ଓଡିଶା

ଗରିବ ଲୋକର ଜମି ଉପରେ ଜୋର ଜବରଦସ୍ତ ନିର୍ମାଣ କଲେ ସ୍କୁଲ ଘର

ରାଉରକେଲା : “ଜୋର ଯାର ମୂଲକ ତାର” ଏହି ଉକ୍ତିଟି ଆପଣ ମାନେ ନିଶ୍ଚିନ୍ତ ଶୁଣିଥିବେ ଦର୍ଶକ ବନ୍ଧୁ I ଆଜିବି ଦେଖିବାକୁ ମିଳୁଛି ଏହିଭଳି ଦୃଶ୍ୟ I ଆଦିବାସୀ ଅଧୁସିତ ସୁନ୍ଦରଗଡ ଜିଲ୍ଲା, ବୀରମିତ୍ରପୁର ବ୍ଲକ, ମଝାପଡା ପଂଚାୟତ ରେ ଦେଖିବାକୁ ମିଳିଛି ଏହିଭଳି ଏକ ଘଟଣା I ଅଭିଯୋଗକାରୀ ଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ମଝାପଡା ଗାଁ ରେ ରହୁଥିବା ସିକନ୍ଦର ସରନିଆ ଙ୍କ ପ୍ରାୟ ଅଧା ଏକର କବଲା ଜମି କୁ କିଛି ମୁଷ୍ଟିମେୟ ପ୍ରଭାବଶାଳୀ ଲୋକ ଜୋର ଜବରଦସ୍ତ ଅକ୍ତିଆର କରିନେଇ ସେଠାରେ ଏକ ସ୍କୁଲ ନିର୍ମାଣ କରିଛନ୍ତି I

M. M High School ନାମରେ ଚାଲୁଥିବା ଏହି ସ୍କୁଲ ଘର ନିର୍ମାଣ କରିବା ପାଇଁ ପ୍ରଶାସନ ତରଫରୁ ମଝାପଡା ମୌଜାର ୬୧୦ ନମ୍ବର ସରକାରୀ ପ୍ଲଟ କୁ ଚିହ୍ନଟ କରାଯାଇଥିବା ବେଳେ ସେଠାରେ ସ୍କୁଲ ନିର୍ମାଣ ନ କରି ଜଣେ ନିରୀହ ଗରିବ ଲୋକର ବ୍ୟକ୍ତିଗତ ଜମି ୭୧୦ ନମ୍ବର ପ୍ଲଟ ଉପରେ ଏହି ସ୍କୁଲ ଟି ନିର୍ମାଣ କରାଯାଇଛି ବୋଲି ଅଭିଯୋଗ ହେଉଛି I ଏନେଇ ସିକନ୍ଦର ଅଭିଯୋଗ କରିବାରୁ ତାଙ୍କୁ ଧମକ ଚମକ ଦିଆଯାଉଛି I ତେବେ ଏଠାରେ ପ୍ରଶ୍ନ ଉଠୁଛି ସେହି ଅଂଚଳରେ ସହ ସହ ଏକର ସରକାରୀ ଜମି ଥାଉ ଥାଉ ଜଣେ ନିରୀହ ଗରିବ ଲୋକର କବଲା ଜମି ଉପରେ ଜୋର ଜବରଦସ୍ତ କାହିଁକି ସ୍କୁଲ ଘର ନିର୍ମାଣ କରାଯାଇଛି ଏବଂ ଏହା କାହାର ପ୍ରରୋଚନାରେ କରାଯାଇଛି ? ଏ ସମ୍ପର୍କରେ ସିକନ୍ଦର ବୀରମିତ୍ରପୁର ତହସିଲଦାର ଓ ରାଏବଗା ଥାନା ଅଧିକାରୀ ଙ୍କୁ ଅଭିଯୋଗ କରିବାରୁ କୌଣସି ସୁଫଳ ମିଳିନାହିଁ I

ଏନେଇ ଜିଲାପାଳ ଙ୍କୁ ମଧ୍ୟ ଅଭିଯୋଗ ପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ I ତେବେ ନିଜର ପୈତୃକ ସମ୍ପତି କୁ ହରାଇ ଏକ ଖପର ଘରେ ନିଜ ପରିବାର ସହ ଜୀବନ ବିତାଉଛନ୍ତି ସିକନ୍ଦର i ଏ ବାବଦରେ ସ୍କୁଲ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକଙ୍କୁ ପ୍ରଶ୍ନ ପଚାରିବାରୁ ସେମାନେ କାର୍ଯ୍ୟବ୍ୟସ୍ତତା ର ବାହାନା ଦେଖାଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି I ଏ ସମ୍ବନ୍ଧରେ ବୀରମିତ୍ରପୁର ତହସିଲଦାରଙ୍କ ଠାରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ I ତେବେ ଦେଖିବାକୁ ବାକି ରହିଲା କେବେ ଏହି ନିରୀହ ପରିବାରକୁ ନ୍ୟାୟ ମିଳୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button