲ କରାନ୍ତୁ। ଏଥିରେ ଥିବା ଫାଇବର ଯୋଗୁଁ ଖଶିବା ପରେ ପେଟ ଭରପୂରା ଲାଗିଥାଏ। ଏଥିପାଇଁ ବେଶୀ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏନାହିଁ। ଏହାକୁ ଖାଇବା ପରେ ଅନେକ ସମୟ ପର୍ଯ୍ୟନ୍ତ ଆପଣଙ୍କୁ ଭୋକ ମଧ୍ୟ ଲାଗିନଥାଏ।

ସୀମିତ ମାତ୍ରାରେ ଖାଆନ୍ତୁ : ରାଜମାରେ ଅଧିକ ମାତ୍ରା ଖାବା ମଧ୍ୟ ଶରୀର ପାଇଁ କ୍ଷତିକାରକ। ଏହାକୁ ଅଳ୍ପମାତ୍ରାରେ ଖାଇବା ଉଚିତ। ଏହାଦ୍ୱାରା ଶରୀରରେ ଅଧିକ ଫାଇବର ଏବଂ ଆଇରନ ମାତ୍ରା ରହିଥିବା ଯୋଗୁଁ ପାଚନକ୍ରିୟା ବ୍ୟତୀତ ଅନ୍ୟ ଅଙ୍ଗ ଉପରେ ପ୍ରଭାବ ପକାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button