ସ୍ୱାସ୍ଥ୍ୟ

ମାସିକ ଧର୍ମରେ ଦେଖାଦେଉଛି କି ଅନିୟମିତତା? ନିୟମିତ କରନ୍ତୁ ଏହି ଯୋଗାସନ ଆଉ ମାସକରେ ପାଆନ୍ତୁ ଫାଇଦା

ଅଧିକାଂଶ ମହିଳାଙ୍କଠାରେ ମାସିକ ଧର୍ମରେ ଅନିୟମିତତା ଏକ ସାଧାରଣ କଥା। ଯେତେ ଔଷଧ ଖାଇଲେ ମଧ୍ୟ ଏହି ସମସ୍ୟା ମୂଳରୁ ସମାଧାନ ହୋଇନଥାଏ। ଏହାର କେବଳ ଏକମାତ୍ର ସମାଧାନ ହେଉଛି ଯୋଗ ପ୍ରାଣାୟାମ। ନିୟମିତ ଯୋଗାସନ କରିବା ଦ୍ୱାରା ମାସିକ ଧର୍ମ ବେଳେ ଦେଖାଦେଉଥିବା ପୀଡ଼ା ମଧ୍ୟ କମ୍‌ ହୋଇଥାଏ।

ଯୋଗଗୁରୁଙ୍କ କହିବାନୁସାରେ, ମହିଳାମାନେ ଯଦି ନିୟମିତ ବଦ୍ଧକୋଣାସନ କରିବେ ତେବେ ସେମାନଙ୍କଠାରେ କୌଣସି ଋତୁସ୍ରାବ ଜନିତ ସମସ୍ୟା ଦେଖାଯିବ ନାହିଁ। ଏହି ଆସନକୁ ବଦ୍ଧକୋଣାସନ କୁହାଯିବାର କାରଣ ହେଉଛି, ଏହି ଆସନକୁ କରିବା ସମୟରେ ଏକ କୋଣ ସୃଷ୍ଟି ହୋଇଥାଏ। ଆସନ କରିବା ବେଳେ ପାଦକୁ ଜୋର୍‌ରେ ହଲାଇବାକୁ ହୋଇଥାଏ। ଏହି ଆସନ କରିବା ବେଳେ ପ୍ରଜାପତି ଭଳି ପ୍ରତୀୟମାନ ହୋଇଥାଏ। ଏଣୁ ଏହାକୁ ତିତିଲି ଆସନ ମଧ୍ୟ କୁହାଯାଏ।

ଆସନ୍ତୁ ଜାଣିବା ବଦ୍ଧକୋଣାସନ କରିବା ଉପାୟ ଓ ଏହାର ଲାଭ:

ମହିଳାମାନେ ଖୁବ୍ ସହଜରେ ବଦ୍ଧକୋଣାସନ କରିପାରିବେ। ଏହି ଆସନର ମୁଦ୍ରା ପ୍ରଜାପତି ଭଳି ଦିଶୁଥିବାରୁ ଏହାକୁ ବଟରଫ୍ଲାଏ ପୋଜ୍ ମଧ୍ୟ କୁହାଯାଏ। ବଦ୍ଧକୋଣାସନ କରିବା ପାଇଁ ପ୍ରଥମେ ଚଟାଣରେ ଚକାମେଲି ପକାଇ ବସିଯାଆନ୍ତୁ। ଏବେ ଦୁଇ ପାଦକୁ ନମସ୍କାର କରିବା ଭଳି ରଖି ହାତରେ ଧରନ୍ତୁ। ଧୀରେ ଧୀରେ ଗୋଡ଼କୁ ଉପର ତଳ କରନ୍ତୁ। ଦିନକୁ ପ୍ରାୟ ୨ରୁ ୫ ମିନିଟ୍ ପର୍ଯ୍ୟନ୍ତ ଆପଣ ଏହି ଆସନ କରିପାରିବେ।

ଆସନ କରିବାର ଲାଭ:

୧.ଏହି ଆସନ କରିବା ଦ୍ୱାରା ପ୍ରସବ ସହଜରେ ହୋଇଥାଏ।
୨.ବଦ୍ଧକୋଣାସନ ମାସିକ ଧର୍ମ ବେଳେ ହେଉଥିବା ଅସୁବିଧାକୁ କମ୍‌ କରିଥାଏ।
୩.ଏହି ଆସନ କରିବା ଦ୍ୱାରା ମାସିକ ଧର୍ମ ବେଳେ ହେଉଥିବା ପେଟପୀଡ଼ା କମିଥାଏ।
୪.ଏହି ଆସନର ପ୍ରଭାବ ଜଙ୍ଘ ଏବଂ ଆଣ୍ଠୁ ଉପରେ ମଧ୍ୟ ପଡ଼ିଥାଏ।
୫.ଅଧିକ ସମୟ ଚାଲିବା ଦ୍ୱାରା ହେଉଥିବା ଥକାପଣ ଏହି ଆସନ ମାଧ୍ୟମରେ ଦୂର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button